Blood Sugar: ଜଳଖିଆ ପୂର୍ବରୁ ଏହି ଭୁଲ ବଢ଼ାଉଛି ରକ୍ତ ଶର୍କରା!

Aug 27, 2026 - 14:51
Blood Sugar: ଜଳଖିଆ ପୂର୍ବରୁ ଏହି ଭୁଲ ବଢ଼ାଉଛି ରକ୍ତ ଶର୍କରା!

"ନୂଆଦିଲ୍ଲୀ: ରାତିରେ ଖାଇବା ପରେ ସକାଳେ କିଛି ନଖାଇ ମଧ୍ୟ ରକ୍ତ ଶର୍କରା ବଢ଼ିପାରେ।

ଏହା ପଛରେ କେବଳ ଖାଦ୍ୟ ଦାୟୀ ନୁହେଁ।

ସକାଳର କିଛି ଅଭ୍ୟାସ ମଧ୍ୟ ରକ୍ତ ଶର୍କରା ସ୍ତରକୁ ପ୍ରଭାବିତ କରିପାରେ।

ବିଶେଷଜ୍ଞଙ୍କ ମତରେ, ନିଦ୍ରା, ଚାପ, ଶାରୀରିକ ଗତିବିଧି ଏବଂ ସକାଳର ପ୍ରଥମ ଖାଦ୍ୟପାନୀୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ତେବେ ସକାଳର କେଉଁ ଭୁଲ ରକ୍ତ ଶର୍କରା ବଢ଼ାଇପାରେ, ଜାଣନ୍ତୁ...Advertisment ସକାଳର ଅଭ୍ୟାସରେ ଆଣନ୍ତୁ ପରିବର୍ତ୍ତନ ୧.

ଉଠିବା ମାତ୍ରେ ମିଠା ଚା" ପିଇବା ଅନେକ ଲୋକ ଉଠିବା ମାତ୍ରେ ମିଠା ଚା" ପିଇଥାନ୍ତି।

ଖାଲି ପେଟରେ ଅଧିକ ଚିନି ଗ୍ରହଣ କଲେ ରକ୍ତ ଶର୍କରା ଶୀଘ୍ର ବଢ଼ିପାରେ।

ଚା"ରେ ଚିନି ପରିମାଣ କମାଇବା ଏକ ସରଳ ପଦକ୍ଷେପ ହୋଇପାରେ।

୨.

ଉଠିବା ପରେ ଦୀର୍ଘ ସମୟ ବସି ରହିବା ସକାଳୁ ଉଠିବା ପରେ ଦୀର୍ଘ ସମୟ ନିଷ୍କ୍ରିୟ ରହିବା ମଧ୍ୟ ଭଲ ନୁହେଁ।

ହାଲୁକା ଚାଲିବା କିମ୍ବା ସାଧାରଣ ଶାରୀରିକ ଗତିବିଧି ଶରୀରକୁ ଗ୍ଲୁକୋଜ୍ ବ୍ୟବହାର କରିବାରେ ସହାୟକ ହୋଇପାରେ।

୩.

ଜଳଖିଆରେ ଅଧିକ ଚିନି ଓ ମଇଦା ଖାଇବା ସକାଳର ଜଳଖିଆରେ ଅଧିକ ଚିନି କିମ୍ବା ପରିଷ୍କୃତ ମଇଦା ଥିବା ଖାଦ୍ୟ ଖାଇବା ଆଉ ଏକ ଭୁଲ।

ଏଭଳି ଖାଦ୍ୟ ରକ୍ତ ଶର୍କରାକୁ ଶୀଘ୍ର ବଢ଼ାଇପାରେ।ଜଳଖିଆରେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ସହ ସନ୍ତୁଳିତ ଖାଦ୍ୟ ରଖିବା ଭଲ ବିକଳ୍ପ ହୋଇପାରେ।

୪.

ରାତିରେ ଠିକ୍‌ ଭାବେ ନଶୋଇବା ପର୍ଯ୍ୟାପ୍ତ ନିଦ୍ରା ନହେବା ମଧ୍ୟ ସକାଳର ରକ୍ତ ଶର୍କରାକୁ ପ୍ରଭାବିତ କରିପାରେ।

ରାତିରେ ନିଦ୍ରା ବାରମ୍ବାର ଭାଙ୍ଗିବା କିମ୍ବା କମ୍‌ ଶୋଇବା ପରଦିନ ଶରୀରର ଇନସୁଲିନ୍‌ ପ୍ରତିକ୍ରିୟାକୁ ପ୍ରଭାବିତ କରିପାରେ।

ତେଣୁ ନିୟମିତ ଓ ପର୍ଯ୍ୟାପ୍ତ ନିଦ୍ରା ଉପରେ ଧ୍ୟାନ ଦେବା ଜରୁରୀ।

୫.

ଚାପ ନେଇ ଦିନ ଆରମ୍ଭ କରିବା ସକାଳୁ ଉଠିବା ମାତ୍ରେ ଚିନ୍ତା କରିବା, କାମର ଚାପ ନେବା କିମ୍ବା ଲଗାତାର ଫୋନ୍‌ ଦେଖିବା ମଧ୍ୟ ଶରୀର ଉପରେ ପ୍ରଭାବ ପକାଇପାରେ।

ଚାପ ସମୟରେ ଶରୀରରେ କର୍ଟିସୋଲ୍‌ ଓ ଅନ୍ୟ ହରମୋନ୍‌ ବଢ଼ିଥାଏ।

ଏହା ରକ୍ତ ଶର୍କରା ବୃଦ୍ଧିର ଏକ କାରଣ ହୋଇପାରେ।

Okra: ଭେଣ୍ଡି ଖାଇବା ଦ୍ୱାରା ଶରୀରକୁ କଣ ଲାଭ ମିଳେ, ଜାଣିଛନ୍ତି କି?

ରକ୍ତ ଶର୍କରା ନିୟନ୍ତ୍ରଣ ପାଇଁ ସକାଳର ଅଭ୍ୟାସ ଉପରେ ଧ୍ୟାନ ଦେବା ଜରୁରୀ।

ମିଠା ଚା" କମାଇବା, ସକାଳେ କିଛି ସମୟ ଚାଲିବା, ସନ୍ତୁଳିତ ଜଳଖିଆ ଖାଇବା ଏବଂ ଭଲ ନିଦ୍ରା ନେବା ଭଳି ଛୋଟ ପରିବର୍ତ୍ତନ ଉପକାରୀ ହୋଇପାରେ।

ତେବେ ରକ୍ତ ଶର୍କରା ବାରମ୍ବାର ଅସ୍ୱାଭାବିକ ଭାବେ ବଢ଼ୁଥିଲେ, ନିଜେ ଚିକିତ୍ସା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।