CCTV Captures Husband Stealing Chocolates: ରାକ୍ଷୀ କିଣିବା ବାହାନାରେ ଚକଲେଟ ଚୋରି, ସ୍ୱାମୀଙ୍କୁ ଧରାଇଦେଲା CCTV
ରାକ୍ଷୀ କିଣିବାକୁ ଆସି ଚକଲେଟ ଚୋରି। CCTVରେ କଏଦ ହେଲା ଦମ୍ପତିଙ୍କ କାରନାମା। କଟକ ଜିଲ୍ଲା ତିଗିରିଆ ଥାନା ନିଜିଗଡ଼ ମହାବୀର ବଜାରରେ ଥିବା ଏକ ଦୋକାନରୁ ଚୋରି ହୋଇଛି। ସ୍ତ୍ରୀ ରାକ୍ଷୀ କିଣିବା ଆଳରେ ଦୋକାନୀଙ୍କୁ ବ୍ୟସ୍ତ ରଖିଥିଲେ। ଏପଟେ ସ୍ବାମୀ ଗୋଟିଏ ପରେ ଗୋଟିଏ ଚକଲେଟ ଉଠାଇ କୌଶଳକ୍ରମେ ପକେଟରେ ପୂରାଇଥିଲେ।
ପ୍ରାୟ ୫ ମିନିଟ ପର୍ଯ୍ୟନ୍ତ ଦୋକାନୀଙ୍କୁ ବିଭିନ୍ନ ପ୍ରକାରର ରାକ୍ଷୀ ଦେଖାଇବାକୁ କହି ବ୍ୟସ୍ତ ରଖିଥିଲେ ସ୍ତ୍ରୀ। ଶେଷରେ କୌଣସି ରାକ୍ଷୀ ନକିଣି ଦମ୍ପତି ପଲାଇଥିବା ଦେଖିବାକୁ ମିଳିଛି। ଦୋକାନୀ ଜଣକ ପରବର୍ତ୍ତୀ ସମୟରେ ସାମଗ୍ରୀ କମ ଥିବା ଦେଖି ସନ୍ଦେହ କରି ଦୋକାନରେ ଲାଗିଥିବା CCTV କ୍ୟାମେରା ଯାଞ୍ଚ କରିଥିଲେ। ଦମ୍ପତି ଚକଲେଟ ଚୋରି କରି ନେଇଥିବା CCTV ଫୁଟେଜରୁ ଜଣାପଡିଛି।
ରାକ୍ଷୀ କିଣିବାକୁ ଆସି ଚକଲେଟ ଚୋରି
CCTVରେ କଏଦ ହେଲା ଦମ୍ପତିଙ୍କ କାରନାମା
ସ୍ତ୍ରୀ ରାକ୍ଷୀ କିଣିବା ଆଳରେ ଦୋକାନୀଙ୍କୁ ବ୍ୟସ୍ତ ରଖିଲେ
ସ୍ବାମୀ କୌଶଳକ୍ରମେ ଦୋକାନରୁ ଚୋରି କରି ନେଲେ
ତିଗିରିଆ ଥାନା ନିଜିଗଡ଼ ମହାବୀର ବଜାରରେ ଏକ ଦୋକାନରୁ ଚୋରି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।