Chemical Ripening Under Scanner: କଦଳୀ ଗୋଦାମରେ ଫୁଡ୍ ସେଫ୍ଟି ରେଡ୍, ୧୫ଟି ଗୋଦାମରେ ଚଢ଼ାଉ
କଦଳୀ ଗୋଦାମରେ ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟର ରେଡ୍। ଫଳ ବିଶେଷକରି କଦଳୀ ଗୋଦାମରେ ଚଢ଼ାଉ କରାଯାଇଛି। ଆଜି ରାଜଧାନୀ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳର କଦଳୀ ଗୋଦାମରେ ରେଡ୍ କରାଯାଇଛି । କେମିକାଲ୍ ଦେଇ ଆଗୁଆ ଫଳ ପଚାଉ ଥିବା ଘଟଣା ସାମ୍ନାକୁ ଆସିଛି । ଇଥୋଫୋନ୍ ନାମକ ରାସାୟନିକ ପଦାର୍ଥ ସ୍ପ୍ରେ କରି ପଚାଉ ଥିଲେ କଦଳୀ ଓ ଫଳ। ପ୍ରଥମ ପର୍ଯ୍ୟାୟରେ ୧୫ଟି ଗୋଦାମରେ ରେଡ୍ କରାଯାଇଛି ।
ଫଳ ପଚାଇବା ପାଇଁ ବ୍ୟବହୃତ ଆର୍ଟିଫିସିଆଲ୍ ରାସାୟନିକ ଦ୍ରବ୍ୟକୁ ସରକାର ନିର୍ଦ୍ଦିଷ୍ଟ ମାତ୍ରାରେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ଏହାର ଅତ୍ୟଧିକ ଓ ନିୟମ ବାହାରେ ବ୍ୟବହାର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଶେଷରେ ଆଜି ଅନେକ ଗୋଦାମ ଉପରେ ଚଢ଼ାଉ କରି ରାସାୟନିକ ପଦାର୍ଥ ଥିବା ଶତାଧିକ ବୋତଲ ସହ କଦଳୀ ସିଜ କରିଛି ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟ।....
ଭୁବନେଶ୍ୱର କଦଳୀ ଗୋଦାମରେ ରେଡ୍
ବିଏମସି ଫୁଡ ସେଫ୍ଟି ଟିମର ଚଢାଉ
କେମିକାଲ ମିଶାଇ କଞ୍ଚା କଦଳୀକୁ ପଚା ଯାଉଛି
ବଜାରରେ ବିକ୍ରି ହେଉଛି ବିଷାକ୍ତ କଦଳୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।