Deep Depression To Enter Odisha: ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Sep 24, 2026 - 15:59
Deep Depression To Enter Odisha: ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଗଭୀର ଅବପାତ ଏବେ ଆନ୍ଧ୍ରପ୍ରଦେଶର ସ୍ଥଳଭାଗରେ ରହିଛି। ସନ୍ଧ୍ୟା ସୁଦ୍ଧା ଏହା ଓଡ଼ିଶା ସ୍ଥଳଭାଗକୁ ପ୍ରବେଶ କରିବା ସମ୍ଭାବନା ରହିଛି । ବର୍ତ୍ତମାନ ଏହା ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଛି । ରାୟଗଡ଼ା ଠାରୁ ୮୦ କିଲୋମିଟର, କଳିଙ୍ଗପଟନମ ଠାରୁ ୭୦ କିଲୋମିଟର a ଜଗଦଲପୁର ଠାରୁ  ୮୦  କିମି ଦୂରରେ ରହିଛି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ଓଡ଼ିଶା ଦେଇ ଗତି କରି ଛତିଶଗଡ଼ ଆଡ଼କୁ ଯିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା।

ଓଡ଼ିଶାରେ ପ୍ରବେଶ ସମୟରେ ଏହା ଗଭୀର ଅବପାତ ଭାବେ ରହିବ। ପରବର୍ତ୍ତୀ ସମୟରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୮ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ୭ରୁ ୧୨ ସେଣ୍ଟିମିଟର ବର୍ଷା ହେଇଛି । ୭ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। କୋରାପୁଟ ସିମିଳିଗୁଡାରେ  ୧୯୩.୯ ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗଭୀର ଅବପାତ ପ୍ରଭାବରେ ଆଜି ୩ ଜିଲ୍ଲା କୁ ରେଡ ଆଲର୍ଟ  ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। 

ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା ଜାରି
ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସ୍ଥଳଭାଗକୁ ପ୍ରବେଶ ସମ୍ଭାବନା
ଉତ୍ତର ପଶ୍ଚିମ ଆଡକୁ ଗତି କରୁଛି ଗଭୀର ଅବପାତ
୨୪ଘଣ୍ଟାରେ ୫୮ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ
୭ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ
ଆଜି ୩ଜିଲ୍ଲାକୁ ରେଡ ଆଲର୍ଟ, ୬ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।