Champua Elephant Attack: ମଣିଷ ନୁହେଁ, ହାତୀଙ୍କ ଚାଲିଛି ରାଜ୍! ଆତଙ୍କରେ ଥରହର ଗାଁ

Oct 30, 2026 - 13:34
Champua Elephant Attack: ମଣିଷ ନୁହେଁ, ହାତୀଙ୍କ ଚାଲିଛି ରାଜ୍! ଆତଙ୍କରେ ଥରହର ଗାଁ

ଚମ୍ପୁଆ ରେଞ୍ଜରେ ଖୁଲମଖୁଲା ବୁଲନ୍ତି ହାତୀ ।

ଆଉ ମଣିଷ ଡରି ଡରି ବଞ୍ଚେ ।

ବର୍ଷର ୧୨ ମାସ ଏଇଠି ହାତୀପଲ ଉପଦ୍ରବ ଚଲାନ୍ତି ।

ଏଠି ହାତୀ-ମଣିଷ ଲଢେଇ ଏବେ ଭୟଙ୍କର ରୂପ ନେଲାଣି।

ହାତୀ ଆକ୍ରମଣରେ ଏ ପର୍ଯ୍ୟନ୍ତ ବହୁ ଜୀବନ ଗଲାଣି ।

କେହି ବିଲକୁ ଯାଇ ହାତୀ ଆକ୍ରମଣର ଶିକାର ହେଉଛି ତ ଆଉ କାହାର ଘର ଭିତରେ ଜୀବନ ଯାଉଛି ।

ବିଲରେ ପାଚିଲା ଧାନ ଖାଇବା ସହ ଘର ଘାଙ୍ଗି ଧନ ଚାଉଳ ଖାଉଛନ୍ତି ହାତୀ ।

ତେଣୁ ଗ୍ରାମବାସୀ ରାତି ଅନିଦ୍ରା ହୋଇ ହାତୀ ଘଉଡାଉଛନ୍ତି ।

ଲୋକଙ୍କ ନିଦ ହଜାଉଛନ୍ତି ହାତୀପାଲ ।

ଜଙ୍ଗଲରେ ରହି ଗାଁ ଗୁଡିକରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ।

ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଚାଷ କରୁଥିବା ବେଳେ ହାତୀ ଫସଲ ନଷ୍ଟ କରୁଛି ।

ବନ ବିଭାଗ ହାତୀ ଘଉଡେଇବାରେ ବିଫଳ ହେବାରୁ ଦିନକୁ ଦିନ ଗାଁରେ ଉପଦ୍ରବ ବଢ଼ିବାରେ ଲାଗିଛି ।

ଯାହାକୁ ନେଇ ଗ୍ରାମବାସୀ ଚମ୍ପୁଆ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଶୀଘ୍ର ହାତୀ ଘଉଡେଇବା ଏବଂ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।

ଏନେଇ ଚମ୍ପୁଆ ରେଞ୍ଜ ଅଧିକାରୀ କହିଛନ୍ତି, ଚମ୍ପୁଆରେ ୪୦ରୁ ଊର୍ଦ୍ଧ୍ବ ହାତୀ ଅଛନ୍ତି ।

ହାତୀ ଉପଦ୍ରବର କ୍ଷତିପୂରଣ ଯୋଗାଇ ଦେବାକୁ ଚେଷ୍ଟା ଚାଲିଛି ।

ତା' ସହିତ ଲୋକଙ୍କୁ ହାତୀ ପାଖକୁ ନ ଯିବାକୁ ସଚେତନ କରାଯାଉଥିବା କହିଛନ୍ତି ଚମ୍ପୁଆ ରେଞ୍ଜ ଅଧିକାରୀ ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।