Daily Horoscope 30th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Aug 30, 2026 - 09:05
Daily Horoscope 30th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-
ଅଶ୍ୱନୀ- ବନ୍ଧୁଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିବାକୁ ପଡିପାରେ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ ଓ ସାଧାରଣ କଥାକୁ ଅସାଧାରଣ ଭାବେ ଚିନ୍ତା କରିବେ।
ଦ୍ୱିଜା- ଆଜି ଦୂରଯାତ୍ରା, ବାଣିଜ୍ୟ, ପରିବହନ, ବନ୍ଧୁବାନ୍ଧବ କ୍ଷେତ୍ରରେ ସୁଫଳ ପାଇବେ। ବ୍ୟକ୍ତି ସବୁକଥାକୁ ଭଲରୂପେ ବିଚାରି କାମ ନ କଲେ ସମସ୍ୟା ମାଡ଼ି ଆସିପାରେ। ଭାଇ ବନ୍ଧୁ ମିତ୍ରଙ୍କ ସାହାର୍ଯ୍ୟ ସହଯୋଗ ପାଇ ସୁଖ ସମୃଦ୍ଧି ବୃଦ୍ଧି ହେବ । 
କୃତିକା- ଆଶା ପୂରଣ ହେବାରେ ଜଣେ ସହକର୍ମୀ ସାହାଯ୍ୟ କରିବେ। ଅଭାବ, ଅଶାନ୍ତି ମଧ୍ୟରେ ସମୟ କାଟିବାକୁ ବାଧ୍ୟ ହୋଇପାରନ୍ତି । ଆପଣଙ୍କ ଧୈର‌୍ୟ୍ୟ, ଯୁକ୍ତିଯୁକ୍ତ କଥା ପରିସ୍ଥିତିକୁ ସମ୍ଭାଳିବାରେ ସାହାଯ୍ୟ କରିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ

ବୃଷ-
କୃତିକା- ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ବ୍ୟବସାୟରେ ନୂଆ ଗୋଷ୍ଠୀ ସହିତ ଯୋଡି ହେବା ପାଇଁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢାଇବେ ।
ରୋହିଣୀ- ରାଜନିତିରେ ପ‌ଦମର୍ଯ୍ୟଦା ବୃଦ୍ଧି ପାଇବ । ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଁଟିବେ । ଶିକ୍ଷାର୍ଥୀ ମାନେ ପଢାରେ ସଫଳତା ପାଇବେ ।
ମୃଗଶିରା-ଯାନ,ବାହନ କରିବାରେ ଆଗ୍ରହ ବଢିବ ।  ମହିଳା ମାନେ କୈାଣସି କଥାରେ ମନରେ ବ୍ୟାକୁଳତା ଅନୁଭବ କରିବେ । ଆକସ୍ମିକ ଦୁର୍ଘଟଣା ଘଟିପାରେ, ତେଣୁ ସାବଧାନ ରୁହନ୍ତୁ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ମୃଗଶିରା- ଯେଉଁ କାମ ହାତକୁ ନେଇଛନ୍ତି ତାହା ସହଜରେ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବନାହିଁ । ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ ଓ ନୂତନ ବାଣିଜ୍ୟ ଯୋଡ଼ିବା ପାଇଁ ଚିନ୍ତା କରିବେ। 
ଆଦ୍ରା- ପରିବାରରେ କୈାଣସି ଗୁରୁ ଦାୟିତ୍ୱ ତୁଲାଇବେ । ବ୍ୟବସାୟରେ ବ୍ୟସ୍ତ ରହିବେ, ମାତ୍ର ବିଶେଷ ଭାବରେ ଲାଭବାନ୍ ହେବେ। ଆପଣ ଅଧ୍ୟୟନ କରିବାକୁ ବହୁତ ଆଗ୍ରହୀ ହେବେ ।
ପୁନର୍ବସୁ- ପୂର୍ବ ଶତ୍ରୁତା କାରଣରୁ ପ୍ରତ୍ୟେକ କାର୍ଯ୍ୟାବଳୀର ସଠିକ୍ ସମୀକ୍ଷା କରିପାରିବେ ନାହିଁ। ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି କ୍ଷେତ୍ରରେ ସାଧାରଣ ସମସ୍ୟା  ଲାଗିରହିବ । ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ଚେଷ୍ଟାରେ ପାଇବେ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କର୍କଟ-
ପୁନର୍ବସୁ- ଭଲ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବେ । ଘରେ ଆରାମ କରିବାକୁ ଆପଣଙ୍କ ପାଖରେ ପ୍ରଚୁର ସମୟ ମିଳିବ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅଧିକ ନିରାପଦ ଅନୁଭବ କରିବେ ।
ପୁଷ୍ୟା- ମାର୍କେଟିଂ ବିକ୍ରୟ ଯୋଗାଯୋଗରେ ସଫଳତା ପାଇବେ । ସମାଜରେ ପ୍ରତିଷ୍ଠା ବୃଦ୍ଧି ହୋଇପାରେ । କୌଣସି ପୋଗ୍ରାମରେ ଗୀତ ଗାଇବା ପାଇଁ ସୁଯୋଗ ମିଳିପାରେ ।
ଅଶ୍ଲେଷା-ଧନାଦିରେ ଅଭିବୃଦ୍ଧି ଘଟିପାରେ । ଶିକ୍ଷାକ୍ଷେତ୍ରରେ ବିଶୃଙ୍ଖଳା ଉପୁଜିପାରେ । କୋର୍ଟର ନିଷ୍ପତି ବଦଳି ଯାଇପାରେ । ମହିଳା ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବାପା , ମାଙ୍କ ଚରଣ ସ୍ପର୍ଶ କରନ୍ତୁ

ସିଂହ-
ମଘା- ପରିବାରରେ ଭୁଲ୍ ବୁଝାମଣା ଓ ନିଜର କେତେକ ବ୍ୟତିକ୍ରମକୁ ସଜାଡ଼ିବାକୁ ଯାଇ ଅସ୍ଥିରତା ଲାଗି ରହିବ। ଅଭାବ ନ ଥିଲେ ମଧ୍ୟ ଅନାବଶ୍ୟକ ବ୍ୟୟରୁ ବିଚଳିତ ହେବେ । କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ବନ୍ଧୁତ୍ୱ ସୃଷ୍ଟି ହେବ ।
ପୂ,ଫାଲଗୁନି- କର୍ମକ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାକୁ ପଡ଼ିପାରେ। ଆଗାମୀ ସମୟର ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ଼ ପାଇଁ ଅସୁବିଧା ଆସିପାରେ । ବିଦ୍ୟାର୍ଥୀ ମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ ।
ଉ,ଫାଲଗୁନି- ସାମାଜିକ ସ୍ତରରେ ସମ୍ପର୍କ ବୃଦ୍ଧି ପାଇଲେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ତାହାର ପଥରୋଧ କରିବ । ବ୍ୟବସାୟିକ ଦିଗଟି ଗତାନୁଗତିକ ରୀତିରେ ଗଡ଼ିଚାଲିବ । ବାଦ ବିବାଦ ମାଲିମକଦ୍ଦମାରେ କୃତକାର୍ଯ୍ୟ ହେବେ । 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ 

କନ୍ୟା-
ଉ,ଫଳଗୁନି- ଶାରିରୀକ  ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ  ପାଇବେ । ଅଫିସରେ ଆପଣଙ୍କ ପାଖରେ କାମ ଅଧିକ ରହିବ ।
ହସ୍ତା- କର୍ମକ୍ଷେତ୍ରରେ ଯେଉଁଭଳି ପରିସ୍ଥିତି ଆସିଲେ ମଧ୍ୟ ଆପଣ ସମ୍ଭାଳି ନେବେ । ରାଜନୀତିରେ ଭଲ ସୁଯୋଗର ଉପଯୋଗ କରିବେ । ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ ।
ଚିତ୍ରା- ଆପଣଙ୍କର ମନ ଦୃଢ଼ ହେବ । ଆପଣ ଅଭିଜ୍ଞତା ଅର୍ଜନ କରିବେ ଯାହା ଫଳପ୍ରଦ ଏବଂ ମୂଲ୍ୟବାନ ପ୍ରମାଣିତ ହେବ । ପ୍ରତ୍ୟେକ ବାଧାବିଘ୍ନକୁ ଦୂର କରିବାରେ ସକ୍ଷମ ହେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ସକାଳୁ  କାଉକୁ ଖାଇବାକୁ ଦିଅନ୍ତୁ    

ତୁଳା-
ଚିତ୍ରା- ଲଢ଼େଇ କରି ପରିସ୍ଥିତିର ମୁକାବିଲାରେ ସମର୍ଥ ହେବେ। ଯାନ୍ତ୍ରିକ ତ୍ରୁଟି କାରଣରୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ହେବ । ନାହିଁ। ବ୍ୟବହାରରେ ପରିବର୍ତ୍ତନକରି ଗୁରୁଜନଙ୍କ ସନ୍ତୋଷ ଭାଜନ ହେବେ ।
ସ୍ୱାତୀ- କର୍ମକ୍ଷେତ୍ରରେ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ। ଅତୀତ ଘଟଣାର ସମୀକ୍ଷା କରିବେ। ଛାତ୍ରଛାତ୍ରୀ ମାନେ ବିଶେଷ ଫଳ ପ୍ରଦର୍ଶନ କରିବେ ନାହିଁ । 
ବିଶାଖା- ଶତ୍ରୁତା କାରଣରୁ ଖଳ ଲୋକମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ଦୀର୍ଘଦିନର ଆଶା ପୂରଣ ହୋଇପାରେ । ଧାତୁଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ ।      
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ

ବିଛା-
ବିଶାଖା- ସ୍ୱାସ୍ଥ୍ୟ ସମସ୍ୟାରେ ବହୁ ପରିମାଣରେ ହ୍ରାସ ପାଇବ । ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟରେ କମ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ ।
ଅନୁରାଧା- ଶିକ୍ଷାର୍ଥୀ ମାନେ ଅଧ୍ୟୟନ ଦିଗରେ ମନ ବଳାଇବେ । ଦୂରଯାତ୍ରା, ବାଣିଜ୍ୟ,ବ୍ୟବସାୟ କାରବାର କ୍ଷେତ୍ରରେ ଉନ୍ନତି ଆସିବ । କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ ।
ଜ୍ୟେଷ୍ଠା- ସମ୍ପତି-ବାଡିକୁ ନେଇ ଅନେକ ପରିସ୍ଥିତି ଦେଖା ଦେଇପାରେ । ମହିଳା ମାନଙ୍କୁ  ଅନେକ ଚାପରେ ଗତି କରିବାକୁ ପଡିପାରେ । ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିପାରନ୍ତି । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

ଧନୁ-
ମୂଳା- ବ୍ୟବସାୟରେ ଭାଇ ଭଉଣୀଙ୍କ ଠାରୁ ସହଯୋଗ ମିଳିବ । ଭୋଗବିଳାସ, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ଓ ମଉଜ ମଜଲିସ୍ ସକାଶେ ମନ ବଳାଇବେ। ପରିବାରରେ ସୁଖଶାନ୍ତି ପ୍ରାପ୍ତ ହେବ । 
ପୂ,ଷାଢା- ଗବେଷଣା, ସଭାସମିତି, କଳା, ସାହିତ୍ୟ ଓ ରଚନାମତ୍କ କାର‌୍ୟ୍ୟରେ ଅଗ୍ରଗତି ଘଟିବ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଦ୍ୱାରା ପ୍ରଶଂସିତ ହେବେ । ଛାତ୍ରଛାତ୍ରୀ  ମାନେ ଉତମ ଫଳ ପ୍ରଦର୍ଶନ କରିବେ । 
ଉ,ଷାଢା- ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଦିନଟି ଏକପ୍ରକାର ଭଲରେ ଅତିବାହିତ ହେବ। ସହକର୍ମୀ ମାନଙ୍କ ସୌହାର୍ଦ୍ଦ୍ୟରୁ ସମସ୍ୟା ଗୁଡ଼ିକ ସୁଧୁରି ଯିବ। ନିକଟ ସମ୍ପର୍କୀୟମାନଙ୍କଠାରୁ ପରାମର୍ଶ ନେବା ଭଲ ହେବ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩        
ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଭୋଗ ଲଗାଇ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ

ମକର-
ଉ,ଷାଢା- କୈାଣସି କାର୍ଯ୍ୟରେ ସଫଳତା ହାସଲ କରିବେ । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିବେ । ଉଦର ବ୍ୟଥା ଭୋଗି ପାରନ୍ତି ।
ଶ୍ରବଣା- ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନିତ ହେବ । ବିଦ୍ୟାର୍ଥୀ ମାନେ ଦିଦ୍ୟାପ୍ରେମୀ ହୋଇପାରନ୍ତି । ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ ।
ଧନିଷ୍ଠା- ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟ ଅଗ୍ରଗତି ଘଟିବ।ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି ।ସଭାସମିତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ଧନିଷ୍ଠା- କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ସାଙ୍ଗକୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ। ବିବାଦ ଭିତରକୁ ଟାଣି ହୋଇଯିବାର ଆଶଙ୍କା ରହିଛି।
ଶତଭିଷା- ସରକାରୀ ସହାୟତା ପାଇବେ । ଅତି ଭଲ ସମ୍ପର୍କ ଥିବା ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ । ରାଜନୀତିରେ ମାନ ସମ୍ମାନ ଲାଭ କରିବେ ।   
ପୂ,ଭାଦ୍ରପଦ- ଗୁରୁତ୍ୱପୂର୍ଣ୍ଣ କାମରେ ଯାଇଥିବା ବନ୍ଧୁଙ୍କ ଫେରିବା ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି। ବିବାଦୀୟ କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିବେ ।  ପାରିଶ୍ରମିକ ମନ ଲାଖି ନହେବା କାରଣରୁ ମନ ବିଷାଦଗ୍ରସ୍ତ ହୋଇପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮    
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ମୀନ-
ପୂ,ଭାଦ୍ରପଦ- ମଧୁର କଥାରେ ପରକୁ ଆପଣାର କରିପାରନ୍ତି । ଥଣ୍ଡାଜନିତ ଅସୁସ୍ଥତା ଅନୁଭବ କରିବେ । ବ୍ୟବସାୟରେ ଲାଭଜନକ ହେବ । ରହୁଥିବା ସ୍ଥାନ ପରିବର୍ତନ କରିପାରନ୍ତି
ଉ,ଭାଦ୍ରପଦ- ଚାକିରୀରେ କର୍ମତତ୍ପର ରହି ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିବେ । ରାଜନୀତିରେ ଦୁଃସାହସିକ ପଦକ୍ଷପ ଗ୍ରହଣ କରିବେ । ଖଳ ଲୋକଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇପାରନ୍ତି ।
ରେବତୀ- ଆପଣଙ୍କର କ୍ରୀଡା କାର୍ଯ୍ୟକଳାପକୁ ପୁନଃ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ । ଆପଣ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି ଜ୍ଝ ଆପଣ ବୁଦ୍ଧିମାନ ଭାବରେ ବିଚାର କରିବାରେ ସକ୍ଷମ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।