CBFCର ନୂଆ ବୋର୍ଡ ଗଠିତ, ସାମିଲ ହେଲେ ନୀଳମାଧବ ପଣ୍ଡା, ପ୍ରୀତି ଜିଣ୍ଟା ଓ ପଙ୍କଜ ତ୍ରିପାଠୀ

Sep 16, 2026 - 22:22
CBFCର ନୂଆ ବୋର୍ଡ ଗଠିତ, ସାମିଲ ହେଲେ ନୀଳମାଧବ ପଣ୍ଡା, ପ୍ରୀତି ଜିଣ୍ଟା ଓ ପଙ୍କଜ ତ୍ରିପାଠୀ

"ନୂଆଦିଲ୍ଲୀ : କେନ୍ଦ୍ର ସରକାର ବୁଧବାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍‌ (ସିବିଏଫ୍‌ସି)ର ପୁନର୍ଗଠନ କରିଛନ୍ତି ।

୨୦୧୭ ପରେ ପ୍ରଥମ ଥର ପାଇଁ ସିବିଏଫ୍‌ସିର ନୂଆ ବୋର୍ଡ ଗଠନ କରାଯାଇଛି ।

ଶଶିଶେଖର ବେମ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ନୂଆ ବୋର୍ଡରେ ମୋଟ ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ନିର୍ମାତା ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ସମେତ ୧୮ ଜଣ ସଦସ୍ୟ ରହିଛନ୍ତି ।

ନୂଆ ବୋର୍ଡର କାର୍ଯ୍ୟକାଳ ୩ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରହିବ ।Advertisment ଆଦିବାସୀ ସ୍କୁଲ୍‌ର ସୁରକ୍ଷା ନେଇ ସିଜେପିର ବଡ଼ ପଦକ୍ଷେପ; ଆଜିଠୁ "ଆଦିବାସୀ ସ୍କୁଲ୍‌ ଠିକ୍‌ କର" ଅଭିଯାନ ନୂଆ ବୋର୍ଡରେ ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା, ଅଭିନେତା ପଙ୍କଜ ତ୍ରିପାଠୀ, ନୀଳମାଧବ ପଣ୍ଡା ଓ ସୁନୀଲ ସେଟ୍ଟୀଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି ।

ଏହାବ୍ୟତୀତ ପଲ୍ଲବୀ ଯୋଶୀ, ପ୍ରସେନଜିତ ଚାଟାର୍ଜୀ, ରୂପାଲି ଗାଙ୍ଗୁଲି, ପ୍ରିୟଦର୍ଶନ ଓ ରିକି କେଜ୍‌ ମଧ୍ୟ ନୂଆ ବୋର୍ଡରେ ସ୍ଥାନ ପାଇଛନ୍ତି ।

ଅନ୍ୟ ସଦସ୍ୟଙ୍କ ମଧ୍ୟରେ ମନୋଜ ଯୋଶୀ, ଅଭିଷେକ ଜୈନ, ସୁପ୍ରିୟା ୟାର୍ଲାଗଡ୍ଡା, ଚଳଚ୍ଚିତ୍ର ସମାଲୋଚକ ବିନୋଦ ଅନୁପମ, କବି ଓ ଲେଖକ ଯତୀନ୍ଦ୍ର ମିଶ୍ର, ନିଶିଗନ୍ଧା ୱାଡ୍‌ ଏବଂ ଗାୟକ ତଥା ପୂର୍ବତନ ସାଂସଦ ହଂସରାଜ ହଂସ ଅଛନ୍ତି ।

ଥିଏଟର ନିର୍ଦ୍ଦେଶକ ୱାମନ କେନ୍ଦ୍ରେ ଓ ଲେଖକ ରମେଶ ପାଟଙ୍ଗେଙ୍କୁ ପୂର୍ବ ବୋର୍ଡରୁ ନୂଆ ବୋର୍ଡରେ ମଧ୍ୟ ରଖାଯାଇଛି ।

ଏହି ଦୁଇଜଣ ପୂର୍ବ ବୋର୍ଡର ଏକମାତ୍ର ସଦସ୍ୟ, ଯେଉଁମାନେ ପୁନର୍ଗଠିତ ବୋର୍ଡରେ ସ୍ଥାନ ପାଇଛନ୍ତି ।

୨୦୧୭ ଅଗଷ୍ଟରେ ଶେଷ ଥର ପାଇଁ ସିବିଏଫ୍‌ସିର ପୁନର୍ଗଠନ ହୋଇଥିଲା ।

ସେତେବେଳେ ନିର୍ଦ୍ଧାରିତ ୩ ବର୍ଷର କାର୍ଯ୍ୟକାଳ ୨୦୨୦ରେ ଶେଷ ହୋଇଥିଲେ ମଧ୍ୟ ନୂଆ ବୋର୍ଡ ଗଠନ ନ ହେବାରୁ ପୁରୁଣା ସଦସ୍ୟମାନେ ନୂଆ ସଦସ୍ୟ ନିଯୁକ୍ତ ହେବା ପର୍ଯ୍ୟନ୍ତ ପଦରେ ରହିଥିଲେ ।

ସମ୍ପ୍ରତି ଚଳଚ୍ଚିତ୍ରରେ କଟକଣାକୁ ନେଇ ସିବିଏଫ୍‌ସି ସମାଲୋଚନାର ସମ୍ମୁଖୀନ ହୋଇଥିଲା ।

ଜୁଲାଇରେ "ସ୍ପାଇଡର-ମ୍ୟାନ୍‌: ବ୍ରାଣ୍ଡ ନ୍ୟୁ ଡେ"କୁ ୟୁଏ ୧୩ ପ୍ରମାଣପତ୍ର ମିଳିଥିଲା ଏବଂ ଏକ ୮ ସେକେଣ୍ଡର ଚୁମ୍ବନ ଦୃଶ୍ୟ କାଟି ଦିଆଯାଇଥିଲା ।

ଏହା ପୂର୍ବରୁ ବିଜୟଙ୍କ ଅଭିନୀତ ତାମିଲ ଚଳଚ୍ଚିତ୍ର "ଜନନାୟକନ୍‌"ର ମୁକ୍ତିକୁ ନେଇ ମଧ୍ୟ ସିବିଏଫ୍‌ସି ଚର୍ଚ୍ଚାରେ ରହିଥିଲା ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।