Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

Aug 13, 2026 - 18:44
Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

"ସାହିତ୍ୟ ସାଧକ ଭୁବନାନନ୍ଦ ସାହୁ ସମ୍ପାଦନା: ବିରଞ୍ଚି କୁମାର ସାହୁପ୍ରକାଶକ: ବିଜୟିନୀ ପବ୍ଲିକେଶନ୍‌ସଶଙ୍କରପୁର, କଟକମୂଲ୍ୟ: ୬୩୦ ଟଙ୍କା, ପୃଷ୍ଠା: ୬୧୬Advertisment ଆହୁରି ପଢ଼ନ୍ତୁ- Tata Sons: କିଏ ହେବେ ଟାଟାର ନୂଆ ଅଧ୍ୟକ୍ଷ?

ଏନ୍‌ ଚନ୍ଦ୍ରଶେଖରନଙ୍କ ଉତ୍ତରାଧିକାରୀ ନେଇ କଳ୍ପନାଜଳ୍ପନା ଆରମ୍ଭ Book Review of Bhubananand Sahoo Photograph: (sambad) ସାହିତ୍ୟ ସାଧକ ଭୁବନାନନ୍ଦ ସାହୁଙ୍କ ସୃଷ୍ଟିର ବିଭିନ୍ନ ଦିଗକୁ ନେଇ ଛପନଟି ଆଲୋଚନା ରହିଛି ଏହି ପୁସ୍ତକଟିରେ।

ଏଥିରେ ତାଙ୍କ ରଚିତ ଗଳ୍ପ, କବିତା, ପ୍ରବନ୍ଧକୁ ନେଇ ପ୍ରାୟ ପଚାଶ ଆଲୋଚକ ଆଲୋଚନା କରିଛନ୍ତି।

ସର୍ବାଧିକ ଆଲୋଚନା ରହିଛି ଭୁବନାନନ୍ଦଙ୍କ ଗଳ୍ପକୁ ନେଇ।

ସଂକଳନର ପ୍ରଥମ ଆଲୋଚନାଟି ଲେଖିଛନ୍ତି କୃଷ୍ଣଚନ୍ଦ୍ର ଭୂୟାଁ।

ଏଥିରେ ଆଲୋଚକ ତାଙ୍କର "ନିଃଶବ୍ଦ ଅଭିସାର" ଗଳ୍ପ ସଂକଳନ ଉପରେ ଆଲୋକପାତ କରିଛନ୍ତି।

ଭୁବନାନନ୍ଦଙ୍କ "ରେବତୀ ଓ ଅନ୍ୟାନ୍ୟ ଗଳ୍ପ" ଉପରେ ଆଲୋଚନା କରିଛନ୍ତି ଆଲୋଚକ ବୈଷ୍ଣବ ଚରଣ ସାମଲ।

ଶ୍ରୀ ସାମଲ ଲେଖିଛନ୍ତି, ""ଭୁବନାନନ୍ଦ ସାହୁ ଜଣେ ମାନବନି‌ଷ୍ଠ ଓ ସମାଜନିଷ୍ଠ କଥାଶିଳ୍ପୀ ଭାବରେ ମୋର ହୃଦୟକୁ ଗଭୀର ଭାବେ ସ୍ପର୍ଶ କରିଯାଇଛନ୍ତି।

ସେ ଯଦିଓ ସମାଲୋଚନା ଲେଖନ୍ତି, ସର୍ଜନଶୀଳ ଲେଖାରେ ତାଙ୍କର ପାରଦର୍ଶିତା ବେଶ୍‌ ଉପଲବ୍‌ଧ।

ତାଙ୍କ ସର୍ଜନକଳା ଚେତନାରେ ଗଳ୍ପକାରିତା ନେଇଯାଇଛି ଗୁରୁତ୍ବପୂର୍ଣ୍ଣ ସ୍ଥାନ।"" ଶତ୍ରୁଘ୍ନ ପାଣ୍ଡବ, ପ୍ରସନ୍ନ ସ୍ବାଇଁ ପ୍ରମୁଖ ତାଙ୍କର କବିତା ଉପରେ ଆଲୋଚନା କରିଛନ୍ତି।

ପୁସ୍ତକର ପ୍ରାରମ୍ଭରେ ଭୁବନାନନ୍ଦଙ୍କ ସୃଷ୍ଟି ବୈଚିତ୍ର୍ୟର ଆଲୋଚନା କରିଛନ୍ତି ସମ୍ପାଦକ ବିରଞ୍ଚି କୁମାର ସାହୁ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।