Shehzad Bhatti Network: ‘ଶେହଜାଦ ଭଟ୍ଟି ନେଟୱର୍କ’ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ; ୟୁଏପିଏ ଅଧୀନରେ ଆତଙ୍କବାଦୀ ସଂଗଠନ ଘୋଷଣା

Sep 16, 2026 - 22:22
Shehzad Bhatti Network: ‘ଶେହଜାଦ ଭଟ୍ଟି ନେଟୱର୍କ’ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ; ୟୁଏପିଏ ଅଧୀନରେ ଆତଙ୍କବାଦୀ ସଂଗଠନ ଘୋଷଣା

"ନୂଆଦିଲ୍ଲୀ : ପାକିସ୍ତାନରୁ ପରିଚାଳିତ "ଶହଜାଦ ଭଟ୍ଟି ନେଟୱର୍କ"କୁ କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ (ୟୁଏପିଏ) ଅଧୀନରେ ଆତଙ୍କବାଦୀ ସଂଗଠନ ଘୋଷଣା କରିଛନ୍ତି ।

ବୁଧବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ଘୋଷଣା କରିଛି ।

ମନ୍ତ୍ରଣାଳୟ ଅନୁସାରେ, ଶହଜାଦ ଭଟ୍ଟି ନେଟୱର୍କ ବା ଏସ୍‌ବିଏନ୍‌ ସୀମାପାରରୁ ଅସ୍ତ୍ର, ବିସ୍ଫୋରକ ଓ ନିଶାଦ୍ରବ୍ୟ ଚୋରାଚାଲାଣ ସହ ଜଡ଼ିତ ଥିବା ଅଭିଯୋଗ ରହିଛି ।

ଏହି ନେଟୱର୍କ ଯୁବକ ଓ ଛୋଟମୋଟ ଅପରାଧରେ ଜଡ଼ିତ ବ୍ୟକ୍ତିଙ୍କୁ ଆତଙ୍କବାଦ ଦିଗରେ ପ୍ରେରିତ କରୁଥିବା ମଧ୍ୟ ମନ୍ତ୍ରଣାଳୟ କହିଛି ।Advertisment Undertrial Prisoner"s Death ମାଲକାନଗିରି ଜିଲ୍ଲା କାରାଗାରରେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ମନ୍ତ୍ରଣାଳୟର ଅଭିଯୋଗ ଅନୁସାରେ, ଏହି ନେଟୱର୍କ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା, ସାମ୍ପ୍ରଦାୟିକ ସଦ୍‌ଭାବ ଓ ଆଭ୍ୟନ୍ତରୀଣ ସୁରକ୍ଷାକୁ ବିପଦରେ ପକାଇବା ଭଳି କାର୍ଯ୍ୟରେ ଜଡ଼ିତ ଥିଲା ।

ଡିଜିଟାଲ୍‌ ମାଧ୍ୟମରେ ଘୃଣା ଓ ଉତ୍ତେଜନା ସୃଷ୍ଟିକାରୀ ସାମଗ୍ରୀ ପ୍ରସାର କରାଯାଉଥିବା ମଧ୍ୟ ମନ୍ତ୍ରଣାଳୟ କହିଛି ।

ଏହା ପୂର୍ବରୁ ସ୍ବାଧୀନତା ଦିବସ ପୂର୍ବରୁ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ନେଟୱର୍କ ବିରୋଧରେ ୧୪ଟି ରାଜ୍ୟରେ ଏକକାଳୀନ ବ୍ୟାପକ ଅଭିଯାନ ଚଳାଇଥିଲେ ।

ସେହି କାର୍ଯ୍ୟାନୁଷ୍ଠାନରେ ନେଟୱର୍କ ସହ ଜଡ଼ିତ ୨୦୦ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଗୃହ ମନ୍ତ୍ରଣାଳୟ କହିଛି ।

ଏହି ମାମଲାଗୁଡ଼ିକରେ ୮୦ରୁ ଅଧିକ ଏଫ୍‌ଆଇଆର୍‌ ହୋଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ "ଏକ୍ସ"ରେ କୁହାଯାଇଛି ଯେ, ଆତଙ୍କବାଦ ପ୍ରତି କଠୋର ନୀତିକୁ ଆଗକୁ ବଢ଼ାଇ ଏହି ନେଟୱର୍କକୁ ୟୁଏପିଏ ଅଧୀନରେ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଛି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।