Bolangir ITI Principal's Properties: କୁବେର ITI ପ୍ରିନ୍ସିପାଲଙ୍କ ୨ଟି କୋଠା, ୧୧ ପ୍ଲଟ୍ ଠାବ କଲା ଭିଜିଲାନ୍ସ

Nov 07, 2026 - 15:17
Bolangir ITI Principal's Properties: କୁବେର ITI ପ୍ରିନ୍ସିପାଲଙ୍କ ୨ଟି କୋଠା, ୧୧ ପ୍ଲଟ୍ ଠାବ କଲା ଭିଜିଲାନ୍ସ

କୁବେର ପ୍ରିନ୍ସପାଲଙ୍କ ୨ଟି କୋଠା ଓ ୧୧ ପ୍ଲଟ୍ ଠାବ।

ଗତକାଲି ଲାଞ୍ଚ ନେବା ବେଳେ ବଲାଙ୍ଗିର ସରକାରୀ ITI କଲେଜ ପ୍ରିନ୍ସିପାଲ ସୁରେଶ କୁମାର ଦଳବେହେରାଙ୍କୁ ମାଡି ବସିଥିଲା ଭିଜିଲାନ୍ସ।

ଯାଞ୍ଚ ବେଳେ ପ୍ରିନ୍ସପାଲଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ଟଙ୍କା ସହ ୨୬୩ ଗ୍ରାମ୍ ସୁନା, ଅଢ଼େଇ କେଜି ରୁପା ଠାବ ହୋଇଛି।

Advertisment ଗୋଟିଏ ଦାମୀ କାର ସହ ୩ଟି ବାଇକ ମଧ୍ୟ ଜବତ ହୋଇଛି।

ଚାକିରି ବଜାୟ ରଖିବା ସହ ଦରମା ଉଠାଇବା ପାଇଁ ପ୍ରିନସିପାଲ ଲାଞ୍ଚ ମାଗୁଥିଲେ।

୯ ଜଣ ଇନଷ୍ଟ୍ରକ୍ଟରଙ୍କ ଠାରୁ ଅଧ୍ୟକ୍ଷ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।

ଆଜି ବଲାଙ୍ଗିର ଭିଜିଲାନ୍ସ କୋର୍ଟରେ ସୁରେଶଙ୍କୁ ହାଜର କରାଯିବ।

କୁବେର ପ୍ରିନ୍ସପାଲଙ୍କ ୧୧ ପ୍ଲଟ୍ ଭିଜିଲାନ୍ସ ପଞ୍ଝାରେ ବଲାଙ୍ଗିର ସରକାରୀ ITI କଲେଜ ପ୍ରିନ୍ସିପାଲ ପ୍ରିନ୍ସିପାଲ ସୁରେଶ କୁମାର ଦଳବେହେରାଙ୍କ ୨ଟି କୋଠା ଓ ୧୧ ପ୍ଲଟ୍ ଠାବ ନଗଦ ୫ ଲକ୍ଷ ୧୬ ହଜାର ଟଙ୍କା, ୨୬୩ ଗ୍ରାମ୍ ସୁନା, ଅଢ଼େଇ କେଜି ରୁପା ଠାବ ଅତିଥି ପ୍ରଶିକ୍ଷକଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ଗୋଟିଏ ଦାମୀ କାର୍ ସହ ୩ଟି ବାଇକ୍ ଠାବ ଆଜି ବଲାଙ୍ଗିର ଭିଜିଲାନ୍ସ କୋର୍ଟରେ ହାଜର ହେବେ ସୁରେଶ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।