Chanakya Niti: କେମିତି ନିବିଡ଼ ହେବ ସମ୍ପର୍କ, ଏହାକୁ ବଜାୟ ରଖିବାର ସହଜ କଳା…

Oct 05, 2026 - 15:09
Chanakya Niti: କେମିତି ନିବିଡ଼ ହେବ ସମ୍ପର୍କ, ଏହାକୁ ବଜାୟ ରଖିବାର ସହଜ କଳା…

ଭାରତୀୟ ସଂସ୍କୃତିରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି। ଚାଣକ୍ୟ କେବଳ ରାଜନୀତି କିମ୍ବା କୂଟନୀତି ନୁହନ୍ତି, ବରଂ ମାନବୀୟ ସମ୍ପର୍କକୁ କିପରି ସୁନ୍ଦର ଓ ସୁଦୃଢ଼ ରଖାଯାଇପାରିବ, ସେ ନେଇ ଅନେକ ମୂଲ୍ୟବାନ ଉପଦେଶ ଦେଇଛନ୍ତି। ଚାଣକ୍ୟ ନୀତି ଅନୁସାରେ, ଏକ ଦୃଢ଼, ସୁସଙ୍ଗତ ଓ ମଧୁର ସମ୍ପର୍କ ବଜାୟ ରଖିବା ପାଇଁ ନିମ୍ନଲିଖିତ କଥାଗୁଡ଼ିକୁ ସଦାସର୍ବଦା ମନେ ରଖିବା ଜରୁରୀ…

ସତ୍ୟ ଓ ସ୍ୱଚ୍ଛତା:

ସମ୍ପର୍କରେ କେବେହେଲେ ମିଛ କିମ୍ବା ପ୍ରତାରଣାର ସ୍ଥାନ ରହିବା ଉଚିତ୍ ନୁହେଁ। ପାରସ୍ପରିକ ବିଶ୍ୱାସ ହିଁ ଯେକୌଣସି ଦୃଢ଼ ବନ୍ଧନର ମୂଳଦୁଆ।

କୋମଳ ଭାଷା ଓ ନମ୍ରତା:

ସର୍ବଦା ସମ୍ମାନର ସହିତ କଥାବାର୍ତ୍ତା କରନ୍ତୁ। ନିଜ କଥାରେ ତିକ୍ତତା କିମ୍ବା କଟୁତା ପରିବର୍ତ୍ତେ ନମ୍ରତା ଆଣିଲେ ସମ୍ପର୍କ ଦୀର୍ଘସ୍ଥାୟୀ ହୋଇଥାଏ।

ଅହଂକାରରୁ ଦୂରତା:

ଅହଂକାର ବା ଗର୍ବ ସୁନ୍ଦର ସମ୍ପର୍କକୁ ମଧ୍ୟ ବିଷାକ୍ତ କରିଦିଏ। ତେଣୁ ସମ୍ପର୍କରେ ନିଜକୁ ଶ୍ରେଷ୍ଠ ବୋଲି ଭାବିବାର ମାନସିକତାକୁ ପରିତ୍ୟାଗ କରନ୍ତୁ।

ଆତ୍ମସମ୍ମାନର ସୁରକ୍ଷା:

ସମ୍ପର୍କରେ ପ୍ରେମ ଓ ଭାବପୂର୍ଣ୍ଣ ସଂଯୋଗ ଯେତିକି ଗୁରୁତ୍ୱପୂର୍ଣ୍ଣ, ନିଜର ଆତ୍ମସମ୍ମାନ ବଜାୟ ରଖିବା ମଧ୍ୟ ସେତିକି ଜରୁରୀ।

ପାରସ୍ପରିକ ଆଦର ଓ ସମ୍ମାନ:

ଅନ୍ୟର ଭାବନା ଓ ଭାବବେଗକୁ ସମ୍ମାନ ଦିଅନ୍ତୁ; କାରଣ ଆପଣ ଯେତିକି ସମ୍ମାନ ଦେବେ, ପ୍ରତିବଦଳରେ ସେତିକି ପ୍ରେମ ଓ ସମର୍ଥନ ପାଇବେ।

ବ୍ୟକ୍ତିଗତ ସ୍ୱାଧୀନତା:

ବ୍ୟକ୍ତିଗତ ସମ୍ପର୍କରେ ବାହାର ଲୋକଙ୍କ ଅତ୍ୟଧିକ ହସ୍ତକ୍ଷେପ ମନୋମାଳିନ୍ୟ ଓ ଦୂରତା ସୃଷ୍ଟି କରିଥାଏ। ତେଣୁ ନିଜର ସୀମା ବଜାୟ ରଖିବା ଆବଶ୍ୟକ।

ଯଦି ଆମେ ଏହି ନୀତିଗୁଡ଼ିକୁ ନିଜ ଦୈନନ୍ଦିନ ଜୀବନରେ ଆପଣାଇବା, ତେବେ ଯେକୌଣସି ସମ୍ପର୍କ ସଦାସର୍ବଦା ସୁଦୃଢ଼ ଓ ମଧୁର ହୋଇରହିବ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।