Coal: କୋଇଲା ଗ୍ୟାସିଫିକେସନ ପାଇଁ ଆଦାନୀ, ତାଳଚେର ଫର୍ଟିଲାଇଜର୍ର ଆବେଦନ
"ନୂଆଦିଲ୍ଲ: କୋଇଲା ଓ ଲିଗ୍ନାଇଟ୍ ଗ୍ୟାସିଫିକେସନ୍କୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାରଙ୍କ ୩୭,୫୦୦ କୋଟି ଟଙ୍କାର ଯୋଜନାକୁ ଶିଳ୍ପ ଜଗତରୁ ଭଲ ପ୍ରତିକ୍ରିୟା ମିଳିଛି।
ଯୋଜନାର ପ୍ରଥମ ପର୍ଯ୍ୟାୟରେ ବୃହତ୍ ଶିଳ୍ପସଂସ୍ଥା ଓ ସରକାରୀ କମ୍ପାନିଗୁଡ଼ିକଠାରୁ ମୋଟ ୭ଟି ଆବେଦନ ମିଳିଛି।
ଆଦାନୀ ଏଣ୍ଟରପ୍ରାଇଜେସ୍ ୩ଟି ପ୍ରକଳ୍ପ ପାଇଁ ଆବେଦନ କରିଛି।
Advertisment ଅନ୍ୟ ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି ଗାଲାଣ୍ଟ ଇସ୍ପାତ, ଏନ୍ଟିପିସି, ଶ୍ୟାମ ସେଲ୍ ଆଣ୍ଡ ପାୱାର ଓ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍।
ଆଦାନୀ ଏଣ୍ଟରପ୍ରାଇଜେସ୍ର ତିନିଟି ପ୍ରସ୍ତାବର ଲକ୍ଷ୍ୟ ୟୁରିଆ ଉତ୍ପାଦନ।
ଗାଲାଣ୍ଟ ଇସ୍ପାତ ଡାଇରେକ୍ଟ ରିଡ୍ୟୁସ୍ଡ୍ ଆଇରନ୍ (ଡିଆର୍ଆଇ) ଓ ସିନ୍ଗ୍ୟାସ୍, ଏନ୍ଟିପିସି ସିନ୍ଥେଟିକ୍ ନ୍ୟାଚୁରାଲ୍ ଗ୍ୟାସ୍, ଶ୍ୟାମ ସେଲ୍ ଆଣ୍ଡ ପାୱାର ସିନ୍ଗ୍ୟାସ୍ ପ୍ଲାଣ୍ଟ ଓ ତାଳଚେର ଫର୍ଟିଲାଇଜର୍ସ ୟୁରିଆ ଉତ୍ପାଦନ ପାଇଁ ପ୍ରସ୍ତାବ ଦେଇଛନ୍ତି।
କୋଇଲା ଗ୍ୟାସିଫିକେସନ୍ରେ କୋଇଲା କିମ୍ବା ଲିଗନାଇଟ୍କୁ ଗ୍ୟାସ୍ରେ ପରିଣତ କରି ସିନ୍ଗ୍ୟାସ୍ ଉତ୍ପାଦନ କରାଯାଏ।
ଏହି ସିନ୍ଗ୍ୟାସ୍କୁ ୟୁରିଆ, ମେଥାନଲ୍, ହାଇଡ୍ରୋଜେନ୍, ସିନ୍ଥେଟିକ୍ ନ୍ୟାଚୁରାଲ୍ ଗ୍ୟାସ୍ ଭଳି ଉଚ୍ଚମୂଲ୍ୟର ଉତ୍ପାଦ ତିଆରିରେ ବ୍ୟବହାର କରାଯାଇଥାଏ।
ଗତ ମେ"ରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଯୋଜନାକୁ ଅନୁମୋଦନ କରାଯାଇଥିଲା।
ଦେଶରେ କୋଇଲା ଗ୍ୟାସିଫିକେସନ୍ର ବ୍ୟାପକ ବ୍ୟବହାର ବଢ଼ାଇବା ସହିତ ଏଲ୍ଏନ୍ଜି, ୟୁରିଆ, ଆମୋନିଆ ଓ ମେଥାନଲ୍ ଭଳି ଉତ୍ପାଦର ଆମଦାନି ନିର୍ଭରଶୀଳତା କମାଇବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ।
ସରକାରଙ୍କ ଅନୁମାନ ଅନୁଯାୟୀ ଏହି ଯୋଜନା ଦେଶର ଶକ୍ତି ସୁରକ୍ଷାକୁ ଦୃଢ଼ କରିବା ସହ ଘରୋଇ କୋଇଲାର ବ୍ୟବହାର ବଢ଼ାଇବ।
୨୦୩୦ ସୁଦ୍ଧା ଦେଶରେ କୋଇଲା ଗ୍ୟାସିଫିକେସନ୍ କ୍ଷମତା ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
Vedanta Aluminium: ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ଭବିଷ୍ୟତ ଗଢ଼ିବା ପାଇଁ ଶିକ୍ଷା, ନେତୃତ୍ବ ଓ ବିକାଶର ସୁଯୋଗ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।