Cricket: ଦଲିପ ଟ୍ରଫି ଫାଇନାଲରେ ଶତକ ମାରିଲେ ଈଶାନ କିଶନ, ୱିକେଟ୍‌ ପାଇଁ ସିରାଜ ବ୍ୟାକୁଳ

Sep 06, 2026 - 20:42
Cricket: ଦଲିପ ଟ୍ରଫି ଫାଇନାଲରେ ଶତକ ମାରିଲେ ଈଶାନ କିଶନ, ୱିକେଟ୍‌ ପାଇଁ ସିରାଜ ବ୍ୟାକୁଳ

"ନୂଆଦିଲ୍ଲୀ: ଦଲିପ ଟ୍ରଫି ୨୦୨୬ର ଫାଇନାଲ ମୁକାବିଲରେ ଇଷ୍ଟ ଜୋନ୍‌ର ଅଧିନାୟକ ଈଶାନ କିଶନ ଅଧିନାୟକର ପାଳି ଖେଳିଛନ୍ତି।

ପଡ଼ିଆରେ ସେ ଛକା-ଚୌକା ବର୍ଷା କରିଛନ୍ତି।

ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ ଦିନରେ ଈଶାନ ବିସ୍ଫୋରକ ବ୍ୟାଟିଂ ସହିତ ୧୨୨ଟି ବଲ୍‌ ସାମ୍ନା କରି ଶତକ ହାସଲ କରିଛନ୍ତି।

ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆରେ ଓହ୍ଲାଇଥିବା ନିଜର ଦଳ ପାଇଁ ସେ ୫ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ।

ଶ୍ରେୟସ ଗୋପାଳଙ୍କ ଓଭରର ପ୍ରଥମ ବଲ୍‌ରେ ଚୌକା ମାରି ନିଜର ଶତକ ହାସଲ କରିଥିଲେ।

ନିଜର ଏହି ଆକ୍ରମଣାତ୍ମକ ଇନିଂସରେ‌ ସେ ଏପର୍ଯ୍ୟନ୍ତ ୧୪ଟି ଚୌକା ଏବଂ ଗୋଟିଏ ଛକା ମାରିଛନ୍ତି।

ଅନ୍ୟପଟରେ ମହମ୍ମଦ ସିରାଜ ୱିକେଟ୍‌ ପାଇଁ ବ୍ୟାକୁଳ ହୋଇଉଠିଛନ୍ତି।

Advertisment ଈଶାନ କିଶନଙ୍କ ଏହି ଶତକ କେବଳ ଦଲିପ ଟ୍ରଫି ଇତିହାସରେ ତାଙ୍କର ଦ୍ବିତୀୟ ଶତକ ନୁହେଁ, ବରଂ ପ୍ରଥମ ଶ୍ରେଣୀ କ୍ରିକେଟ୍‌ କ୍ୟାରିୟରରେ ତାଙ୍କର ଦଶମ ଶତକୀୟ ଇନିଂସ।

ଟୁର୍ଣ୍ଣାମେଣ୍ଟର କ୍ବାଟର ଫାଇନାଲ ଏବଂ ସେମିଫାଇନାଲରେ ସେ ନିଜର ବ୍ୟାଟିଂ ବଳରେ ଦଳ ପାଇଁ ଭଲ ଯୋଗଦାନ ଦେଇଥିଲେ।

ସେ ନିଜର ରାଜ୍ୟ ଝାଡ଼ଖଣ୍ଡର ସାଥୀ ଖେଳାଳି କୁମାର କୁଶାଗ୍ରଙ୍କ ସହିତ ମିଶି ପଞ୍ଚମ ୱିକେଟ୍‌ରେ ୧୪୬ଟି ବଲ୍‌ରୁ ୧୩୩ ରନ୍‌ର ଭାଗିଦାରୀ କରିଥିଲେ।

ଏହି ଭାଗିଦାରୀ ବଳରେ ଇଷ୍ଟ ଜୋନ୍‌ ଦୃଢ଼ ସ୍ଥିତିରେ ପହଞ୍ଚିଛି।

Asian Games Cricket: ଏସୀୟ କ୍ରୀଡ଼ା କ୍ରିକେଟ୍‌: "ବି" ଦଳ ପଠାଇପାରେ ଭାରତ ଈଶାନଙ୍କ ଏହି ବିସ୍ଫୋରକ ଶତକ ପୂର୍ବରୁ ୨୧ ବର୍ଷୀୟ ଯୁବ ବ୍ୟାଟର ଶିଖର ମୋହନ ମଧ୍ୟ ନିଜର ପଦାର୍ପଣ ମ୍ୟାଚ୍‌କୁ ସ୍ବତନ୍ତ୍ର ଶୈଳୀରେ ଖେଳିଛନ୍ତି।

ରାଚୀ ବାସିନ୍ଦା ଏହି ବାମହାତୀ ଖେଳାଳି ବିରାଟ ସିଂହଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି।

ସେ ଏହି ସୁଯୋଗକୁ ହାତ ଛଡ଼ା କରିନାହାନ୍ତି।

ସେ ୧୨୦ଟି ବଲ୍‌ ସାମ୍ନା କରିଥିଲେ ଏବଂ ଏଥିରୁ ୯ଟି ଚୌକା ଏବଂ ୩ଟି ଛକା ବଳରେ ୮୫ ରନ୍‌ କରିଥିଲେ।

ଇଷ୍ଟ ଜୋନ୍‌ର ପ୍ରାରମ୍ଭିକ ଇନିଂସ ଭଲ ରହିଛି।

ଅଭିମନ୍ୟୁ ଈଶ୍ବରନଙ୍କର ବ୍ୟାଟିଂ ମଧ୍ୟ ଭଲ ଥିଲା, ଯିଏ ୮୬ଟି ବଲ୍‌ରୁ ୭୨ ରନ୍‌ ସଂଗ୍ରହ କରିଥିଲେ।

ତାଙ୍କ ବ୍ୟତୀତ ୧୫ ବର୍ଷୀୟ ‌ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ୩୭ଟି ବଲ୍‌ ଖେଳି ୪୪ ରନ୍‌ ସଂଗ୍ରହ କରିଥିଲେ।

ଇଷ୍ଟ ଜୋନ୍‌ ପ୍ରଥମ ଦିନରେ ୪ଟି ୱିକେଟ୍‌ ହରାଇ ୩୮୫ ରନ୍‌ ସଂଗ୍ରହ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।