BJP Targets BJD: ବିଜେଡି ଓଡ଼ିଶାର ବିକାଶ ନୁହେଁ, ବରଂ ନିଜର ଅସ୍ତିତ୍ବ ବଞ୍ଚାଇବାକୁ ଚାହୁଁଛି: ବିଜେପି
"ଭୁବନେଶ୍ୱର: INDIA ବ୍ଲକ୍ ପ୍ରତିବାଦରେ ବିଜେଡି ସାମିଲ୍ ହେବା ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି।
ବିଜେଡିର ସମଦୂରତା ନୀତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ଦଳର ବରିଷ୍ଠ ନେତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସେ ଆହୁରି କହିଛନ୍ତି, ଆଗରୁ ମିଶିକି ଥିଲେ, ଆଉ ଏବେ ବି ଅଛନ୍ତି।Advertisment ବିଜେଡିର କଥା ଓ କାମରେ ଫରକ ରହିଛି ଠିକ୍ ସେହିପରି ବିଜେପିର ରାଜ୍ୟ ସାଧାରଣ ସଂପାଦକ ବିରଞ୍ଚି ତ୍ରିପାଠୀ କହିଛନ୍ତି, ବିଜେଡିର କଥା ଓ କାମରେ ଫରକ ରହିଛି।
ଏବେ କୌଣସି ମୁଦ୍ଦା ନଥିବା ହେତୁ ନାଟକ କରୁଛି ବିଜେଡି।
ବିଜେଡି ଓଡ଼ିଶାର ବିକାଶ ନୁହେଁ, ବରଂ ନିଜର ଅସ୍ତିତ୍ବ ବଞ୍ଚାଇବାକୁ ଚାହୁଁଛି।
ବିଜେଡି ଏବେ ଏକ ନିର୍ମୁଳି ଲତା, ବଞ୍ଚିବାକୁ ଅନ୍ୟର ସାହାରା ଖୋଜୁଛି।
ଏଣେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, ବିଜେଡିର ଛଦ୍ମବେଶର ପର୍ଦ୍ଦାଫାସ ହୋଇଛି।
ବିଜେଡି ଏକ ସୁବିଧାବାଦୀ ଦଳ।
ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଅସଲ ଚେହେରା ଦେଶବାସୀଙ୍କ ସାମ୍ନାକୁ ଆସିଲା।
ସୂଚନାଯୋଗ୍ୟ, ଭୋଟର ତାଲିକାର ସ୍ପେସିଆଲ ଇଣ୍ଟେନ୍ସିଭ୍ ରିଭିଜନ୍ (SIR)କୁ ନେଇ ମୁଖ୍ୟ ନିର୍ବାଚନ କମିସନର (CEC) ଜ୍ଞାନେଶ କୁମାରଙ୍କ କଥିତ ଏକତରଫା କାର୍ଯ୍ୟାନୁଷ୍ଠାନ ଏବଂ ଦେଶବ୍ୟାପୀ ୧୩ କୋଟିରୁ ଅଧିକ ଭୋଟରଙ୍କ ନାମ ବାଦ୍ ପଡ଼ିବା ଅଭିଯୋଗକୁ ନେଇ ଆଜି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆୟୋଜିତ ପ୍ରତିବାଦ "ଇଣ୍ଡି" ମେଣ୍ଟ ସହ ଆଗରୁ ବିଜେଡିର ମଧୁଚନ୍ଦ୍ରିକା ଥିଲା।
ଶୋଭାଯାତ୍ରାରେ ବିଜୁ ଜନତା ଦଳ (ବିଜେଡି) ସାମିଲ ହୋଇଛି।
ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଂସଦମାନେ ଏହି ପ୍ରତିବାଦ ଶୋଭାଯାତ୍ରାରେ ଯୋଗଦେବେ।
ବିଜେଡି ସଂସଦୀୟ ଦଳର ରାଜ୍ୟସଭା ନେତା ମାନସ ମଙ୍ଗରାଜ ଗଣମାଧ୍ୟମକୁ ଦଳର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।
NHRC: ସରପଞ୍ଚ ଚାମେଲି ଦୁର୍ବ୍ୟବହାର ଓ ମାରପିଟ ଘଟଣା: ମହାକାଳପଡ଼ା ଥାନାରେ ଜାତୀୟ ମାନବାଧିକାର କମିସନର ୩ ଜଣିଆ ଟିମ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।