BJP Launches Fierce Attack on Congress: ମୋଦିଙ୍କୁ ନେଇ ଖଡ଼ଗେଙ୍କ ବିବାଦୀୟ ବୟାନ, ଦେଶବ୍ୟାପୀ ବିଜେପିର ତୀବ୍ର ପ୍ରତିବାଦ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିବାଦୀୟ ବୟାନ।
ତେଜିଲା ରାଜନୈତିକ ଝଡ଼।
ବିବାଦୀୟ ମନ୍ତବ୍ୟ ବିରୋଧରେ କଡ଼ା ପ୍ରତିବାଦ କରୁଛି ବିଜେପି ଓ ସମର୍ଥିତ ଦଳ।
ବିହାର ପାଟନାରେ ପ୍ରଥମ ମୁଖ୍ୟମନ୍ତ୍ରୀ ଡକ୍ଟର ଶ୍ରୀକୃଷ୍ଣ ସିଂହଙ୍କ ୧୩୯ତମ ଜୟନ୍ତୀ ଉତ୍ସବରେ ଭାଷଣ ଦେଉଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ।
ଏହି ସମୟରେ ଭିଡ଼ ଭିତରୁ ଜଣେ ବ୍ୟକ୍ତିଙ୍କ ସ୍ୱର ଶୁଣିବାକୁ ମିଳିଥିଲା ମୋଦି ନହିଁ ଯାଏଗା।
ଜବାବରେ ଖଡ଼ଗେ କହିଥିଲେ ମୋଦି କା ବାପ୍ ଭି ଜାଏଗା।
ଖଡଗେଙ୍କ ଏହି ବୟାନକୁ ନେଇ ଆରମ୍ଭ ହୋଇଗଲା ରାଜନୈତିକ ତମ୍ବି ତୋଫାନ।
ବିଜେପି ଏହାକୁ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ସ୍ୱର୍ଗତ ପିତାଙ୍କ ପ୍ରତି ଅପମାନ ବୋଲି ଅଭିଯୋଗ କରିଛି।
କଂଗ୍ରେସ ଅଧ୍ୟକ୍ଷଙ୍କ ଭାଷାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା କଡ଼ା ସମାଲୋଚନା କରିଛନ୍ତି।
ଶାହ କହିଛନ୍ତି, ଖଡଗେ ସମସ୍ତ ମର୍ଯ୍ୟାଦାକୁ ଖଣ୍ଡ ଖଣ୍ଡ କରି ଦେଇଛନ୍ତି।
ବାରମ୍ବାର ନିର୍ବାଚନୀ ପରାଜୟ ପାଇଁ କଂଗ୍ରେସର ଏହା ହତାଶା ଏବଂ ନିରାଶା।
ସାରାଦେଶରେ ଖଡଗେଙ୍କ ମନ୍ତବ୍ୟକୁ ନେଇ ପ୍ରତିବାଦ ଦେଖିବାକୁ ମିଳିଛି।
Advertisment ଅନ୍ୟପଟେ ଓଡିଶାରେ ବି ଦେଖିବାକୁ ମିଳିଛି ଝଡ଼।
ଭୁବନେଶ୍ବରରୁ ଖଡଗେଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି।
ରାଜ୍ୟ କାର୍ଯ୍ୟାଳୟରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରା କରାଯାଇ ପ୍ରତିବାଦ କରାଯାଇଛି।
ଯେଉଁଥିରେ ସାମିଲ୍ ହୋଇଥିଲେ ଦଳର ଛାମୁଆ ସଂଗଠନର ନେତା ଓ କର୍ମୀ।
ରାଜ୍ୟ କଂଗ୍ରେସ ନେତାଙ୍କ ଯୁକ୍ତି ଯେତେବେଳେ ରାଜ୍ୟପାଳ କହୁଛନ୍ତି, ଓଡ଼ିଶାରେ ବିଜେପି ସଂଗଠନ ମଜବୁତ କରିବି ସେତେବେଳେ ସେମାନେ କହୁଛନ୍ତି ଏହା ସ୍ଲିପ୍ ଅଫ୍ ଟଙ୍ଗ୍।
ଆଉ ଖଡଗେ ଯାହା କହିଛନ୍ତି, ତାହ ଏକ ଛୋଟ କଥା ଯାହାକୁ ଅଯଥା ପ୍ରସଙ୍ଗ କରୁଛି ବିଜେପି।
ଅନ୍ୟପଟେ ବିଜେଡି ବିଧାୟକ ପ୍ରସଙ୍ଗରେ ଛୁଙ୍କ ମାରି କହିଛନ୍ତି, ଖଡଗେ ହେଉଛନ୍ତି ମୋଦିଙ୍କ ସମସାମୟିକ।
ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଆକଳନ କରି ଦେଇଥିବେ।କିନ୍ତୁ ଦେଶରୁ ଓ ରାଜ୍ୟରୁ ବିଜେପି ସରକାର ହଟିବା ଆବଶ୍ୟକ।
ଗୋଟିଏ ପଟେ ଖଡଗେଙ୍କ ବିବାଦୀୟ ବୟାନ ଆଉ ଅନ୍ୟପଟେ ବିଜେପିର ବଡ ପ୍ରତିବାଦ।
ଆଗକୁ ଏହି ପ୍ରସଙ୍ଗରେ ରୋଚକ ଚିତ୍ର ଦେଖିବାକୁ ମିଳିପାରେ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।