Chess: ଇତିହାସ ରଚିଲେ ପ୍ରଜ୍ଞାନନ୍ଦ: ଗ୍ରାଣ୍ଡ ଚେସ୍‌ ଟୁର୍‌ ଫାଇନାଲ୍ସ ଜିତିବାରେ ପ୍ରଥମ ଭାରତୀୟ

Aug 28, 2026 - 11:47
Chess: ଇତିହାସ ରଚିଲେ ପ୍ରଜ୍ଞାନନ୍ଦ: ଗ୍ରାଣ୍ଡ ଚେସ୍‌ ଟୁର୍‌ ଫାଇନାଲ୍ସ ଜିତିବାରେ ପ୍ରଥମ ଭାରତୀୟ

"ସେଣ୍ଟ୍‌ଲୁଇସ୍‌: ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନନ୍ଦ ରମେଶବାବୁ ଗ୍ରାଣ୍ଡ ଚେସ୍‌ ଟୁର୍‌ ଫାଇନାଲ୍ସରେ ବିଜେତା ହୋଇଛନ୍ତି।

ଗୁରୁବାର ଫାଇନାଲ୍‌ ମ୍ୟାଚ୍‌ରେ ସେ ଜିଏମ୍‌ ଫାବିଆନୋ କାରୁଆନାଙ୍କୁ ହରାଇ ପ୍ରଥମ ଥର ଏହି ଟ୍ରଫି ଜିତିବାର ‌ଗୌରବ ପାଇଛନ୍ତି।

ଏହି ଟ୍ରଫି ସହ ସେ ୨୦୦,୦୦୦ ଡଲାର (୧ କୋଟି ୯୨ ଲକ୍ଷ) ପୁରସ୍କାର ରାଶି କରାୟତ୍ତ କରିଛନ୍ତି।Advertisment କେମରଙ୍କୁ ୧୮-୧୨ରେ ହରାଇଥିଲେ ଗ୍ରାଣ୍ଡ ଚେସ୍‌ ଟୁର୍‌ ଜିତିବାରେ ସେ ମଧ୍ୟ ପ୍ରଥମ ଭାରତୀୟ ହୋଇ ଇତିହାସ ଫର୍ଦ୍ଦରେ ଆଉ ଏକ ରେକର୍ଡ ଯୋଡ଼ିଛନ୍ତି।

ଏହି ଭାରତୀୟ ଗ୍ରାଣ୍ଡମାଷ୍ଟର ଏକଦା କାରୁଆନାଙ୍କଠୁ ୬ ପଏଣ୍ଟ୍‌ ପଛରେ ଥିଲେ।

କିନ୍ତୁ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଉଭୟ ରାପିଡ୍‌ ଗେମ୍‌ ଜିତି ଆଗୁଆ ହୋଇ ଯାଇଥିଲେ।

ଏହାପରେ ବ୍ଲିଜ୍‌ ଗେମ୍‌ରେ ତାଙ୍କ ସହ ମ୍ୟାଚ୍‌ ଟାଇ ରଖି ଶେଷରେ ୧୫-୧୩ରେ ମ୍ୟାଚ୍‌କୁ ଜିତି ଟ୍ରଫି ନିଶ୍ଚିତ କରିଥିଲେ।

ଜିଏମ୍‌ ୱେସ୍‌ଲେ ସୋ ତୃତୀୟ ସ୍ଥାନ ମୁକାବିଲାରେ ଜିଏମ୍‌ ଭିନ୍‌ସେଣ୍ଟ୍‌ କେମରଙ୍କୁ ୧୮-୧୨ରେ ହରାଇଥିଲେ।

FIH Women's Hockey World Cup: ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌: ଭାରତୀୟ ମହିଳା ପ୍ରଥମ ଥର ପଞ୍ଚମ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।