Delhi Police Detain Abhijeet Dipke: ଘରୁ ବାହାରୁ ବାହାରୁ ଉଠାଇନେଲା ପୋଲିସ! ରାଲି ପୂର୍ବରୁ ଦିଲ୍ଲୀରେ ହାଇଡ୍ରାମା

Oct 16, 2026 - 18:05
Delhi Police Detain Abhijeet Dipke: ଘରୁ ବାହାରୁ ବାହାରୁ ଉଠାଇନେଲା ପୋଲିସ! ରାଲି ପୂର୍ବରୁ ଦିଲ୍ଲୀରେ ହାଇଡ୍ରାମା

ହାତରେ ତ୍ରିରଙ୍ଗା, ମନରେ ରାଲିର ଯୋଜନା… ହେଲେ ଘରୁ ବାହାରିବା ମାତ୍ରେ ଅଟକାଇଲା ପୋଲିସ। ଦିଲ୍ଲୀରେ ତ୍ରିରଙ୍ଗା ରାଲିକୁ ନେଇ ପୁଣି ଉତ୍ତେଜନା। କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଶୁକ୍ରବାର ଅଟକ ରଖିଛି ଦିଲ୍ଲୀ ପୋଲିସ। 

ସୂଚନା ଅନୁସାରେ, ଦୀପକେ ‘ଲେହରା ଦୋ ତିରଙ୍ଗା’ ରାଲିରେ ଯୋଗ ଦେବାକୁ ଯାଉଥିବା ବେଳେ ପୋଲିସ୍ ତାଙ୍କୁ ଘରୁ ଅଟକ ରଖିଥିଲା। ଏହା ପୂର୍ବରୁ ପୋଲିସ୍ ତାଙ୍କ ଘରକୁ ଯାଇ ନୋଟିସ୍ ଦେଇଥିଲା। କନ୍ନଟ୍ ପ୍ଲେସ୍ ଅଞ୍ଚଳରେ ନିଷେଧାଜ୍ଞା ଲାଗୁ ଥିବା ଏବଂ ରାଲି ପାଇଁ ଅନୁମତି ନଥିବା ନୋଟିସ୍‌ରେ ଉଲ୍ଲେଖ କରାଯାଇଥିଲା। ଅନୁମତି ବିନା ରାଲି କିମ୍ବା ଭିଡ଼ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ୍ ଚେତାବନୀ ଦେଇଥିଲା।

ଅକ୍ଟୋବର ୧୩ ତାରିଖରେ ଜନ୍ତରମନ୍ତରରେ ଜାତୀୟ ପତାକା ଧରି ପ୍ରତିବାଦ କରିଥିବା CJPର ଦୁଇ ସଦସ୍ୟ ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କୁ ଗିରଫ କରାଯାଇ ପାଞ୍ଚ ଦିନିଆ ନ୍ୟାୟିକ ହାଜତକୁ ପଠାଯାଇଥିଲା। ସେମାନଙ୍କ ଗିରଫଦାରୀକୁ ବିରୋଧ କରି ଏହି ତ୍ରିରଙ୍ଗା ରାଲି ଆୟୋଜନ କରାଯାଉଥିଲା। ଏହା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ଘଟଣାରେ ମଧ୍ୟ ଦୀପକେଙ୍କୁ ଦିଲ୍ଲୀରେ ଅଟକ ରଖାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।