CJP: ସିଜେପିକୁ ଫଡନାଭିସ ଦେଲେ ନୂଆ ନାଁ: ‘କଂଗ୍ରେସ ଜିତାଓ ପ୍ରୋଗ୍ରାମ୍’

Sep 30, 2026 - 22:55
CJP: ସିଜେପିକୁ ଫଡନାଭିସ ଦେଲେ ନୂଆ ନାଁ: ‘କଂଗ୍ରେସ ଜିତାଓ ପ୍ରୋଗ୍ରାମ୍’

"ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ "କକ୍ରୋଚ୍‌ ଜନତା ପାର୍ଟି" (ସିଜେପି)କୁ ନୂଆ ନାଁ ଦେଇଛନ୍ତି।

ସେ ଏହାକୁ "କଂଗ୍ରେସ ଜିତାଓ ପ୍ରୋଗ୍ରାମ୍" ବୋଲି କହିବା ସହ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ଶୂନ୍ୟସ୍ଥାନ ପୂରଣ ପାଇଁ କଂଗ୍ରେସ ସିଜେପିକୁ ବ୍ୟବହାର କରୁଥିବା ଆରୋପ ଲଗାଇଛନ୍ତି।

ସିଜେପି ପକ୍ଷରୁ ଅକ୍ଟୋବର ୨ରେ ମୁମ୍ବାଇରେ ପ୍ରଦର୍ଶନ କରାଯିବା ସହ ଏସ୍‌ଆଇଆର୍‌କୁ ନେଇ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବି କରାଯାଇଛି।Advertisment ଆହୁରି ପଢନ୍ତୁ :India vs West Indies 2nd ODI: ଗିଲ୍‌ଙ୍କ ପରେ ଶତକ ହାସଲ କଲେ ରୋହିତ ଶର୍ମା ମଙ୍ଗଳବାର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଫଡନାଭିସ କହିଥିଲେ ଯେ, ମହାରାଷ୍ଟ୍ରରେ ଏକ ରାଜନୈତିକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ତାହାକୁ ପୂରଣ କରିବା ପାଇଁ ରାଜନୈତିକ ଦଳ ଭାବେ ପରିଚିତି ନ ଥିବା ସଂଗଠନଗୁଡ଼ିକୁ ବ୍ୟବହାର କରାଯାଉଥିବା ସେ ଅଭିଯୋଗ କରିଥିଲେ।

ତାଙ୍କ ଦାବି ଅନୁସାରେ, ଲୋକସଭା ନିର୍ବାଚନ ପୂର୍ବରୁ "ଭାରତ ଯୋଡ଼ୋ ଯାତ୍ରା" ସମୟରେ ୧୮୯ଟି ବାମପନ୍ଥୀ ସଂଗଠନ ଏକାଠି ହୋଇଥିଲେ ଏବଂ ସେମାନେ କଂଗ୍ରେସ ସପକ୍ଷରେ ଏକ ଧାରଣା ସୃଷ୍ଟି କରିଥିଲେ।

ଫଡନାଭିସ ଆହୁରି କହିଥିଲେ ଯେ, ସିଜେପି ଓ କଂଗ୍ରେସର କାର୍ଯ୍ୟପଦ୍ଧତି ସମାନ।

ସମ୍ବିଧାନକୁ ହାତରେ ଧରି ଏହା ଅଧୀନରେ ଗଠିତ ବିଭିନ୍ନ ଅନୁଷ୍ଠାନକୁ ଆକ୍ରମଣ କରିବା ହେଉଛି ଏହି ପଦ୍ଧତିର ଅଂଶ।

ଆହୁରି ପଢନ୍ତୁ :Odisha Flood Review: ବନ୍ୟା ପ୍ରଭାବିତ ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ସିଜେପିକୁ ଏକ ଛୋଟ ସଂଗଠନ ଭାବେ ନ ଦେଖିବାକୁ କହି ଫଡନାଭିସ କହିଥିଲେ, ଏହା ପ୍ରକୃତରେ "କଂଗ୍ରେସ ଜିତାଓ ପ୍ରୋଗ୍ରାମ"।

ସେହିପରି ଏହା ସହ ଜଡ଼ିତ ଲୋକମାନେ କେବଳ ସାମ୍ନାରେ ଥିବା ମୁହଁ ଏବଂ ପଛରେ ଆହୁରି ଅନେକ ଲୋକ କାମ କରୁଥିବା ସେ ଦାବି କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।