BMC Cracks Down on Bhubaneswar Sweet Shops: ଭୁବନେଶ୍ୱରରେ ମିଠା ଦୋକାନରେ ଚଢାଉ, ବାସି ମିଠା ଜବତ
ଭୁବନେଶ୍ୱରରେ ମିଠା ଓ ଛେନାର ମାନ ଯାଞ୍ଚ ପାଇଁ ବିଏମ୍ସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ସିଆରପି ଛକ ଅଞ୍ଚଳରେ ଥିବା ବିଭିନ୍ନ ମିଠା ଦୋକାନରେ ଅଧିକାରୀମାନେ ପହଞ୍ଚି ମିଠା ଓ ଛେନାର ଗୁଣବତ୍ତା ଯାଞ୍ଚ କରିଛନ୍ତି।
ଚଢାଉ ସମୟରେ ଦୋକାନଗୁଡ଼ିକରେ ମିଠାର ଗୁଣବତ୍ତା, ପ୍ରସ୍ତୁତି ଓ ସଂରକ୍ଷଣ ପ୍ରକ୍ରିୟା ଯାଞ୍ଚ କରାଯାଇଥିଲା। ଯେଉଁ ଦୋକାନରୁ ବାସି ମିଠା ମିଳିଥିଲା, ସେଗୁଡ଼ିକୁ ଅଧିକାରୀମାନେ ଜବତ କରିଥିବା ଜଣାପଡ଼ିଛି।
ଏହାସହ ବାସି କିମ୍ବା ନିମ୍ନମାନର ମିଠା ବିକ୍ରି ଅଭିଯୋଗରେ ସମ୍ପୃକ୍ତ ଦୋକାନୀଙ୍କ ଉପରେ ଆର୍ଥିକ ଦଣ୍ଡ ମଧ୍ୟ ଲାଗୁ କରାଯାଇଛି। ଗ୍ରାହକଙ୍କୁ ସୁରକ୍ଷିତ ଓ ଭଲ ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ଏଭଳି ଯାଞ୍ଚ ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି।
ଭୁବନେଶ୍ବରରେ ଛେନା ଓ ମିଠା ଦୋକାନରେ ରେଡ୍
BMC ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ
ସିଆରପି ଛକରେ ଥିବା ବିଭିନ୍ନ ମିଠା ଦୋକାନରେ ରେଡ୍
ମିଠା ଓ ଛେନାର ମାନ ଯାଞ୍ଚ କରାଯାଉଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।