Crime: ପାର୍ବଣ ଆରମ୍ଭରୁ ଡରାଇଲେଣି: ରାଜଧାନୀରେ ଗର୍ଜିଲା ବନ୍ଧୁକ, ୩ ଖୋକା ଜବତ, ସିସିଟିଭିରୁ ଅଭିଯୁକ୍ତ ଚିହ୍ନଟ
"ଭୁବନେଶ୍ବର: କିଛିଦିନ ନିରବତା ପରେ ରାତି ଅଧରେ ରାଜଧାନୀରେ ଗର୍ଜିଛି ବନ୍ଧୁକ।
୩୦ରୁ ଅଧିକ ଦୁର୍ବୃତ୍ତ କାର୍ ଓ ବାଇକ୍ରେ ଆସି ହାତରେ ବନ୍ଧୁକ ଓ ମାରଣାସ୍ତ୍ର ଧରି ପଇଁନ୍ତରା ମାରି ହୋହଲ୍ଲା କଲେ।
କେହି କିଛି ବୁଝିବା ପୂର୍ବରୁ ପୂଜାମଣ୍ଡପ କ୍ଲବ୍କୁ ଆଖିବୁଜା ୩ ରାଉଣ୍ଡ ଗୁଳି ଚଳାଇଲେ।
ପରେ ମାରଣାସ୍ତ୍ର ଧରି କ୍ଲବ୍ ଭିତରେ ପଶି ଅତର୍କିତ ଭାବେ ଆକ୍ରମଣ କଲେ।
ଏଭଳି ଘଟଣା ଦେଖିବାକୁ ମିଳିଛି କୋଳଥିଆ ଅଞ୍ଚଳରେ।
ଆକ୍ରମଣ ଯୋଗୁ ସୁବ୍ରତ ବେହେରାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି।
ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା।
ପରେ ସେଠାରୁ ୩ଟି ଖୋକା ଜବତ କରି କ୍ଲବ୍ ଓ ଆଖପାଖରେ ଥିବା ସିିସିଟିଭି ଫୁଟେଜ୍ ଯାଞ୍ଚ କରିଛି।
ସେହିପରି ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତନାଘନା କରିଛି।
ଅନ୍ୟପଟେ ପାର୍ବଣ ଋତୁ ଆରମ୍ଭରୁ ଅପାରାଧୀଙ୍କ ଏଭଳି ଦୌରାତ୍ମ୍ୟ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।
Advertisment Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ ୩ ଖୋକା ଜବତ, ସିସିଟିଭିରୁ ଅଭିଯୁକ୍ତ ଚିହ୍ନଟଖଣ୍ଡାରେ ହାଣିଲେ, ଭଙ୍ଗାରୁଜା କଲେଗୋଟିଏ ଗୋଷ୍ଠୀର ୫ ଆହତ ସୂଚନା ମୁତାବକ, କିଛିଦିନ ତଳେ ପୂଜା କମିଟିର କିଛି ଯୁବକ ଫେସ୍ବୁକ୍ ଲାଇଭ୍ରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଯୁବକଙ୍କୁ ନେଇ ସମାଲୋଚନା କରିଥିଲେ।
ଏହାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।
ରବିବାର ରାତିରେ ଏହି ବିବାଦ ଉଗ୍ରରୂପ ନେଇଥିଲା।
ରାତି ପ୍ରାୟ ୨ଟା ସମୟରେ ପୂଜା କମିଟିର ଯୁବକମାନେ ଗଣେଶ ଭସାଣି ସାରି କ୍ଲବ୍ରେ ଖାଇ ବସିଥିଲେ।
ଏହି ସମୟରେ ଅନ୍ୟ ଗୋଷ୍ଠୀର ୩୦ରୁ ଅଧିକ ଯୁବକ ଖଣ୍ଡା, କାତି ଭଳି ମାରଣାସ୍ତ୍ର ସହ ବନ୍ଧୁକ ଧରି ସେଠାରେ ପହଞ୍ଚିଥିଲେ।
ଉପସ୍ଥିତ ଯୁବକମାନେ କିଛି ବୁଝିବା ପୂର୍ବରୁ ସେମାନେ କ୍ଲବ୍ ଘରକୁ ଲକ୍ଷ କରି ୩ ରାଉଣ୍ଡ ଗୁଳି ଫୁଟାଇବା ସହ ଅତର୍କିତ ଆକ୍ରମଣ କରିଥିଲେ।
ଏମିତି ଅଧଘଣ୍ଟାଏ ଧରି ସେଠାରେ ଆତଙ୍କ ରଚିଥିଲେ।
ଆକ୍ରମଣ କରି ରକ୍ତାକ୍ତ କରିବା ପରେ ବି ଅସାମାଜିକ ଯୁବକମାନେ ଶାନ୍ତ ପଡ଼ିନଥିଲେ।
କ୍ଲବ୍ଘରେ ଥିବା ଆସବାବପତ୍ର ଭଙ୍ଗାରୁଜା କରିଥିଲେ।
Conference: ଆଜି ଏଏନ୍ଟିଏଫ୍ ମୁଖ୍ୟମାନଙ୍କ ୩ୟ ସମ୍ମିଳନୀ ଉଦ୍ଘାଟନ କରିବେ ଅମିତ ଶାହ ସେମାନଙ୍କ ଆତଙ୍କ ଦେଖି ଭୟରେ ଲୋକମାନେ ଦୌଡ଼ି ପଳାଇଥିଲେ।
ଖବରପାଇ ଭରତପୁର ଥାନା ପୁଲସି ପହଞ୍ଚିବା ବେଳକୁ ଆକ୍ରମଣକାରୀ ସେଠାରୁ ଚମ୍ପଟ ମାରିଥିଲେ।
ପୁଲିସ ଆହତମାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟ ହସ୍ପିଟାଲ୍ ପଠାଇଥିଲା।
ଆହତ ହୋଇଥିବା ସୁବ୍ରତ ବେହେରା ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ସିସିଟିଭି କ୍ୟାମେରା ଯାଞ୍ଚ କରିଛି।
ଫୁଟେଜ୍ରୁ ପୁଲିସ ଆକ୍ରମଣକାରୀଙ୍କୁ ଚିହ୍ନଟ କରିଥିବା ଜଣାପଡ଼ିଛି।
ଅଭିଯୁକ୍ତଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ଗିରଫ ପରେ ଘଟଣାର ପ୍ରକୃତ କାରଣ ପଦାକୁ ଆସିବ ବୋଲି ପୁଲିସ କହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।