Dead: ମାଛ ଧରୁଥିବା ନଦୀରେ ନିଖୋଜ, ଦିନକ ପରେ ଯୁବକଙ୍କ ମୃତଦେହ ଉଦ୍ଧାର

Sep 06, 2026 - 18:34
Dead: ମାଛ ଧରୁଥିବା ନଦୀରେ ନିଖୋଜ, ଦିନକ ପରେ ଯୁବକଙ୍କ ମୃତଦେହ ଉଦ୍ଧାର

"ବେତନଟୀ (ଦୀପକ କୁମାର ସିଂହ): ବୁଢ଼ାବଳଙ୍ଗ ନଦୀରେ ମାଛ ଧରିବାକୁ ଯାଇ ଘଟିଲା ଅଘଟଣ।

ଅସାବଧାନତା ବଶତଃ ପୋଲ ଉପରୁ ନଦୀ ଗର୍ଭକୁ ଖସିପଡ଼ି ନିଖୋଜ ହୋଇଥିବା ଜଣେ ଯୁବକଙ୍କ ମୃତଦେହ ରବିବାର ଅପରାହ୍ନରେ ଉଦ୍ଧାର ହୋଇଛି।

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ବେଲପାଳ ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି।

ମୃତକ ହେଲେ ବଡ଼ସାହି ଥାନା ଅଧୀନ ବେଲପାଳ ଗ୍ରାମର ଚୈତନ ପଲେଇଙ୍କ ୨୫ ବର୍ଷୀୟ ପୁଅ ରଣଜିତ ପଲେଇ।

ଶନିବାର ଅପରାହ୍ନରେ ରଣଜିତ ବେଲପାଳ ପୋଲ ଉପରେ ରହି ବୁଢ଼ାବଳଙ୍ଗ ନଦୀରେ ମାଛ ଧରୁଥିଲେ।

ଏହି ସମୟରେ ହଠାତ୍ ଭାରସାମ୍ୟ ହରାଇ ସେ ନଦୀ ଗର୍ଭକୁ ଖସିପଡ଼ିଥିଲେ।

ନଦୀର ପ୍ରଖର ସୁଅରେ ସେ ଭାସିଯାଇ ନିଖୋଜ ହୋଇଯାଇଥିଲେ।Advertisment ଘଟଣା ସମ୍ପର୍କରେ ଖବର ପାଇ ବଡ଼ସାହି ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲା।

ଶନିବାର ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜା ଚାଲିଥିଲେ ମଧ୍ୟ ରଣଜିତଙ୍କ କୌଣସି ସନ୍ଧାନ ମିଳିନଥିଲା।

ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା।

ରବିବାର ସକାଳୁ ପୁଣି ଅଗ୍ନିଶମ ବାହିନୀ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲା।

ଶେଷରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଖୁଣ୍ଟାପାଳ ନିକଟରୁ ରଣଜିତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Heavy Rain: ଲଗାଣ ବର୍ଷାରେ ଫୁଲି ଉଠିଛି ବୁଢ଼ାବଳଙ୍ଗ, ମୟୂରଭଞ୍ଜ ଜିଲ୍ଲାର ଛଅଟି ବ୍ଲକ୍‌ରେ ସ୍କୁଲ୍ ବନ୍ଦ ଗୋଟିଏ ପରେ ଗୋଟିଏ ଅଘଟଣକୁ ନେଇ ବଢ଼ୁଛି ଚିନ୍ତା।

ଏହି ଥାନା ଅଧୀନରେ ଶନିବାର ମଧ୍ୟ ଜଣେ ଯୁବକ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ।

ପରଦିନ ଅପରାହ୍ନରେ ତାଙ୍କ ମୃତଦେହ ମଧ୍ୟ ନଦୀ ଗର୍ଭରୁ ଉଦ୍ଧାର ହୋଇଥିଲା।

ଏହାର ଠିକ୍ ପରେ ପୁଣି ରଣଜିତଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଏହି ଦୁଇଟି ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ଓ ମୃତକଙ୍କ ପରିବାର ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଏନେଇ ବଡ଼ସାହି ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ରଣଜିତଙ୍କ ମୃତଦେହ ଜବତ କରିଛି।

ପରେ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।