Customers Extra Money: ଶୀଘ୍ର ବୁକିଂ ପାଇଁ  ଓଲା ଓ ଉବର୍‌ ମାଗିପାରିବେନି ଅଧିକ ଟଙ୍କା

Aug 13, 2026 - 18:44
Customers Extra Money: ଶୀଘ୍ର ବୁକିଂ ପାଇଁ  ଓଲା ଓ ଉବର୍‌ ମାଗିପାରିବେନି ଅଧିକ ଟଙ୍କା

"ନୂଆଦିଲ୍ଲୀ: ଆପ୍‌ ଜରିଆରେ କ୍ୟାବ୍‌ ସେବା ଯୋଗାଇ ଦେଉଥିବା ସଂସ୍ଥା ଓଲା, ଉବର୍‌, ରାପିଡୋ ଭଳି ସଂସ୍ଥା ଆଉ ଶୀଘ୍ର ବୁକିଂ କନ୍‌ଫର୍ମ କରିବାକୁ ଗ୍ରାହକଙ୍କଠାରୁ ଅଧିକ ଟଙ୍କା ମାଗିପାରିବେ ନାହିଁ।

ନିଜ ଆପ୍‌ରେ ଥିବା ସେହି ସୁବିଧାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କମ୍ପାନିମାନଙ୍କୁ ସରକାର କହିଛନ୍ତି।

ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବୁକିଂ ସମୟରେ ଗ୍ରାହକଙ୍କଠାରୁ ଅତିରିକ୍ତ ଟଙ୍କା ଅସୁଲ କରିବା ବେଆଇନ।

ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ହଜାର ହଜାର ଗ୍ରାହକ ଉପକୃତ ହେବେ।

କାରଣ ଏବେ ଅନ୍‌ଲାଇନ୍‌ରେ କ୍ୟାବ୍‌ ବୁକିଂ କରିବା ବେଳେ ଶୀଘ୍ର ବୁକିଂ ପାଇଁ ଅଧିକ ୧୦ ଟଙ୍କା, ୨୦ ଟଙ୍କା, ୩୦ ଟଙ୍କା ଆଦି ଯୋଡ଼ିବାର ବିକଳ୍ପ ଆପ୍‌ରେ ଦେଖାଦେଉଛି।

ଫଳରେ ଭିଡ଼ ସମୟରେ ଗ୍ରାହକଙ୍କୁ ଅଧିକ ଯାତାୟାତ ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।