Daily Horoscope 31st October 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Oct 31, 2026 - 08:12
Daily Horoscope 31st October 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ- ଅଶ୍ୱନୀ- ଗୃହରେ ମାଙ୍ଗଳିକ ଶୁଭକାର୍ଯ୍ୟରେ ଯୋଗଦେବେ ।

କର୍ମ କ୍ଷେତ୍ରରେ ସହଭାଗୀମାନଙ୍କ ସହ ଖୁସିରେ କାମ କରିବେ ।

ବ୍ୟବସାୟରେ ବାକି ପଡିଥିବା ଅର୍ଥ ପାଇବେ ।

ଦ୍ୱିଜା-ସାମାଜିକ ସ୍ତରରେ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ।

ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ ।

କିନ୍ତୁ ହୁଏତ ଆପଣ ତାହାକୁ ଅସ୍ବୀକାର କରି ଦେଇପାରନ୍ତି।

ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।

କୃତିକା-ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ ।

ଆତ୍ମୀୟମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି।

କ୍ୟାରିୟରରେ ସଠିକ୍ ଦିଗରେ ଯିବା ପାଈଁ ଚେଷ୍ଟା କରିବେ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର – କୈାଣସି ଛୋଟା ଲୋକଙ୍କୁ କିଛି ସାହାର୍ଯ୍ୟ କରନ୍ତୁ Advertisment ବୃଷ- କୃତିକା- ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ ।

ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି ।

ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ ।

ରୋହିଣୀ- ରାଜନିତି ବିରୋଧୀ ସମ୍ମୁଖିନ ହେଲେ ମଧ୍ୟ ବିରୋଧୀ ଦଳ କିଛି କ୍ଷତି କରି ପାରିବେ ନାହିଁ ।

ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ ।

ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ ।

ମୃଗଶିରା- ମାଲିମକଦ୍ଦମାରେ ଜୟଯୁକ୍ତ ହେବେ ।

ମହିଳା ମାନେ ସନ୍ତାନ ମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ ।

କୈାଣସି କାରଣରୁ ମନ ଭଲ ରହିବ ନାହିଁ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର- ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ ମିଥୁନ- ମୃଗଶିରା- ପରିବାରର ଖର୍ଚ୍ଚ ପରିମାଣ ଦ୍ୱିଗୁଣା ହୋଇପାରେ ।ଘରର ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ତ୍ରୀଙ୍କ ସହ ଆଲୋଚନା କରିବେ।

ପୁରାତନ ରୋଗରୁ ଉପସମ ପାଇବେ ।

ଆଦ୍ରା- ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ ।

ଅର୍ଥ ପ୍ରଲୋଭନ ମାଧ୍ୟମରେ କାମ ହାସଲ କରିବେ ।

ରାଜନୀତିରେ କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ ।

ପୁନର୍ବସୁ- ମହିଳା ମାନେ ସ୍ୱାବଲମ୍ବୀ ହେବେ ।

ଭାଇ ଭଉଣୀଙ୍କ ସହିତ ସମ୍ପର୍କ ସୁଧାର ଆସିବ ।

ନିଜର ଜମିବାଡି ବିକ୍ରୟ କରି ପାଇଥିବା ଅର୍ଥକୁ ଅନ୍ୟ କୌଣସି ସଂସ୍ଥାରେ ନିବେଶ କରିପାରନ୍ତି ।

ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ Advertisment କର୍କଟ- ପୁନର୍ବସୁ- ବ୍ୟବସାୟରେ ଅଗ୍ରଗତି ଘଟିବ ।

କୈାଣସି ଜିନିଷ ଦ୍ୱାରା ଆଘାତ ପାଇ ପାରନ୍ତି ।

ପାରିବାରିରେ ସମସ୍ତେ ଶାନ୍ତିରେ ସମୟ କାଟିବେ ।

ପୁଷ୍ୟା- କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଆଲୋଚନାର ପାତ୍ର ହେବେ ।

ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ ।

ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ ଅଶ୍ଳେଷା- ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ଆସିବ ।

ଶିକ୍ଷାର୍ଥୀଙ୍କ ଆଶା ସଫଳ ହେବ ।

ରାଜନୀତିରେ ସବୁ ସମସ୍ୟାର ସମାଧାନ କରି ଆଗକୁ ଆଗେଇବେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨ ପ୍ରତିକାର- ଶିବଙ୍କ ସହସ୍ର ନାମ ପାଠ କରନ୍ତୁ ସିଂହ- ମଘା- ଘରେ ଅନେକ ସମୟରେ ଅଶନ୍ତି ଲାଗିରହିବ ।

ଆର୍ଥିକ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଘଟିବ ।

ଚାଲୁ ରହିଥିବା କୌଣସି ବ୍ୟବସାୟକୁ ବନ୍ଦ କରିବାକୁ ଚେଷ୍ଟା କରିବେ ।

ପିଲାମାନଙ୍କର ଅବାଧ୍ୟତା ଆପଣଙ୍କୁ ବ୍ୟଥିତ କରିବ ।

ପୂ,ଫାଲଗୁନି- ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରିଯିବ ।

ପଡୋଶୀଙ୍କ ସହାୟତାରେ କୌଶଳର ସହ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।

ଅଟକି ରହିଥିବା କାମଗୁଡିକ ସହକର୍ମୀଙ୍କ ବଦାନ୍ୟତାରୁ ହୋଇଯିବ ।

ଉ,ଫାଲଗୁନି-ଆଧ୍ୟାତ୍ମିକ ଦିଗରେ ଅଧିକ ସମୟ ମନୋନିବେଷ କରିବେ ।

ବିବାହ ଆଶାୟୀ ଯୁବକ ଯୁବତୀ ମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ।

କିଛି ମୂଲ୍ୟବାନ ଅଳଙ୍କାର କ୍ରୟ କରିପାରନ୍ତି ।

ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ ପ୍ରତିକାର – ଘରର ବଡ ଲୋକ ମାନଙ୍କଠାରୁ ଆର୍ଶିବାଦ ନେଇ କର୍ମ ଆରମ୍ଭ କରନ୍ତୁ କନ୍ୟା- ଉ- ଫାଲ୍‌ଗୁନୀ- ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ଯାହାଦ୍ୱାରା ଆଜି ଆପଣ ଋଣ ମୁକ୍ତ ହୋଇପାରିବେ ।

କିଛି ଲୋକଙ୍କ ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ ।

ହସ୍ତା- ଭ୍ରମଣ ,ମନୋରଞ୍ଜନ କୁ ବେଶୀ ଗୁରୁତ୍ୱ ଦେଇ ପାରନ୍ତି ।

ଆପଣ ଆପଣଙ୍କ ଖାଲି ସମୟରେ ଘର ସଫାସଫି କରିବାକୁ ପସନ୍ଦ କରିବେ ।

ଜୀବନର ଆନନ୍ଦ ନେବାକୁ ହେଲେ ବନ୍ଧୁମାନଙ୍କୁ ସମୟ ଦେବା ଦରକାର ।

ଚିତ୍ରା- ବନ୍ଧୁଙ୍କ ସହାୟତା ଲାଭକରି କାର୍ଯ୍ୟ ହାସଲ କରିବେ।

କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।

ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର-ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ତୁଳା- ଚିତ୍ରା-ଧନର ଆଗମନ ହୋଇପାରେ ।

କୌଣସି ନୂତନ ବ୍ୟବସାୟ କରିବାକୁ ଚାହୁଁଥିଲେ ସେଥିରେ ବିଜୟ ହେବେ ।

ନୂତନ କର୍ମ ଅରମ୍ଭ କରି ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ ।

ସ୍ୱାତୀ-ନିଜ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ ।

ଅଫିସିଆଲି କାମ ସହଜ ଓ ସୁବିଧାରେ ହେବ ।

ଦମ୍ପତି ମାନଙ୍କର ସନ୍ତାନ ଲାଭର ଯୋଗ ରହିଛି ।

ବିଶାଖା-ଯାନବାହାନ ଚାଳନାରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିବ ।

କର୍ମକ୍ଷେତ୍ରରେ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ଶ୍ରୀ କମଳାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ବିଛା- ବିଶାଖା- ବନ୍ଧୁ , ମିତ୍ର ସହକର୍ମୀ ଭାଗୀଦାରୀଙ୍କ ପାଇଁ ବିଶେଷ ଲାଭ ପାଇବେ ।

ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ ।

କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ ।

ଦୂର ଯାତ୍ରାରେ କଷ୍ଟ ଅନୁଭବ କରିବେ ।

ଅନୁରାଧା- ପ୍ରେମିକା ପ୍ରେମିକ ମାନେ ନିକଟସ୍ଥ ସ୍ଥାନକୁ ଭ୍ରମଣ କରିବାକୁ ଯାଇ ଆନନ୍ଦ ଅନୁଭବ କରିବେ ।

ରାଜନୈତିକ କ୍ଷେତ୍ରରେ ସଫଳତା ପାଇ ପ୍ରଂଶସିତ ହେବେ ।

ଜ୍ୟୋଷ୍ଠା- ଛାତ୍ରଛାତ୍ରୀମାନେ ପାଠପଢାରେ ବ୍ୟସ୍ତ ରହିବେ ।

ନିଜର ମର୍ଯ୍ୟାଦାକୁ ଜଗି ରଖି ଚଳିଲେ ଭଲ ।

ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ହାଲକା କରିବାରେ ସମର୍ଥନ ହେବେ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର-ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ଧନୁ- ମୂଳା-ପରିବାର ସହିତ ମିଶି ଅନେକ ସମୟ ଆନନ୍ଦରେ କଟାଇପାରନ୍ତି ।

ବ୍ୟବସାୟୀ ମାନେ କିଛି ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି ।

ଗଣ୍ଠିଜନିତ ସମସ୍ୟା ଗୁରୁତ୍ୱର ହୋଇପାରେ ।

ପୂ,ଷାଢା- ରାଜନୀତିରେ ପ୍ରତିଯୋଗିତା ଅଧିକ ସଂଘର୍ଷ ପୂର୍ଣ୍ଣ ହେବ ।

ବାଲ୍ୟ ବନ୍ଧୁଙ୍କ ସହିତ ଦେଖା ହୋଇ ଅଧିକ ଖୁସି ଅନୁଭବ କରିବେ ।

କର୍ମ କ୍ଷେତ୍ରରେ ସାମାନ୍ୟ ଉନ୍ନତି ରହିଛି ।

ଉ,ଷାଢା- ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି ।

ଜମିଜମା, ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ ।

ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ ମକର ଉ, ଷାଢା- ଶାରୀରିକ ଅସୁସ୍ଥତା ଦୂରେଇ ଯିବ ।

ବ୍ୟବସାୟୀ ମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ସେଥିରେ ପ୍ରଚୁର ଲାଭ ମିଳିବ ।

ଜୀବନ ସାଥୀଙ୍କ ସହିତ ଶାନ୍ତି ବାତାବରଣ ସୃଷ୍ଟି କରିବେ ।

ଶ୍ରବଣା- ଆଶା କରିଥିବା ଖବର ପାଇ ଖୁସୀ ହୋଇଯିବେ ।

ପ୍ରେମିକା, ପ୍ରେମିକ ମାନଙ୍କର ଅନେକ ଦିନର ଅଭିଳାଷା ପୂର୍ଣ୍ଣ ହେବ ।

ଉଧାର ଦେଇଥିବା ଟଙ୍କା ସହଜରେ ହସ୍ତଗତ ହୋଇଯିବ ।

ଧନିଷ୍ଠା- ଜାଗା ଜମି କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ ଦୂରେଇ ଯିବ ।

ଯାନ ବାହନ କିଣି ଖୁସି ଅନୁଭବ କରିବେ ।

ପଡୋଶୀ ଏବଂ କୁଟୁମ୍ବ ସହ ଲାଗିଥିବା କଳହର ସମାଧାନ ହୋଇଯିବ ।

ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର-ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ କୁମ୍ଭ- ଧନିଷ୍ଠା- ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି।

ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ।

ସାଧାରଣ କଥାକୁ କେନ୍ଦ୍ରକରି ପ୍ରିୟଜନମାନଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିବେ।

ଶତଭିଷା- ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷାରେ ଲାଭ କରିବା ପାଇଁ ବିଦେଶ ଗ୍ରସ୍ତ କରିପାରନ୍ତି ।

ପୁରୁଣା ବନ୍ଧୁଙ୍କ ସହିତ ସମ୍ପର୍କ ଅଧିକ ଘନିଷ୍ଠ ହେବ ।

ନିଜର ମନ ପସନ୍ଦର ଖାଦ୍ୟ ଖାଇବେ ।

ପୂ,ଭାଦ୍ରପଦ- ନୂତନ ଯାନବାହନ, ଜମିଜମା, କ୍ରୟ, ବିକ୍ରୟ ନେଇ ଆଲୋଚନାରେ ଅଗ୍ରଗତି ଘଟିବ ।

ନିଜର ଦକ୍ଷତା ଓ ଦୃଢ଼ତା ବଳରେ ଅସାଧ୍ୟ ସାଧନ କରିବେ ।

କ୍ରିଡା କ୍ଷେତ୍ରରେ ଆଶାତିତ ସଫଳତା ପାଇପାରନ୍ତି ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ ମୀନ ପୂ, ଭାଦ୍ରପଦ- ମହିଳା ଓ ପୁରୁଷ ସହକର୍ମୀ ମାନଙ୍କର ସମର୍ଥନ ଯୋଗୁଁ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ ।

ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଫଳ ଲାଭ ପାଇବା ସହ ଆର୍ଥିକ ସ୍ଥିତି ବୃଦ୍ଧି ହେବ ।

ଉ, ଭାଦ୍ରପଦ- ରାଜନୀତି ସଙ୍ଗଠନ ସୁଦୃଢ ହେବ ।

କଠିନ ପରିଶ୍ରମ କରୁଥିବା ଛାତ୍ରମାନଙ୍କ ଆଶା ଶେଷରେ ପୂରଣ ହେବ ।

ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ ।

ରେବତୀ- ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ପ୍ରସ୍ତାବ ସ୍ଥିରିକୃତ ହୋଇଯିବ ।

ଭାଇ ଭଉଣୀ ମାନଙ୍କ ସହ ମନୋମାଳିନ୍ୟ ଦୂର ହେବ ।

ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର- କଦଳି ଗଛକୁ ଜଳ ପ୍ରଦାନ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।