Cyclone Arnab Landfall Expected Tonight: ଆଜି ମଧ୍ୟରାତ୍ରିରୁ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ୍, ଆନ୍ଧ୍ର ସହ ଦକ୍ଷିଣ ଓଡ଼ିଶାକୁ ବିପଦ

Oct 27, 2026 - 21:09
Cyclone Arnab Landfall Expected Tonight: ଆଜି ମଧ୍ୟରାତ୍ରିରୁ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ୍, ଆନ୍ଧ୍ର ସହ ଦକ୍ଷିଣ ଓଡ଼ିଶାକୁ ବିପଦ

ସମୁଦ୍ରରେ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ମାଡ଼ିଆସୁଛି ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'।

ବାତ୍ୟାର ଗତିପଥ ଓ ସମ୍ଭାବ୍ୟ ସ୍ଥଳଭାଗ ସ୍ପର୍ଶକୁ ନେଇ ବଢ଼ିଛି ଚିନ୍ତା।

ସବିଶେଷ ରିପୋର୍ଟ ଅନୁଯାୟୀ, ବାତ୍ୟା ଆଶାଠାରୁ ଶୀଘ୍ର ସ୍ଥଳଭାଗ ଛୁଇଁପାରେ।

ଆଜି ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ସହ ରାତି ୨ଟାରୁ ଭୋର ୪ଟା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବାର ଆଶଙ୍କା ରହିଛି।

Advertisment ଘଣ୍ଟାପ୍ରତି ପ୍ରାୟ ୧୮ କିଲୋମିଟର ବେଗରେ ଆଗକୁ ବଢ଼ୁଛି ବାତ୍ୟା 'ଅର୍ଣ୍ଣବ'।

ଏହା ବର୍ତ୍ତମାନ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଆଜି ସନ୍ଧ୍ୟା ପରେ ଦିଗ ପରିବର୍ତ୍ତନ କରି ଉତ୍ତରପଶ୍ଚିମ ମୁହାଁ ହୋଇପାରେ।

ଏହାପରେ ଆନ୍ଧ୍ରପ୍ରଦେଶ ଓ ୟାନମ ଉପକୂଳ ଆଡ଼କୁ ଅଗ୍ରସର ହେବାର ଆକଳନ କରାଯାଇଛି।

ସୂଚନା ଅନୁଯାୟୀ, ବାତ୍ୟାଟି ଗୋପାଳପୁରଠାରୁ ଦକ୍ଷିଣରେ ପ୍ରାୟ ୩୮୦ କିଲୋମିଟର ଦୂରରେ ରହିଥିବା ବେଳେ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୭୦ କିଲୋମିଟର ଏବଂ କାକିନାଡାଠାରୁ ପ୍ରାୟ ୧୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିଲା।

Advertisment ପାଣିପାଗ ଆକଳନ ଅନୁଯାୟୀ, ଆନ୍ଧ୍ରପ୍ରଦେଶର ବପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ।

ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି।

ବାତ୍ୟାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ଓ ଝଡ଼ ପବନର ଆଶଙ୍କା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।