Cauliflower: ଫୁଲକୋବି ଭିତରେ ଲୁଚିଛନ୍ତି ପୋକ! ସଫା କରିବେ କେମିତି?

Oct 30, 2026 - 20:23
Cauliflower: ଫୁଲକୋବି ଭିତରେ ଲୁଚିଛନ୍ତି ପୋକ! ସଫା କରିବେ କେମିତି?

ନୂଆଦିଲ୍ଲୀ: ବାହାରୁ ଦେଖିବାକୁ ଧଳା, ସୁନ୍ଦର ଆଉ ସତେଜ।

ହେଲେ ଭିତରେ ଲୁଚି ରହିଛନ୍ତି ଛୋଟ ଛୋଟ ପୋକ!

ଆପଣ ଯେଉଁ ଫୁଲକୋବିକୁ ଆଣି ତରକାରୀ କିମ୍ବା ପୁଲାଉ ବନାଉଛନ୍ତି, ତାହା ଭିତରେ ଥାଇପାରନ୍ତି ଅନେକ କୀଟ।

କେବଳ ପାଣିରେ ଧୋଇଦେଲେ ଏହି ପୋକ ସବୁ ବାହାରିଯାଆନ୍ତି ନାହିଁ।

କାରଣ ଫୁଲକୋବିର ଘନ ଘନ ପାଖୁଡ଼ା ଭିତରେ ଲୁଚି ରହିଥାନ୍ତି ଏମାନେ।

ଆଉ ଅଜାଣତରେ ଏହି କୋବିକୁ ଆପଣ ଖାଇଦେଉଛନ୍ତି।

ତେଣୁ ଫୁଲକୋବି ରାନ୍ଧିବା ପୂର୍ବରୁ ଏହାକୁ ଠିକ୍ ଭାବେ ସଫା କରିବା ନିହାତି ଜରୁରୀ।

ତେବେ କେମିତି କରିବେ ଫୁଲକୋବିର ସଠିକ୍ ସଫା?

ଜାଣନ୍ତୁ ସହଜ ଉପାୟ।

ଶୀତଦିନ ଆସିଲେ ବଜାରରେ ଛାଇଯାଏ ଫୁଲକୋବି।

କାହାକୁ କୋବି ତରକାରୀ ପସନ୍ଦ ତ ଆଉ କାହାକୁ କୋବି ପୁଲାଉ।

ହେଲେ ଏହାକୁ ଖାଇବା ପୂର୍ବରୁ ସଫା କରିବା ଉପରେ ଦେବାକୁ ପଡ଼ିବ ବିଶେଷ ଧ୍ୟାନ।

ଏଥିପାଇଁ ଆପଣଙ୍କୁ ଦରକାର ଗୋଟିଏ ବଡ଼ ପାତ୍ର, ହାଲୁକା ଉଷୁମ ପାଣି, ଲୁଣ ଓ ହଳଦୀ ଗୁଣ୍ଡ।

ତେବେ ପ୍ରଥମେ ଫୁଲକୋବିର ବାହାର ପତ୍ରଗୁଡ଼ିକୁ ବାହାର କରିଦିଅନ୍ତୁ।

ଏହାପରେ କୋବିକୁ ଛୋଟ ଛୋଟ ଖଣ୍ଡରେ କାଟି ଅଲଗା କରନ୍ତୁ।

ଯେଉଁ ଅଂଶ ପଚିଯାଇଥିବ କିମ୍ବା ରଙ୍ଗ ବଦଳିଯାଇଥିବ, ତାହାକୁ ବାହାର କରିଦିଅନ୍ତୁ ।

Advertisment Cockroch: କାହିଁକି କେବଳ ଅନ୍ଧାରରେ ବାହାରକୁ ଆସନ୍ତି ଅସରପା?

ଜାଣନ୍ତୁ ଏହାର ରୋଚକ କାରଣ ଫୁଲକୋବିକୁ ଛୋଟ ଛୋଟ ଖଣ୍ଡରେ କାଟିବା ପରେ ଆଉ ଏକ କାମ କରନ୍ତୁ।

ଗୋଟିଏ ବଡ଼ ପାତ୍ରରେ ହାଲୁକା ଉଷୁମ ପାଣି ନିଅନ୍ତୁ।

ଧ୍ୟାନ ରଖିବେ, ପାଣି ଅଧିକ ଗରମ ହୋଇନଥିବ।

କାରଣ ଅଧିକ ଗରମ ପାଣିରେ କୋବି ନରମ ହୋଇଯାଇପାରେ।

ଏବେ ଏହି ପାଣିରେ ଅଳ୍ପ ଲୁଣ ଓ ହଳଦୀ ଗୁଣ୍ଡ ମିଶାନ୍ତୁ।

ଏହାପରେ କୋବି ଖଣ୍ଡଗୁଡ଼ିକୁ ପାଣିରେ ପକାଇ କିଛି ସମୟ ବୁଡ଼ାଇ ରଖନ୍ତୁ।

ଏହାଦ୍ୱାରା କୋବି ଭିତରେ ଲୁଚି ରହିଥିବା ପୋକ ଓ ମଇଳା ବାହାରିବାରେ ସହାୟତା ମିଳିପାରେ।

ତେବେ ଏତିକିରେ ସରିନାହିଁ ସଫା କରିବା ପ୍ରକ୍ରିୟା।

କିଛି ସମୟ ପରେ ପାଣିରୁ କୋବି ଖଣ୍ଡଗୁଡ଼ିକୁ ବାହାର କରି ପୁଣି ଥରେ ସଫା ପାଣିରେ ଭଲ ଭାବେ ଧୋଇ ନିଅନ୍ତୁ।

କୋବିର ପ୍ରତ୍ୟେକ ଖଣ୍ଡକୁ ଭଲ ଭାବେ ଯାଞ୍ଚ କରନ୍ତୁ।

କେଉଁଠି ପୋକ କିମ୍ବା ମଇଳା ଲାଗିଥିଲେ ତାହାକୁ ବାହାର କରିଦିଅନ୍ତୁ।

ଏହାପରେ ପାଣି ନିଗାଡ଼ି ରାନ୍ଧିବା ପାଇଁ ବ୍ୟବହାର କରନ୍ତୁ।

ତେଣୁ ଆଗକୁ ଯେତେବେଳେ ବି ଫୁଲକୋବି ଆଣୁଛନ୍ତି, କେବଳ ପାଣିରେ ଧୋଇ ରାନ୍ଧି ଦିଅନ୍ତୁ ନାହିଁ।

ଏହାକୁ ଠିକ୍ ଭାବେ କାଟି, ସଫା କରିବା ପରେ ହିଁ ରୋଷେଇରେ ବ୍ୟବହାର କରନ୍ତୁ।

କାରଣ ସୁସ୍ୱାଦୁ ଖାଦ୍ୟ ସହ ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।