Dara Singh Release Case: ଦାରା ସିଂ ମୁକ୍ତି ମାମଲାର ଶୁଣାଣି, ୧୭ ତାରିଖକୁ ଘୁଞ୍ଚିଲା
ଦାରା ସିଂ ମୁକ୍ତି ମାମଲାର ଶୁଣାଣି ଘୁଞ୍ଚିଲା। ଆସନ୍ତା ୧୭ ତାରିଖକୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ। ରାଜ୍ୟ ସରକାରଙ୍କୁ ଦେଲେ ଶେଷ ସୁଯୋଗ। ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ରିପୋର୍ଟ ଦାଖଲ ହୋଇନଥିବାରୁ ରାଜ୍ୟ ସରକାରଙ୍କୁ ଶେଷ ସୁଯୋଗ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ।
ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୂର୍ବ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଓଡ଼ିଶାର ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ଦାରା ସିଂଙ୍କ ମାମଲାରେ ନିଷ୍ପତ୍ତି ନେଇ କୋର୍ଟଙ୍କୁ ଅବଗତ କରିବାକୁ କହିଥିଲେ।
୧୯୯୯ ମସିହାରେ ମନୋହରପୁରରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ୍ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଦାରା ସିଂହ ଦୋଷୀ ସାବ୍ୟସ୍ତ ପରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ୨୬ ବର୍ଷରୁ ଅଧିକ ସମୟ ଧରି କାରାଦଣ୍ଡ ଭୋଗୁଛନ୍ତି ଦାରା ସିଂ।
ସୁପ୍ରିମକୋର୍ଟରେ ଦାରା ସିଂ ମୁକ୍ତି ମାମଲାର ଶୁଣାଣି
ଆସନ୍ତା ୧୭ ତାରିଖକୁ ଶୁଣାଣି ଘୁଞ୍ଚାଇଲେ ସର୍ବୋଚ୍ଚ କୋର୍ଟ
ରାଜ୍ୟ ସରକାରଙ୍କୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ
ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ରିପୋର୍ଟ ଦାଖଲ କରି ନଥିବାରୁ ଶେଷ ସୁଯୋଗ ଦେଲେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।