Habishyalis Raise Concerns Over Arrangements in Puri: ପୁରୀରେ କାର୍ତ୍ତିକ ବ୍ରତ ଆରମ୍ଭ, ହବିଷ୍ୟାଳିଙ୍କ ଭିଡ଼ ଭିତରେ ଦୁର୍ବ୍ୟବହାର ଅଭିଯୋଗ

Oct 26, 2026 - 21:51
Habishyalis Raise Concerns Over Arrangements in Puri: ପୁରୀରେ କାର୍ତ୍ତିକ ବ୍ରତ ଆରମ୍ଭ, ହବିଷ୍ୟାଳିଙ୍କ ଭିଡ଼ ଭିତରେ ଦୁର୍ବ୍ୟବହାର ଅଭିଯୋଗ

ପୁଣ୍ୟ ଅର୍ଜିବା ଆଶାରେ ଆସିଛନ୍ତି ଶ୍ରୀକ୍ଷେତ୍ରକୁ, କିନ୍ତୁ ହୀନସ୍ତା ହେଉଛନ୍ତି ହବିଷ୍ୟାଳି।

ଭକ୍ତିଭାବ ଧରି ଧାଇଁ ଆସିଛନ୍ତି କିଏ କେତେ ବାଟରୁ।

ହେଲେ ପ୍ରଶାସନିକ ଅବ୍ୟବସ୍ଥା, ଦାୟିତ୍ବରେ ଥିବା କର୍ମଚାରୀଙ୍କ ଆଚରଣ ଲୁହ ଆଉ ଯନ୍ତ୍ରଣା ଆଣିଦେଉଛି ଏହି ବୃଦ୍ଧା ମାନଙ୍କୁ।

ଏମାନଙ୍କ ଅଭିଯୋଗ, କିଏ ତାଙ୍କ ଜିନିଷପତ୍ରକୁ ଫିଙ୍ଗା ଫୋପଡ଼ା କରିଦେଉଛନ୍ତି ତ ଆଉ କିଏ ପୁଣି ପାଣି ମାଡ଼ କରୁଛନ୍ତି।

ଅଥଚ ନା କେହି ଶୁଣିବାକୁ ଅଛନ୍ତି ନା କୌଣସି ବ୍ୟବସ୍ଥିତ ରହିଛି।

ଏମାନଙ୍କ ମଧ୍ୟରୁ କାହା ବୟସ ୬୦ ତ ଆଉ କାହା ବୟସ ୮୦।

କିନ୍ତୁ ଧର୍ମମାସରେ ପୁଣ୍ୟ ଅର୍ଜିବା ଆଶାରେ ଆସି କଷ୍ଟପାଉଥିବା ଅଭିଯୋଗ କରିଛନ୍ତି ହବିଷ୍ୟାଳି।

Advertisment ଧର୍ମ ମାସ କାର୍ତ୍ତିକର ଆଜି ପ୍ରଥମ ସୋମବାର।

ଚଳଚଞ୍ଚଳ ଶ୍ରୀକ୍ଷେତ୍ର।

କାର୍ତ୍ତିକ ବ୍ରତ ପାଳନ ପାଇଁ ଜମିଛି ହବିଷ୍ୟାଳିଙ୍କ ପ୍ରବଳ ଭିଡ଼।

ତେବେ ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ପୁରୀ ଆସିଥିବା ହବିଷ୍ୟାଳି ଆଜି ସକାଳୁ ସଂକଳ୍ପ ନେବା ପରେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି।

ଭୋରୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ ପରେ ହବିଷ୍ୟାଳି ମାନେ ଚଉଁରା ନିକଟରେ ରାଧାଦାମୋଦର ପୂଜା କରିଛନ୍ତି।

ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ବି କରିଛନ୍ତି।

ହେଲେ ବୃନ୍ଦାବତୀ ନିବାସ ହବିଷ୍ୟାଳି କେନ୍ଦ୍ରରେ କିଛି ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ଦିଆଯାଇନଥିଲା ପ୍ରବେଶ ଅନୁମତି।

ତେଣୁ ସେମାନେ ଫାଟକ ବାହାରେ ରାତିରେ ପଡ଼ିିରହିଥିବା କହିଛନ୍ତି।

ଏପରିକି ଘଉଡ଼ାଇବା ପାଇଁ ପାଣି ମାଡ଼ ସହ ପୋଲିସ ଠେଲା ପେଲା ବି କରିଥିବା କହିଛନ୍ତି।

କାର୍ତ୍ତିକ ବ୍ରତ ସହ ଶ୍ରୀଜୀଉଙ୍କ ରାଧାଦାମୋଦର ବେଶ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।

ପ୍ରଶାସନ ପକ୍ଷରୁ ୩ଟି ହାବିଷ୍ୟାଳି କେନ୍ଦ୍ରରେ ସେମାନଙ୍କ ରହଣୀ, ଖାଦ୍ୟ ପାନୀୟ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି।

ପୁରୀ ଜିଲ୍ଲାପାଳ କୌଣସି ପାଣିମାଡ଼ କିମ୍ବା ଜିନିଷପତ୍ର ଫିଙ୍ଗା ଫୋପଡ଼ା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ତାସହ କହିଛନ୍ତି, କିଛି ହବିଷ୍ୟାଳି ବିନା ପଞ୍ଜିକରଣରେ ବୃନ୍ଦାବତୀ ନିବାସରେ ରହିବାକୁ ଜିଦ୍ କରିଥିଲେ।

ତଥାପି ଯେଉଁଠି ଯେଉଁଠି ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି, ସେଠାରେ ସେମାନଙ୍କୁ ରଖାଯାଉଛି।

ଆମେ ସେମାନଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ସମ୍ବେଦନଶୀଳ ରହିଛୁ।

Advertisment ଆଜିଠୁ ନଭେମ୍ବର ୨୪ ଯାଏଁ ଚାଲିବ ହବିଷ ବ୍ରତ।

ତେଣୁ ହବିଷ୍ୟାଳିଙ୍କ ପାଇଁ ନିଶୁଳ୍କ ରହଣୀ, ମାଗଣା ମହାପ୍ରସାଦ ଓ ବସ୍ ଯୋଗେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି।

ଶିବିର ବାହାରେ କାର୍ତ୍ତିକ ପାଳୁଥିବା ହଭିଷ୍ୟାର୍ଥିଙ୍କ ପାଇଁ ବି ଶ୍ରୀମନ୍ଦିର ଦର୍ଶନ ପାଇଁ ସ୍ୱତନ୍ତ୍ର ଲାଇନ୍ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।