BoB: ପେନ୍‌ସନ୍‌ ଫଣ୍ଡ୍‌ ବ୍ୟବସାୟରେ ପ୍ରବେଶ କଲା ବ୍ୟାଙ୍କ ଅଫ୍‌ ବରୋଦା

Oct 13, 2026 - 20:09
BoB: ପେନ୍‌ସନ୍‌ ଫଣ୍ଡ୍‌ ବ୍ୟବସାୟରେ ପ୍ରବେଶ କଲା ବ୍ୟାଙ୍କ ଅଫ୍‌ ବରୋଦା

"ଭୁବନେଶ୍ୱର: ପେନ୍‌ସନ୍‌ ଫଣ୍ଡ୍‌ ବ୍ୟବସାୟରେ ପ୍ରବେଶ କରିଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ବରୋଦା।

ଏନ୍‌ପିଏସ୍‌ ଦିବସ ୨୦୨୬ ଅବସରରେ ବ୍ୟାଙ୍କକୁ ପେନ୍‌ସନ୍‌ ଫଣ୍ଡ୍‌ ପ୍ରାୟୋଜକ ଭାବେ ନିଯୁକ୍ତି ସମ୍ପର୍କିତ ପ୍ରମାଣପତ୍ର ମିଳିଛି।

ପେନ୍‌ସନ୍‌ ଫଣ୍ଡ୍‌ ନିୟାମକ ଓ ବିକାଶ ପ୍ରାଧିକରଣ (ପିଏଫ୍‌ଆର୍‌ଡିଏ) ଆଇନ, ୨୦୧୩ର ଧାରା ୨୭ ଅନୁଯାୟୀ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଛି।

Advertisment ଏହା ସହିତ ପେନ୍‌ସନ୍‌ ଫଣ୍ଡ୍‌ ବ୍ୟବସାୟରେ ପ୍ରବେଶ କରିବାରେ ବ୍ୟାଙ୍କ ଅଫ୍‌ ବରୋଦା ଦ୍ୱିତୀୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହୋଇଛି।

ଆର୍ଥିକ ସେବା ବିଭାଗର ସଚିବ ସଞ୍ଜୟ ଲୋହିଆ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଦେବଦତ୍ତ ଚାନ୍ଦଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

ଏହି ଅବସରରେ ପିଏଫ୍‌ଆର୍‌ଡିଏର ଅଧ୍ୟକ୍ଷ ଏସ୍‌.

ରମଣ ଏବଂ ଏନ୍‌ପିଏସ୍‌ ଟ୍ରଷ୍ଟ୍‌ର ଅଧ୍ୟକ୍ଷ ଦିନେଶ କୁମାର ଖାରା ମଧ୍ୟ ଉପସ୍ଥିତ ଥିଲେ।

ପେନ୍‌ସନ୍‌ ଫଣ୍ଡ୍‌ ବ୍ୟବସାୟଏହି ପରିପ୍ରେକ୍ଷୀରେ ଶ୍ରୀ ଚାନ୍ଦ କହିଛନ୍ତି, ପେନ୍‌ସନ୍‌ ଫଣ୍ଡ୍‌ ବ୍ୟବସାୟରେ ପ୍ରବେଶ କରିବା ଆମ ବ୍ୟାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ଏହି ପଦକ୍ଷେପ ସହ ଆମେ ଏନ୍‌ପିଏସ୍‌ରେ ମଧ୍ୟ ପଞ୍ଜୀକୃତ ହୋଇଛୁ।

ଅବସରକାଳୀନ ଆର୍ଥିକ ସମାଧାନ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ସହ ପେନ୍‌ସନ୍‌ ସୁବିଧାକୁ ଗ୍ରାହକଙ୍କ ପାଇଁ ଅଧିକ ସହଜ ଓ ସୁବିଧାଜନକ କରିବା ଲାଗି ଡିଜିଟାଲ୍‌ ନବସୃଜନର ବ୍ୟବହାର କରିବା ପ୍ରତି ଆମର ପ୍ରତିବଦ୍ଧତା ଏହା ଦ୍ୱାରା ଆହୁରି ଦୃଢ଼ ହୋଇଛି।

Indigo flight: ଇଣ୍ଡିଗୋ ବିମାନରେ ଆତଙ୍କ: ମଝି ଆକାଶରେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରୁ ନିଆଁ, ହାଇଦ୍ରାବାଦରେ ଜରୁରୀ ଅବତରଣ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।