Captain Smit Machchhar’s Aviation Journey: କିଏ ଏହି କ୍ୟାପ୍ଟେନ୍ ସ୍ମିତ ମଚ୍ଛାର? ଜାଣନ୍ତୁ ପାଇଲଟ୍‌ଙ୍କ ପୂରା କାହାଣୀ

Oct 01, 2026 - 16:19
Captain Smit Machchhar’s Aviation Journey: କିଏ ଏହି କ୍ୟାପ୍ଟେନ୍ ସ୍ମିତ ମଚ୍ଛାର? ଜାଣନ୍ତୁ ପାଇଲଟ୍‌ଙ୍କ ପୂରା କାହାଣୀ

 କିଏ ଏହି ଚର୍ଚ୍ଚିତ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର… ରିପୋର୍ଟ ଅନୁସାରେ, ସ୍ମିତ ମଚ୍ଛାର ଜଣେ ଭାରତୀୟ ନାଗରିକ ଏବଂ ସେ ମୁମ୍ବାଇର ବୋଲି କୁହାଯାଉଛି। ସେ ଜଣେ ଗୁଜୁରାଟୀ।.. ରୋଚକ କଥା ହେଉଛି, ପିଲାଦିନରୁ ପାଇଲଟ୍ ହେବା ତାଙ୍କର ସ୍ୱପ୍ନ ନଥିଲା। ୨୦୨୫ର ଏକ ଆଲୋଚନାରେ ସ୍ମିତ ନିଜେ କହିଥିଲେ ଯେ ପ୍ରାୟ ୧୯ ବର୍ଷ ବୟସରେ ତାଙ୍କର ଏଭିଏସନ୍ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ପ୍ରଥମେ ସେ ଟେକ୍ସଟାଇଲ୍ ଇଞ୍ଜିନିୟରିଂ ପଢ଼ିଥିଲେ। ପରେ ମ୍ୟାନେଜମେଣ୍ଟ ପ୍ରୋଗ୍ରାମରେ ପଢ଼ୁଥିବା ସମୟରେ ଏକ ଏଭିଏସନ୍ ସେମିନାରରେ ଯୋଗ ଦେଇଥିଲେ। ସେହି ସେମିନାର ହିଁ ତାଙ୍କ ଜୀବନର ଦିଗ ବଦଳାଇଦେଇଥିଲା।

ପରେ ସେ ପାଇଲଟ୍ ଟ୍ରେନିଂ ପାଇଁ ନ୍ୟୁଜିଲାଣ୍ଡ ଯାଇଥିଲେ। ଏହା ଥିଲା ତାଙ୍କର ପ୍ରଥମ ଥର ପାଇଁ ଭାରତ ବାହାରକୁ ଯିବା। ପାଇଲଟ୍ ଭାବେ କ୍ୟାରିୟର ଆରମ୍ଭ କରିବା ପରେ ସ୍ମିତ ମଚ୍ଛାର ସ୍ପାଇସଜେଟ୍ ରେ ୧୧ ବର୍ଷରୁ ଅଧିକ ସମୟ କାମ କରିଥିଲେ। ସେଠାରେ ସେ ସିନିୟର କମାଣ୍ଡର ଏବଂ ପରେ ଲାଇନ୍ ଟ୍ରେନିଂ କ୍ୟାପ୍ଟେନ୍ ଭାବେ କାମ କରିଥିଲେ। ରିପୋର୍ଟ ଅନୁସାରେ, ସ୍ପାଇସଜେଟ୍ ରେ ତାଙ୍କର ୯,୫୦୦ରୁ ଅଧିକ ଫ୍ଲାଇଂ ଆୱାର୍ସ ଥିଲା। ଏଥିରୁ ୬,୪୦୦ରୁ ଅଧିକ ଘଣ୍ଟା ସେ ପାଇଲଟ୍-ଇନ୍-କମାଣ୍ଡ ଭାବେ ଉଡ଼ାଣ କରିଥିଲେ।

୨୦୨୨ ମସିହା ଜୁନ୍ ରେ ସ୍ମିତ ମଚ୍ଛର ଫ୍ଲାଇଦୁବାଇରେ ଡାଇରେକ୍ଟ-ଏଣ୍ଟ୍ରି କ୍ୟାପ୍ଟେନ୍ ଭାବେ ଯୋଗ ଦେଇଥିଲେ। ତାଙ୍କର ୧୩ ବର୍ଷରୁ ଅଧିକ କମର୍ସିଆଲ୍ ଏଭିଏସନ୍ ଅଭିଜ୍ଞତା ଏବଂ ପ୍ରାୟ ୯,୭୫୦ ଘଣ୍ଟାର 'Boeing-737' ଫ୍ଲାଇଂ ଅଭିଜ୍ଞତା ରହିଛି।...

ମଝି ଆକାଶରେ ଭୟଙ୍କର ଦୁର୍ଘଟଣାକୁ ଏଡ଼ାଇବା ସହ ୧୭୦ରୁ ଅଧିକ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଛାରଙ୍କ ଅସାଧାରଣ ସାହସିକତାକୁ ଚାରିଆଡୁ ପ୍ରଶଂସା । ଇସ୍ରାଏଲ ଯାଉଥିବା ବିମାନରେ ଛୁରା ମାଡ଼ ଖାଇ ୧୭୦ରୁ ଅଧିକ ଜୀବନ ବଞ୍ଚାଇଲେ ଭାରତୀୟ ପାଇଲଟ୍ କ୍ୟାପଟେନ ସ୍ମିଥ ମଚ୍ଛାର। ଫ୍ଲାଏ ଦୁବାଇ ବିମାନରେ ନିଜ ସହପାଇଲଟ୍ ସହ ବୀରତ୍ୱର ସହ ଲଢ଼ିଥିଲେ। ଛୁରି ମାରି ବିମାନକୁ କ୍ରାସ୍ କରିବାକୁ ଚେଷ୍ଟା କରୁଥିବା ବେଳେ ସହ ପାଇଲଟକୁ ରୋକିଥିଲେ। ବିମାନଟି ଆକାଶରେ ଉଡ଼ୁଥିବା ସମୟରେ ଓମାନର ସହ-ପାଇଲଟ୍ ଜଣକ ବିମାନର ସିଷ୍ଟମକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ଏବଂ କ୍ୟାପଟେନ ମଚ୍ଛାରଙ୍କୁ ବାରମ୍ବାର ଛୁରୀରେ ଆକ୍ରମଣ କରିଥିଲେ।

ଏହି ଟଣାଓଟରା ମଧ୍ୟରେ ବିମାନଟି ମାତ୍ର ଦୁଇ ମିନିଟରୁ କମ୍ ସମୟ ମଧ୍ୟରେ ପ୍ରାୟ ୧୪ ହଜାର ଫୁଟ୍ ତଳକୁ ଖସି ଆସିଥିଲା। କକପିଟରୁ ଚିତ୍କାର ଶୁଣି କ୍ୟାବିନ୍ କ୍ରୁ ସଦସ୍ୟ ଏବଂ ବିମାନରେ ଥିବା ଇସ୍ରାଏଲ୍ ଯାତ୍ରୀମାନେ ଭିତରକୁ ପଶି ଆକ୍ରମଣକାରୀ ସହ-ପାଇଲଟକୁ କାବୁ କରିଥିଲେ। ବିମାନରେ ଯାତ୍ରା କରୁଥିବା ଅନ୍ୟ ଦୁଇ ଜଣ ଅଫ୍-ଡ୍ୟୁଟି ପାଇଲଟ୍ ବିମାନକୁ ନିୟନ୍ତ୍ରଣକୁ ନେଇଥିଲେ ଏବଂ ସାଉଦି ଆରବର ତାବୁକ୍ଠାରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରାଇଥିଲେ। ଏବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଘଟଣାର ତଦନ୍ତ କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।