02 NOVEMBER 2026

Welcome!

Unlock your personalized experience.
Sign Up

Crypto: ବାଇନାନ୍ସରେ ସ୍ବାଭାବିକ ହେଲା କ୍ରିପ୍ଟୋ ଉଠାଣ

Nov 01, 2026 - 20:55
Crypto: ବାଇନାନ୍ସରେ ସ୍ବାଭାବିକ ହେଲା କ୍ରିପ୍ଟୋ ଉଠାଣ

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ବାଇନାନ୍ସ ଏହାର ଗ୍ରାହକମାନଙ୍କୁ ଆକାଉଣ୍ଟରୁ ଉଠାଣ ଅନୁମତି ଦେଇଛି। ଗତ ଅକ୍ଟୋବର ୨୯ରେ ଏକ୍ସଚେଞ୍ଜ ଉପରେ ବଡ଼ ଧରଣର ସାଇବର୍‌ ଆକ୍ରମଣ ହୋଇଥିଲା। ମାତ୍ର ୨୦ ମିନିଟ୍‌ରେ ହ୍ୟାକର୍‌ମାନେ ୬.୩ ବିଲିଅନ ଡଲାର ଚୋରି କରିନେଇଥିଲେ। ଏହାପରେ ଏକ୍ସଚେଞ୍ଜ ତରଫରୁ ଜମା ଓ ଉଠାଣ ଉପରେ କଟକଣା ଲଗାଯାଇଥିଲା। ସେହି କଟକଣାକୁ କମ୍ପାନି ହଟାଇ ନେବା ସହ କହିଛି ଯେ କ୍ରିପ୍ଟୋ ଚୋରିରେ ହୋଇଥିବା କ୍ଷତିର ୯୫% ଭରଣା କରାଯାଇଛି। ନିଜ ପାଣ୍ଠିକୁ ବ୍ୟବହାର କରି କମ୍ପାନି କ୍ଷତି ଭରଣା କରିଛି। 

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ବିଟ୍‌କଏନ୍‌ ଉଠାଣ ଅନୁମତି ଦେଇଛି। ପର୍ଯ୍ୟାୟକ୍ରମେ ଅନ୍ୟ କ୍ରିପ୍ଟୋ ଉଠାଣର ଅନୁମତି ଦେବ ବୋଲି‌ ଘୋଷଣା କରିଛି। ବାଇନାନ୍ସ ପ୍ଲାଟଫର୍ମରେ ବିଟ୍‌କଏନ୍, ଇଥର୍‌, ଏକ୍ସଆର୍‌ପି, ଡୋଜ୍‌କକଏନ ଆଦି କାରବାର ହେଉଛି। ବଦଳ ଟୋକନ୍‌ କିଣିବାରେ ବାଇନାନ୍ସ ୬ ବିଲିଅନ ଡଲାର ଖର୍ଚ୍ଚ କରିଥିବା କହିଛି।ଏହି କ୍ରିପ୍ଟୋ‌ ଚୋରି ଘଟଣା ପଛରେ ଉତ୍ତର କୋରିଆର ସଂସ୍ଥା ‘ଟ୍ରେଡର୍‌ ଟ୍ରେଟର୍‌’ର ହାତ ଥିବା ଆମେରିକାର ତଦନ୍ତ ଏଜେନ୍ସି ଏଫ୍‌ବିଆଇ କହିଛି। 

ଏହା କହିଛି ଯେ କ୍ରିପ୍ଟୋ ଚୋରି କରିଥିବା‌ ଟ୍ରେଡର୍‌ମାନେ ତାହାକୁ ଏଥର୍‌ରେ ପରିଣତ କରି ତାହା ଲଣ୍ଡରିଂ କରିବାକୁ ଉଦ୍ୟମ କରୁଛନ୍ତି। ତେବେ ଚୋରି ହୋଇଥିବା ସମ୍ପତ୍ତିକୁ ଠାବ କରି ତାହାକୁ ଫ୍ରିଜ୍‌ କରିଥିବାରୁ ବାଇନାନ୍ସର ପ୍ରତିଷ୍ଠାତା ଚାଙ୍ଗପେଙ୍ଗ ଝାଓ ଆମେରିକୀୟ ତଦନ୍ତ ଏଜେନ୍ସିଗୁଡ଼ିକ ପ୍ରତି କୃତଜ୍ଞତା ଜଣାଇଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।