Cristiano Ronaldo Hints At Retirement: ଅବସର ବେବେ ରୋନାଲ୍ଡୋ, ଜାଣନ୍ତୁ କେଉଁଦିନ ଖେଳିବେ ଶେଷ ମ୍ୟାଚ୍ କେବେ ?
ଅବସରକୁ ନେଇ ବଡ଼ ଖୁଲାସା କରିଛନ୍ତି ପର୍ତ୍ତୁଗାଲର ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ। “ଏହା ସମ୍ଭବତଃ ଫୁଟବଲରେ ମୋର ଶେଷ ବର୍ଷ” ବୋଲି କହିଛନ୍ତି ୪୧ ବର୍ଷୀୟ ରୋନାଲ୍ଡୋ। ତେବେ ଅବସରର କୌଣସି ନିର୍ଦ୍ଦିଷ୍ଟ ତାରିଖ ସେ ଘୋଷଣା କରିନାହାନ୍ତି। ତାଙ୍କ କହିବା ଅନୁସାରେ, ୨୦୨୬-୨୭ ସିଜିନ୍ ହୋଇପାରେ ତାଙ୍କ ପେସାଦାର ଫୁଟବଲ୍ କ୍ୟାରିୟରର ଶେଷ ସିଜିନ୍।
ରୋନାଲ୍ଡୋ କହିଛନ୍ତି, ଫୁଟବଲରୁ ବିଦାୟ ନେବା ପରେ ମଧ୍ୟ ତାଙ୍କ ପାଖରେ ଅନେକ କାମ ରହିଛି। ଅଧିକ ଭ୍ରମଣ କରିବା, ପାଡେଲ୍ ଖେଳିବା ଏବଂ ଏପର୍ଯ୍ୟନ୍ତ ହାସଲ କରିଥିବା ସଫଳତାକୁ ଉପଭୋଗ କରିବାକୁ ସେ ଚାହୁଁଛନ୍ତି।
କ୍ଲବ୍ ଓ ଦେଶ ପାଇଁ ୧,୩୩୦ ମ୍ୟାଚ୍ରେ ତାଙ୍କ ନାମରେ ରହିଛି ୯୭୬ ଗୋଲ୍। ଅର୍ଥାତ୍, ୧,୦୦୦ ଗୋଲ୍ର ଐତିହାସିକ ମାଇଲଖୁଣ୍ଟିଠାରୁ ମାତ୍ର ୨୪ ଗୋଲ୍ ଦୂରରେ ଅଛନ୍ତି ରୋନାଲ୍ଡୋ। ଗତ ସିଜିନ୍ରେ ମଧ୍ୟ ଆଲ୍ ନାସର ପାଇଁ ତାଙ୍କ ଫର୍ମ ଜବରଦସ୍ତ ରହିଥିଲା। ସାଉଦି ପ୍ରୋ ଲିଗ୍ରେ ୨୮ଟି ଗୋଲ୍ କରିଥିବା ବେଳେ ସମସ୍ତ ପ୍ରତିଯୋଗିତାରେ ତାଙ୍କ ଗୋଲ୍ ସଂଖ୍ୟା ଥିଲା ୩୯।
ସ୍ପୋର୍ଟିଂ ସିପିରୁ ଆରମ୍ଭ ହୋଇଥିବା ରୋନାଲ୍ଡୋଙ୍କ ଯାତ୍ରା ମାଞ୍ଚେଷ୍ଟର ୟୁନାଇଟେଡ୍, ରିଅଲ୍ ମାଡ୍ରିଡ୍, ଜୁଭେଣ୍ଟସ୍ ଦେଇ ଏବେ ଆଲ୍ ନାସରରେ ପହଞ୍ଚିଛି। ପାଞ୍ଚଥର ବାଲନ୍ ଡି’ଅର୍, ପାଞ୍ଚଟି ଚାମ୍ପିଅନ୍ସ ଲିଗ୍ ଟାଇଟଲ୍ ଏବଂ ପର୍ତ୍ତୁଗାଲ୍ ସହ ୟୁରୋପିଆନ୍ ଚାମ୍ପିଅନ୍ ହେବା ତାଙ୍କ କ୍ୟାରିୟରର ବଡ଼ ଉପଲବ୍ଧି।
ଅବସର ପରେ କୋଚ୍ ହେବାକୁ ରୋନାଲ୍ଡୋଙ୍କ ଆଗ୍ରହ ନାହିଁ। ତେବେ ଭବିଷ୍ୟତରେ ଏକ ଫୁଟବଲ୍ କ୍ଲବ୍ର ମାଲିକ ହେବାକୁ ସେ ବିଚାର କରିପାରନ୍ତି ବୋଲି ପୂର୍ବରୁ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।