Cyclone Arnab’s Impact: ବାତ୍ୟା ଅର୍ଣ୍ଣବର କରାଳ ରୂପ! ଧୋଇଗଲା NH-326, ମୋହନା-କନ୍ଧମାଳ ଯୋଗାଯୋଗ ବିଚ୍ଛିନ୍ନ
ଆସିଲା, ବୁଡ଼ାଇଲା, ଆଉ ଛିନ୍ଛତ୍ର କରିଦେଲା!
ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଜପତି ଜିଲ୍ଲାରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି।
ଅତି ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟର ଅବସ୍ଥା ବେହାଲ ହୋଇପଡ଼ିଛି।
କେଉଁଠି ରାସ୍ତା ଧୋଇ ହୋଇଯାଇଛି ତ ଆଉ କେଉଁଠି ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି।
ବିଶେଷ କରି ମୋହନାରୁ କନ୍ଧମାଳକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ର ଅବସ୍ଥା ସଙ୍ଗୀନ ହୋଇପଡ଼ିଛି।
ଫଳରେ ଗଜପତି ଓ କନ୍ଧମାଳ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି।
ପ୍ରବଳ ବର୍ଷା ଯୋଗୁଁ ଜାତୀୟ ରାଜପଥ ୩୨୬ର ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଛି।
ରାସ୍ତା ଉପରୁ ପିଚୁ ଖଣ୍ଡ ଖଣ୍ଡ ହୋଇ ଉଠିଯାଇଥିବା ବେଳେ ଅନେକ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି।
Advertisment ଏଭଳି ସ୍ଥିତିରେ ଯାନବାହନ ଚଳାଚଳ ବିପଦପୂର୍ଣ୍ଣ ହୋଇପଡ଼ିଛି।
ଗଜପତିରୁ କନ୍ଧମାଳ ଯିବାକୁ ଥିବା ଲୋକଙ୍କ ଯାତାୟତ ଠପ୍ ହୋଇଯାଇଛି।
ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକେ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଉଦ୍ଧାର କାର୍ଯ୍ୟରେ ଗ୍ରାମବାସୀ ପ୍ରାକୃତିକ ବିପର୍ଯ୍ୟୟ ପରେ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର କାମ ଚାଲିଥିବା ଜଣାପଡ଼ିଛି।
Advertisment ଏବେ ସବୁଠୁ ବଡ଼ ଚିନ୍ତା ହେଉଛି, କେବେ ସ୍ୱାଭାବିକ ହେବ ଯାତାୟାତ ବ୍ୟବସ୍ଥା?
କେବେ ମରାମତି ହେବ କ୍ଷତିଗ୍ରସ୍ତ ଜାତୀୟ ରାଜପଥ?
ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ମଧ୍ୟରେ ଗଜପତି ଓ କନ୍ଧମାଳ ମଧ୍ୟରେ ଯୋଗାଯୋଗ ପୁନଃସ୍ଥାପନ ଏବେ ସବୁଠୁ ବଡ଼ ଆହ୍ୱାନ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।