Congress: ଯୁବ ପ୍ରତିବାଦକୁ ଦେଖି ମୋଦୀ-ଶାହା ଭୟଭୀତ: କଂଗ୍ରେସ

Oct 10, 2026 - 12:11
Congress: ଯୁବ ପ୍ରତିବାଦକୁ ଦେଖି ମୋଦୀ-ଶାହା ଭୟଭୀତ: କଂଗ୍ରେସ

"ନୂଆଦିଲ୍ଲୀ: ଯୁବପୀଢ଼ୀଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଭୟଭୀତ ହୋଇପଡ଼ିଥିବା କଟାକ୍ଷ କରି କଂଗ୍ରେସ ପକ୍ଷରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏକ ନୈତିକ ବାଧ୍ୟବାଧକତା ବୋଲି ଶନିବାର ଦିନ କୁହାଯାଇଛି।

ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) ପ୍ରକ୍ରିୟା ଯୋଗୁଁ ପ୍ରାୟ ୧୪ କୋଟି ଭାରତୀୟ ଭୋଟ୍ ଅଧିକାରରୁ ବଞ୍ଚିତ ହୋଇଥିବା ଦର୍ଶାଇ କଂଗ୍ରେସ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଦାବି କରିଛି।Advertisment କଂଗ୍ରେସର ଜେନେରାଲ ସେକ୍ରେଟାରୀ ଜୟରାମ ରମେଶ କହିଛନ୍ତି ଯେ ରାଜଧାନୀ ଦିଲ୍ଲୀକୁ ଏକ ଦୁର୍ଗରେ ପରିଣତ କରାଯାଇଛି ଏବଂ ସବୁଆଡ଼େ ସଶସ୍ତ୍ର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।

ସମ୍ବିଧାନର ଧାରା ୩୨୬ ଦ୍ୱାରା ପ୍ରଦତ୍ତ ଭୋଟ୍ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଥିବା ପ୍ରତିବାଦରେ ଯୁବପୀଢ଼ୀଙ୍କ ଏହି ଆନ୍ଦୋଳନକୁ ଶାସକ ଦଳ ଭୟ କରୁଛି ବୋଲି ସେ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି।

ଦାବି ଦୋହରାଇଛି କଂଗ୍ରେସ ଅନ୍ୟପଟେ କୋକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ଯନ୍ତର ମନ୍ତରଠାରେ ହେବାକୁ ଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଅନୁମତି ନଥିବାରୁ ପ୍ରାୟ ୫ଶହରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି।

ନିର୍ବାଚନ ଆୟୋଗଙ୍କ ଦ୍ୱାରା ହେଉଥିବା ଭୋଟ୍ ତାଲିକା ସଂଶୋଧନ ଏବଂ ଫର୍ମ-୬କୁ ନେଇ ହୋଇଥିବା ପରିବର୍ତ୍ତନକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା।

ସୁରକ୍ଷା ବାହିନୀ ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଥିବା ବେଳେ ଗଣତନ୍ତ୍ରର ମୂଳଦୁଆକୁ ବଞ୍ଚାଇବା ପାଇଁ ଏସଆଇଆର୍ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବାକୁ କଂଗ୍ରେସ ଦାବି ଦୋହରାଇଛି।

UN: ଜାତିସଂଘ ଅଧିକାରୀଙ୍କ ଅସଦାଚରଣ ପ୍ରସଙ୍ଗ ଦୃଢ଼ ଭାବେ ଉପସ୍ଥାପନା କଲେ ଭାରତୀୟ ସାଂସଦ ପ୍ରିୟା ସରୋଜ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।