Devotees Gather At Bindusagar For Ancestral Rituals: ଦୀପାବଳି ଅମାବାସ୍ୟାରେ ବିନ୍ଦୁସାଗର କୂଳରେ ପିଣ୍ଡଦାନ ପାଇଁ ଭିଡ଼
ଦୀପାବଳି ଅମାବାସ୍ୟା ଅବସରରେ ରାଜଧାନୀରେ ପାଳିତ ହେଉଛି ପିତୃ ତର୍ପଣ ଓ ପିଣ୍ଡଦାନ ପରମ୍ପରା।
ଭୁବନେଶ୍ୱରର ବିନ୍ଦୁସାଗର କୂଳରେ ଭୋର ୪ଟାରୁ ଆରମ୍ଭ ହୋଇଛି ପିଣ୍ଡଦାନ।
ଏଯାଏଁ ୨୦୦ରୁ ଅଧିକ ପରିବାର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିବା ବେଳେ ଏବେ ବି ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି।
ପୁରୋହିତଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ଓ ପରିବାରର ମଙ୍ଗଳ କାମନା କରି ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।