Bike Hits Two Women ବାଇକ୍ ଧକ୍କାରେ ଜଣେ ମୃତ ଜଣେ ଗୁରୁତର

Oct 07, 2026 - 21:33
Bike Hits Two Women ବାଇକ୍ ଧକ୍କାରେ ଜଣେ ମୃତ ଜଣେ ଗୁରୁତର

"ରାଇରଙ୍ଗପୁର/ବିଜାତଳା: ବାଇକ୍ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

Advertisment Accident: ପାର୍କିଂରେ ଥିବା ଟ୍ରକ୍‌କୁ ଶକ୍ତ ଧକ୍କା ଦେଲା ଅନିୟନ୍ତ୍ରିତ କାର୍‌; ତିନି ଜଣ ଖେଳାଳିଙ୍କର ମୃତ୍ୟୁ ସୂଚନା ଅନୁଯାୟୀ, ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ରାଇରଙ୍ଗପୁର-ବାରିପଦା ମୁଖ୍ୟ ରାସ୍ତାର ଭରଣ୍ଡିଆ ଛକ ନିକଟରେ ଜଣେ ବାଇକ୍ ଆରୋହୀ ଭାରସାମ୍ୟ ହରାଇ ଦୁଇଜଣ ପଥଚାରୀ ମହିଳାଙ୍କୁ ଧକ୍କା ଦେଇଥିଲା।

ଏଥିରେ ଦୁଇ ମହିଳା ଗୁରୁତର ଆହତ ହୋଇଛନ୍ତି ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ତେବେ ଚିକିତ୍ସାଧିନ ଅବସ୍ଥାରେ ଭାରାଣ୍ଡିଆ ଗ୍ରାମର ସୁଦର୍ଶନ ମାଝୀଙ୍କ ସ୍ତ୍ରୀ ଜବା ମାଝୀ (୪୦) ଙ୍କ ମୃତ୍ୟୁ ଘଟିଥିଲା।

ସେହି ଗ୍ରାମର ଚାମଟୁ ସିଂ ଙ୍କ ସ୍ତ୍ରୀ ପାୟ ସିଂ (୩୫) ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

Accident: ପାର୍କିଂରେ ଥିବା ଟ୍ରକ୍‌କୁ ଶକ୍ତ ଧକ୍କା ଦେଲା ଅନିୟନ୍ତ୍ରିତ କାର୍‌; ତିନି ଜଣ ଖେଳାଳିଙ୍କର ମୃତ୍ୟୁ ଦୁର୍ଘଟଣା ଘଟାଇ ଥିବା ବାଇକ୍ ଆରୋହୀଙ୍କୁ ରାଇରଙ୍ଗପୁର ଟାଉନ୍ ଥାନା ପୁଲିସ ଅଟକ ରଖିବା ସହିତ ଦୁର୍ଘଟଣା ଘଟାଇଥିବା ବାଇକ୍ ( ଓଡ଼ି ୦୧ଏଏନ୍ -୯୬୮୭)କୁ ଜବତ କରିଛି ।

ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।