ChatGPT finds lost shoes: ହଜିଗଲା ଜୋତା, ChatGPT ଖୋଜିଦେଲା! ମହାକାଳ ମନ୍ଦିରରେ AIର ଚମତ୍କାର
ହଜିଲା ଜୋତା ଖୋଜିଦେଲା ChatGPT ! ମହାକାଳ ମନ୍ଦିର ସାମ୍ନାରୁ ମିଳିଲା ଭକ୍ତଙ୍କ ଜୋତା। ଯୁବକଙ୍କ AI ବ୍ୟବହାରକୁ ନେଇ ସମସ୍ତେ ତାଜୁବ୍। ଗୋଆର ଜଣେ ବାସିନ୍ଦା ଉଜ୍ଜୟିନୀର ମହାକାଳ ମନ୍ଦିର ଯାଇଥିବା ବେଳେ ତାଙ୍କ ଜୋତା ହଜିଯାଇଥିଲା। ମନ୍ଦିର ବାହାରେ ଶହ ଶହ ଜୋତା ଓ ଚପଲ ମଧ୍ୟରେ ନିଜ ଜୋତା ଖୋଜିବା କଷ୍ଟକର ବି ଥିଲା। ଶେଷରେ ସେ ChatGPTର ସାହାଯ୍ୟ ନେଇଥିଲେ। ଆଉ ତାଙ୍କୁ ତାଙ୍କ ଜୋତା ବି ମିଳିଥିଲା।
ଇନଷ୍ଟାଗ୍ରାମ ୟୁଜର୍ସ ଶୁଭାଙ୍ଗ ବୋରକର ଏହି ଘଟଣାର ଭିଡିଓ ସେୟାର କରିଛନ୍ତି। ଜୋଗୋଆର ମହାକାଳ ମନ୍ଦିର ଜଣେ ବାସିନ୍ଦାଙ୍କ ଜୋତା ହଜିଯାଇଥିଲା। ତା ନମିଳିବାରୁ ସେ ପ୍ରଥମେ ଜୋତା ରାକ୍ ର ଅନେକ ଫଟୋ ଓ ଭିଡିଓ ରେକର୍ଡ କରିଥିଲେ। ପରେ ତାଙ୍କ ଜୋତା କିପରି ଦେଖାଯାଏ, ତାହାର ଏକ ଅଲଗା ଫଟୋ ChatGPTକୁ ଦେଇଥିଲେ। ଆଉ ଦୁଇଟି ଯାକ ଜୋତା ଚିହ୍ନଟ କରିବାକୁ କହିଥିଲେ। ଶେଷରେ AI ରାକ୍ର ଡାହାଣ ପାର୍ଶ୍ବ ଆଡ଼କୁ ଜୋତା ଯୋଡ଼ା ଉପରେ ଇଙ୍ଗିତ କରିଥିଲା। ଯାହାଫଳରେ ଶୁଭାଙ୍ଗ ସେହି ସ୍ଥାନକୁ ଯାଇ ଯାଞ୍ଚ କରିବା ପରେ ନିଜ ଜୋତା ପାଇଥିଲେ ଏବଂ ଆଶ୍ଚର୍ଯ୍ୟ ହୋଇଥିଲେ।
ଶୁଭାଙ୍ଗଙ୍କ ଆଶ୍ଚର୍ଯ୍ୟ ହେବାର କାରଣ ଥିଲା ସେଠାରେ ତାଙ୍କ ହଜିଯାଇଥିବା ଜୋତା ଦେଖିଥିଲେ। ପରେ ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଫଳରେ ତାଙ୍କର ଏହି ଭିଡିଓଟିକୁ ଦେଖି ଅନେକ ବ୍ୟବହାରକାରୀମାନେ ପ୍ରତିକ୍ରିୟା ରଖିଛନ୍ତି। କେହି କହିଛନ୍ତି, ହଜିଯାଇଥିବା ଜୋତା ଖୋଜିବା ଭଳି କାମରେ ମଧ୍ୟ ChatGPTକୁ ବ୍ୟବହାର କରାଯାଇପାରେ ବୋଲି ସେମାନେ କେବେ ଭାବିନଥିଲେ। ଆଉ କେହି ମଜା କରି କହିଛନ୍ତି, ଏଭଳି ସ୍ଥିତିରେ ସେମାନେ ସିଧାସଳଖ ସବୁଠାରୁ ଭଲ ଦେଖାଯାଉଥିବା ଜୋତା ନେଇ ଚାଲିଯାଆନ୍ତେ।
ଶୁଭାଙ୍ଗଙ୍କ ଏହି ଭିଡିଓକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି। ସାମାନ୍ୟ ଏହି ଛୋଟ ଘଟଣାଟି ବର୍ତ୍ତମାନର AIର ବ୍ୟବହାରକୁ ନେଇ ପ୍ରଶଂସା କରାଯାଉଛି। ଦୈନନ୍ଦିନ ଜୀବନର ଏଭଳି ଛୋଟ ଛୋଟ ସମସ୍ୟାରେ ମଧ୍ୟ AIର କିପରି ସାହାଯ୍ୟ କରିପାରେ, ଶୁଭାଙ୍ଗଙ୍କ ଏହି ଅନୁଭୂତି ତାହାର ଏକ ରୋଚକ ଉଦାହରଣ ପାଲଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।