Congress: କହ୍ନେୟାଙ୍କୁ ବେଣୁଗୋପାଳଙ୍କ କଡ଼ା ତାଗିଦ୍; କଂଗ୍ରେସର ରାତିଅଧିଆ ବୈଠକ
"ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ (ଡିୟୁଏସ୍ୟୁ) ନିର୍ବାଚନରେ କଂଗ୍ରେସର ଛାତ୍ର ସଂଗଠନ ଏନ୍ଏସୟୁଆଇ ପ୍ରାର୍ଥୀମାନଙ୍କର ଶୋଚନୀୟ ପରାଜୟ ଘଟିଛି।
ନିର୍ବାଚନର ଚାରୋଟିଯାକ ପଦରେ ସଂଗଠନର ପ୍ରାର୍ଥୀମାନେ ପରାଜିତ ହୋଇଛନ୍ତି।
ସଭାପତି ପଦବି ସମେତ ତିନୋଟି ଆସନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ହାତେଇଥିବା ବେଳେ ଏନ୍ଏସୟୁଆଇର ବିଦ୍ରୋହୀ ପ୍ରାର୍ଥୀ ଦୀପାଂଶୁ ଶୌକିନ୍ ସ୍ୱାଧୀନ ଭାବେ ଲଢ଼ି ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।
ନିର୍ବାଚନ ଆରମ୍ଭରୁ ପ୍ରାର୍ଥୀ ଚୟନକୁ ନେଇ ଗମ୍ଭୀର ବିବାଦ ସୃଷ୍ଟି ହୋଇଥିଲା।
ଶକ୍ତିଶାଳୀ ଦାବିଦାର ଦୀପାଂଶୁଙ୍କୁ ଉପସଭାପତି ଟିକେଟ୍ ନମିଳିବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ।Advertisment ଏହି ବିପର୍ଯ୍ୟୟ ପରେ କଂଗ୍ରେସ ଶୀର୍ଷ ନେତୃତ୍ୱ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା କ୍ଷଣି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଖକୁ ବିଭିନ୍ନ ଆଡ଼ୁ ଅଭିଯୋଗ ଆସିଥିଲା।
ଏହା ପରେ ରାହୁଲ ଗାନ୍ଧୀ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ।
ରାହୁଲଙ୍କ ଫୋନ୍ ପରେ ବିଳମ୍ବିତ ରାତିରେ କଂଗ୍ରେସ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ଡକାଯାଇଥିଲା ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି।
Trinamool Congress: ୨ ତୃଣମୂଳ ଗୋଷ୍ଠୀର ନୂଆ ନାମ, ଚିହ୍ନ: ବିଦ୍ରୋହୀ ଗୋଷ୍ଠୀ ଏବେ "ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ", ଚିହ୍ନ ଲଫାପା ଉକ୍ତ ବୈଠକରେ କେସି ବେଣୁଗୋପାଳ, ଏନ୍ଏସୟୁଆଇ ପ୍ରଭାରୀ କହ୍ନେୟା କୁମାର, ଏନ୍ଏସୟୁଆଇ ଅଧ୍ୟକ୍ଷ ବିନୋଦ ଜାଖର, ସଚିନ୍ ପାଇଲଟ୍, ଦୀପେନ୍ଦ୍ର ହୁଦା, ଦେବେନ୍ଦ୍ର ଯାଦବ ଓ ରାଜେନ୍ଦ୍ର ପାଲ୍ ଗୌତମଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ବୈଠକରେ ବେଣୁଗୋପାଳ ସୀଧାସଳଖ କହ୍ନେୟା କୁମାରଙ୍କୁ ପଚାରିଥିଲେ ଯେ ଏହିଭଳି ପରିସ୍ଥିତି କାହିଁକି ସୃଷ୍ଟି ହେଲା।
ଏହାର ଉତ୍ତରରେ କହ୍ନେୟା କହିଥିଲେ ଯେ ଦୀପାଂଶୁ ଅତ୍ୟନ୍ତ ଅହଂକାରୀ ହୋଇପଡ଼ିଥିଲେ ଏବଂ ସମଗ୍ର ବିଷୟକୁ ନିଜର ଅହଂକାର ସହ ଯୋଡ଼ିଥିଲେ।
ଏନ୍ଏସୟୁଆଇ ତାଙ୍କୁ ସଭାପତି ପଦ ପାଇଁ ନିର୍ବାଚନ ଲଢ଼ାଇବାକୁ ଚାହୁଁଥିଲେ ବି ସେ ମନା କରିଦେଇଥିଲେ।
କହ୍ନେୟାଙ୍କ ଉତ୍ତର ଶୁଣି ବେଣୁଗୋପାଳ ଅତ୍ୟନ୍ତ କ୍ଷୁବ୍ଧ ହୋଇ କହିଥିଲେ ଯେ ଯଦି ଦୀପାଂଶୁଙ୍କର ଅହଂକାର ସମସ୍ୟା ଥିଲା, ତେବେ ଆପଣ ନିଜର ଅହଂକାରକୁ ଗୋଟିଏ ପାଖରେ ରଖିବା ଉଚିତ୍ ଥିଲା।
ଏହିପରି ଭାବେ ବେଣୁଗୋପାଳ ଉପସ୍ଥିତ ସମସ୍ତ ବରିଷ୍ଠ ନେତାଙ୍କ ସମ୍ମୁଖରେ କହ୍ନୋୟାଙ୍କୁ ଭର୍ତ୍ସନା କରିଥିଲେ।
ଦୀପାଂଶୁଙ୍କୁ କେଉଁ ନେତା ପଛରୁ ସମର୍ଥନ କରୁଥିଲେ ତାହାର ତଦନ୍ତ କରାଯିବ ଏବଂ ଯଦି କୌଣସି କଂଗ୍ରେସ ନେତା ତାଙ୍କୁ ସମର୍ଥନ କରିଥିବା ପ୍ରମାଣିତ ହୁଏ, ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବେଣୁଗୋପାଳ କହିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।