Cyclone Arnab Update: ଲ୍ୟାଣ୍ଡଫଲ ପୂର୍ବରୁ ପ୍ରଭାବ ଦେଖାଇଲାଣି ଅର୍ଣ୍ଣବ, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ

Oct 27, 2026 - 11:03
Cyclone Arnab Update: ଲ୍ୟାଣ୍ଡଫଲ ପୂର୍ବରୁ ପ୍ରଭାବ ଦେଖାଇଲାଣି ଅର୍ଣ୍ଣବ, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ

ଲ୍ୟାଣ୍ଡଫଲ ପୂର୍ବରୁ ପ୍ରଭାବ ଦେଖାଇଲାଣି ଅର୍ଣ୍ଣବ।

ଦକ୍ଷିଣ ଓଡ଼ିଶା ଆକାଶରେ କଳାହାଣ୍ଡିଆ ମେଘ।

ରାୟଗଡ଼ା, ମାଲକାନଗିରି, କୋରାପୁଟରେ ଆକାଶ ମେଘାଚ୍ଛନ୍ନ ହୋଇଛି।

ଗଞ୍ଜାମ ଓ ଗଜପତିରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି।

ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ହେବା ସହ କୋହଲା ପାଗ ମଧ୍ୟ ଦେଇଛି।

Advertisment ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ପାଣିପାଗ ବିଭାଗ।

ଦକ୍ଷିଣ ଓଡିଶାର ମାଲକାନଗିରି, ରାୟଗଡା, କୋରାପୁଟ, ଗଜପତି ଓ ଗଞ୍ଜାମରେ ଭୀଷଣ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।

ବାକି ସବୁ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଅନ୍ୟପଟେ ପ୍ରଭାବିତ ହେବାକୁ ଥିବା କିଛି ଜିଲ୍ଲାରେ ଜିଲ୍ଲାପାଳମାନେ ଉଦ୍ଧାରକାରୀ ଟିମକୁ ଗ୍ରାଉଣ୍ଡକୁ ପଠାଇବା ସହ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୯ଟି NDRF, ୬୦ଟି SDRF ଓ ୨୨୫ଟି ଅଗ୍ନିଶମବାହିନୀ ଟିମ ମୁତୟନ ହୋଇଛନ୍ତି।

ଗଂଜାମରେ ସର୍ବାଧିକ ୨ଟି NDRF ଟିମ ସହ ୯ଟି SDRF ଟିମ ମୁତୟନ ହୋଇଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।