College Principal Found Dead: ମେମୁ ଟ୍ରେନ୍ରୁ ମିଳିଲା କଲେଜ ପ୍ରିନ୍ସପାଲଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
ମେମୁ ଟ୍ରେନ୍ରୁ ମିଳିଲା କଲେଜ ପ୍ରିନ୍ସପାଲଙ୍କ ମୃତଦେହ। ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନ୍ରୁ ନୟାଗଡ଼ ଜିଲ୍ଲା ଶରଣକୁଳ କଲେଜର ପ୍ରିନ୍ସପାଲ ମହେଶ୍ୱର ମହାପାତ୍ରଙ୍କ ମୃତଦେହ ଠାବ ହୋଇଛି। ଦଶପଲ୍ଲା ଷ୍ଟେସନରେ ସନ୍ଦେହଜନକ ପରିସ୍ଥିତିରେ ତାଙ୍କ ମୃତଦେହ ମିଳିଥିବା ଜଣାପଡ଼ିଛି।
ତେବେ ମହେଶ୍ୱର ମହାପାତ୍ରଙ୍କ ମୃତ୍ୟୁ କେମିତି ଓ କେଉଁ ପରିସ୍ଥିତିରେ ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହା ଏକ ଦୁର୍ଘଟଣା ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି, ସେନେଇ ତଥ୍ୟ ସାମ୍ନାକୁ ଆସିନାହିଁ।
ଖବର ପାଇ ରେଳବାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଓ ପୋଲିସର ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
ମେମୁ ଟ୍ରେନରେ ପ୍ରିନ୍ସପାଲଙ୍କ ମୃତଦେହ
ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନ୍ ରୁ କଲେଜ ପ୍ରିନ୍ସପାଲଙ୍କ ମୃତଦେହ ଠାବ
ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ରଙ୍କ ମୃତଦେହ ଉଦ୍ଧାର
ଦଶପଲ୍ଲା ଷ୍ଟେସନରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।