Couple Arrested for Gold Theft: ପ୍ରେମୀଯୁଗଳଙ୍କ ନୂଆ ଫଣ୍ଡା! ବାହାଘର ଖର୍ଚ୍ଚ ଉଠାଇବାକୁ ଲୁଟିଲେ ସୁନା ଚେନ୍
ଭାରି ବଦମାସ୍ ପ୍ରେମିକ-ପ୍ରେମିକା।
ଚାକିରୀ ନମିଳିବାରୁ ଟାଣି ନେଉଥିଲେ ସୁନା ଚେନ୍।
ବାହାଘର ଖର୍ଚ୍ଚ ଉଠାଇବାକୁ ସାଜିଲେ ଅପରାଧୀ।
ଚାକିରି ଖୋଜି ହାଇଦ୍ରାବାଦ ଆସିଥିଲେ।
ହେଲେ କାମ ମିଳିଲାନି।
ଆଉ ବାହାଘର ପାଇଁ ଟଙ୍କା ଯୋଗାଡ଼ କରିବାକୁ ଯାଇ ଅପରାଧ ଘଟାଇଥିବା ଅଭିଯୋଗରେ ଧରାପଡ଼ିଲେ ପ୍ରେମୀଯୁଗଳ।
ଆନ୍ଧ୍ରପ୍ରଦେଶର ୨୩ ବର୍ଷୀୟ ଅନ୍ନାପୁ ରେଡ୍ଡୀ ଦୁର୍ଗା ରମଣ ରେଡ୍ଡୀ ଓ ୨୪ ବର୍ଷୀୟ ଟେଙ୍କା ବରଲକ୍ଷ୍ମୀ ପ୍ରାୟ ଦେଢ଼ ବର୍ଷ ହେଲା ପ୍ରେମ ସମ୍ପର୍କରେ ଥିଲେ।
ମାସେ ତଳେ ଚାକିରି ଖୋଜିବାକୁ ହାଇଦ୍ରାବାଦ ଆସିଥିଲେ।
ହେଲେ ଚାକିରୀ ନମିଳିବାରୁ ଲୁଟେରା ହେବାର ବାଟ ବାଛିଥିଲେ।
Advertisment ଅକ୍ଟୋବର ୧୮ ତାରିଖ ସକାଳେ ଏକ ମନ୍ଦିରର ସଫେଇ କରୁବାବା ଜଣେ ବୃଦ୍ଧାଙ୍କ ପାଖକୁ ଯାଇଥିଲେ ଦୁହେଁ।
ଭକ୍ତ ନଥିବା ସୁଯୋଗରେ ସାହାଯ୍ୟ କରିବା ବାହାନାରେ ବୃଦ୍ଧାଙ୍କ ମୁହଁକୁ ଚାପି ଧରିଥିଲେ।
ଆଉ ବେକରୁ ପ୍ରାୟ ୩୦ ଗ୍ରାମ୍ର ସୁନା ଅଳଙ୍କାର ଛିଣ୍ଡାଇ ନେଇ ଫେରାର୍ ହୋଇଯାଇଥିଲେ ।
ହେଲେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ତିନି ଦିନ ପରେ ଏକ ଗହଣା ଦୋକାନ ନିକଟରୁ ଉଭୟଙ୍କୁ ଗିରଫ କରିଥିଲା ପୋଲିସ।
ଚୋରି ସୁନା ଅଳଙ୍କାର ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ ହୋଇଛି।
ପୂର୍ବରୁ ଅପରାଧିକ ରେକର୍ଡ ନଥିବା ଏହି ପ୍ରେମୀଯୁଗଳଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି।
ବାହାଘରର ସ୍ୱପ୍ନ ଦେଖୁଥିବା ଦୁହିଁଙ୍କ ପାଇଁ ଏବେ ଜେଲର କଳା କୋଠରି ସାଜିଛି ଶେଷ ଠିକଣା ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।