Businessman Shot Dead in Public: ବ୍ୟବସାୟୀଙ୍କୁ ଗୁଳି କରି ବିଚ୍ ରାସ୍ତାରେ ହତ୍ୟା, ଜଣେ ଅଟକ
ବୁର୍ଲାରେ ଫୁଟିଲା ଗୁଳି, ବ୍ୟବସାୟୀ ମୃତ । ବୁର୍ଲା ସହରର କିର୍ବା ଛକ ନିକଟରେ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଏମ୍ .ଡି. ଅନିଶ। ତାଙ୍କ ଘର ମଧ୍ୟ ବୁର୍ଲା ଅଞ୍ଚଳରେ ବୋଲି ଜଣାପଡ଼ିଛି। କିର୍ବା ଛକ ନିକଟରେ ହଠାତ୍ ଜଣେ ଅଭିଯୁକ୍ତ ଆସି ଅନିଶଙ୍କ ଉପରେ ଗୁଳି ଚଳାଇଥିଲେ।
ପୁଲିସର ପ୍ରାଥମିକ ସୂଚନା ଅନୁସାରେ, ଅନିଶଙ୍କ ଶରୀରରେ ତିନି ରାଉଣ୍ଡରୁ ଅଧିକ ଗୁଳି ବାଜିଥିବା ଜଣାପଡ଼ିଛି। ଅନିଶ ଜଣେ ମଟନ୍ ବ୍ୟବସାୟୀ ଥିଲେ। ଘଟଣା ପରେ ବୁର୍ଲା ପୋଲିସ ଜଣେ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଅଟକ ରଖିଛି। ତେବେ ଏହି ଗୁଳିକାଣ୍ଡ ପଛର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ବୁର୍ଲାରେ ଗୁଳିକାଣ୍ଡ, ବ୍ୟବସାୟୀ ମୃତ
ମାଂସ ବ୍ୟବସାୟୀଙ୍କୁ ଗୁଳି
ମାଂସ ବ୍ୟବସାୟୀଙ୍କୁ ଗୁଳି କରି ବିଚ୍ ରାସ୍ତାରେ ହତ୍ୟା
ବୁର୍ଲା କର୍ବା ଛକରେ ଯୁବକଙ୍କୁ ଗୁଳି ମାଡ଼
ମାଂସ ବ୍ୟବସାୟୀ ମୃତ, ଜଣେ ଅଟକ
ଦେହରେ ୩ ରାଉଣ୍ଡ ଗୁଳି ବାଜିଥିବା ସୂଚନା
ଗୁଳିକାଣ୍ଡର କାରଣ ଅସ୍ପଷ୍ଟ, ବୁର୍ଲା ପୋଲିସର ତଦନ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।