Congress protest in Delhi: ଦିଲ୍ଲୀରେ କଂଗ୍ରେସର ପ୍ରତିବାଦ ଆଜି: ଇଣ୍ଡିଆ ଗେଟ୍‌ରୁ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା

Oct 12, 2026 - 03:06
Congress protest in Delhi: ଦିଲ୍ଲୀରେ କଂଗ୍ରେସର ପ୍ରତିବାଦ ଆଜି: ଇଣ୍ଡିଆ ଗେଟ୍‌ରୁ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା

"ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଆଗାମୀ ଦିନରେ ଆହୁରି ଉଗ୍ର ରୂପ ଧାରଣ କରିବାକୁ ଯାଉଛି।

କଂଗ୍ରେସର ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଳ ଆଜି ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ଆସନ୍ତାକାଲି (ସୋମବାର) ଦିଲ୍ଲୀରେ "ଭୋଟ ଚୋରି" ବିରୋଧରେ ଏକ ବିଶାଳ ପ୍ରତିବାଦ ସଭା କରାଯିବ।

ଦେଶର ଗଣତନ୍ତ୍ର ଏବଂ ଜନସାଧାରଣଙ୍କ ଭୋଟ ଦେବାର ମୌଳିକ ଅଧିକାରକୁ ରକ୍ଷା କରିବା ପାଇଁ ଏହି ଆନ୍ଦୋଳନ ଏକ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ବୋଲି ସେ ଅଭିହିତ କରିଛନ୍ତି।

ସୋମବାର କଂଗ୍ରେସ ସହିତ ଇଣ୍ଡି ମେଣ୍ଟ ଓ ଯୁବଗୋଷ୍ଠୀ ପୁନର୍ବାର ଦିଲ୍ଲୀର ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ ଜଣାଇଛନ୍ତି।Advertisment Drinking water: ୪ ଦିଗରୁ ପାଣି ଯୋଗାଣ ଠପ୍‌; ପିଇବାପାଣି ଲାଗି ଡହଳବିକଳ ୫୦ ପରିବାର ସୋମବାର ବିରୋଧୀ ଦଳ ନେତାମାନେ ଇଣ୍ଡିଆ ଗେଟ୍‌ରେ ଏକତ୍ରିତ ହେବେ ଏବଂ ଅପରାହ୍ଣ ୪ଟା ପରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ଭେଟିବା ପାଇଁ ସୁପ୍ରିମକୋର୍ଟ ଅଭିମୁଖେ ଯାତ୍ରା କରିବେ।

ପୂର୍ବରୁ ଇଣ୍ଡି ମେଣ୍ଟର ଦୁଇଟି ପ୍ରତିବାଦ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆସନ୍ତାକାଲି ଶୋଭାଯାତ୍ରାରେ ଯୋଗଦେବେ ବୋଲି ଜଣାପଡ଼ିଛି।

ଇଣ୍ଡିଆ ଗେଟ୍‌ରୁ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ପଦଯାତ୍ରାଅପରାହ୍ଣରେ ପ୍ରଧାନ ବିଚାରପତିଙ୍କୁ ଭେଟିବେଏହା ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ: ବେଣୁଗୋପାଳ ବେଣୁଗୋପାଳ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଛନ୍ତି ଯେ କଂଗ୍ରେସ କର୍ମୀମାନଙ୍କୁ ଦିଲ୍ଲୀରେ ପହଞ୍ଚିବାରୁ ରୋକିବା ପାଇଁ କେନ୍ଦ୍ର ପ୍ରଶାସନ ପକ୍ଷରୁ ସେମାନେ ରହୁଥିବା ବିଭିନ୍ନ ସ୍ଥାନ, ହଷ୍ଟେଲ ଏବଂ ବାସଭବନରେ ବେଆଇନ ଭାବେ ଚଢ଼ଉ କରାଯାଉଛି।

ସରକାର ଯେତେ ଚେଷ୍ଟା କଲେ ମଧ୍ୟ ଏହି ଆନ୍ଦୋଳନ ବିଫଳ ହେବ ନାହିଁ ଏବଂ ସୋମବାର ଦିଲ୍ଲୀରେ ଏକ ଅଧିକ ଶକ୍ତିଶାଳୀ ସଂଗ୍ରାମ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି।

ମୁଖ୍ୟ ନିର୍ବାଚନ କମିସନର ସ୍ୱାଧୀନ ଭାବେ କାର୍ଯ୍ୟ ନ କରି ଶାସକ ବିଜେପି ସରକାରଙ୍କ ଇସାରାରେ କାର୍ଯ୍ୟ କରୁଥିବାର ସେ ଅଭିଯୋଗ ଦୋହରାଇଛନ୍ତି।

ସରକାରଙ୍କ   ସମସ୍ତ ଚାପ କୌଶଳ ସତ୍ତ୍ୱେ ଭୋଟର ତାଲିକାର ସୁରକ୍ଷା ପାଇଁ ବିରୋଧୀଙ୍କର ଏହି ଗଣତାନ୍ତ୍ରିକ ଅଭିଯାନ ଜାରି ରହିବ ବୋଲି ବେଣୁଗୋପାଳ ସ୍ପଷ୍ଟ କରିଛନ୍ତି।

Paradip Port: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ କଲା ପାରାଦୀପ ବନ୍ଦର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।