Elephant Alert System: ଆଲାର୍ମିଂ ଟାୱାର; ଥମିବ ହାତୀ ଆକ୍ରମଣରେ ମଣିଷର ଅକାଳ ମୃତ୍ୟୁ, ସୁରକ୍ଷିତ ରହିବ ଚାଷଜମିରେ ଫସଲ

Nov 08, 2026 - 20:29
Elephant Alert System: ଆଲାର୍ମିଂ ଟାୱାର; ଥମିବ ହାତୀ ଆକ୍ରମଣରେ ମଣିଷର ଅକାଳ ମୃତ୍ୟୁ, ସୁରକ୍ଷିତ ରହିବ ଚାଷଜମିରେ ଫସଲ

କେନ୍ଦୁଝର ଜିଲ୍ଲାରେ ଏଣିକି ହାତୀ-ମଣିଷ ଲଢେଇ ରୋକିବ ଜଙ୍ଗଲ ବିଭାଗର ଅତ୍ୟାଧୁନିକ ଆଲାର୍ମିଂ ଟାୱାର।

ଜନବସତି ଅଞ୍ଚଳରେ ହଠାତ ହାତୀଙ୍କ ଉପସ୍ଥିତି ନେଇ ଲୋକଙ୍କୁ ଆଗୁଆ ସୂଚାଇ ଦେଉଛି ଏ ଆଲାର୍ମ।

ଆଉ ରାତିବେଳା ଟାୱାରର ଉଜ୍ଜଳ ଆଲୋକ ବି ଲୋକଙ୍କୁ ହାତୀ କବଳରୁ ରକ୍ଷା କରିପାରୁଛି।

ଜିଲ୍ଲାର ବିବିନ୍ନ ବନାଞ୍ଚଳରେ ଲାଗିଛି ଏଭଳି ୧୫୩ଟି ଟାୱାର।

ଯାହାକୁ ନେଇ ଲୋକେ ଖୁସ୍ ଥିବା ବେଳେ ଆଗକୁ ଏହା ବନ ବିଭାଗର ଟେନସନ୍ ବି କମାଇବ ବୋଲି ଆଶା କରାଯାଉଛି।

Advertisment ରାଜ୍ୟର ହାତୀ ପ୍ରବଣ ଅଞ୍ଚଳ ଭାବେ ପରିଚିତ କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ସମ୍ପର୍କରେ ଆଗୁଆ ସୂଚନା ଦେବାକୁ ଆରମ୍ଭ ହୋଇଛି ଏ ଅତ୍ୟାଧୁନିକ ଆଲାର୍ମ ବ୍ୟବସ୍ଥା।

ଜଙ୍ଗଲରୁ ହାତୀ ଗାଁ ମୁହାଁ ହୋଇ ଫସଲ କି ଜନବସତି ଆଡ଼କୁ ଆସିବା ମାତ୍ରେ ବାଜି ଉଠିବ ଏ ଟାୱାରରେ ଲାଗିଥିବା ସାଇରନ।

ଯାହା ଦ୍ବାରା ହାତୀର ଉପସ୍ଥିତି ନେଇ ଆଗୁଆ ସତର୍କ ହେବେ ଗ୍ରାମବାସୀ।

ଆଉ ଧନ, ଜୀବନ ସୁରକ୍ଷା ପାଇଁ ସମୟ ବି ପାଇବେ।

ଏଇ ଉଦ୍ଦେଶ୍ୟ ନେଇ କେନ୍ଦୁଝର ଜିଲ୍ଲାର ତେଲକୋଇ ବନାଞ୍ଚଳର ବିଭିନ୍ନ ଗାଁରେ ଲାଗିଛି ୨୧ଟି ଏଲିଫ୍ୟାଣ୍ଟ୍ ଆଲାର୍ମ ଟାୱାର।

ସାଇରନ ସହ ରାତି ବେଳା ଏହି ଟାୱାରରୁ ଉଜ୍ବଳ ଆଲୋକ ବି ମିଳିବ।

ଯାହାଦ୍ବାରା ଅନ୍ଧାର ରାତିରେ ହାତୀର ଉପସ୍ଥିତିରୁ ଯେଉଁ ଅଘଟଣ ଘଟୁଛି ତାକୁ ବି ରୋକାଯାଇପାରିବ।

ତେଲକୋଇ ଅଞ୍ଚଳରେ ଏଭଲି ଆଲାର୍ମ ଟାୱାର ଲାଗିବା ପରେ ଏହାକୁ ନେଇ ବେଶ୍ ଖୁସି ଆଉ ନିରାପଦ ମଣୁଛନ୍ତି ଅଞ୍ଚଳବାସୀ।

Advertisment ଜନବସତିରେ ହାତୀଙ୍କ ଉପସ୍ଥିତି ସଂପର୍କରେ ଲୋକଙ୍କୁ ଆଗୁଆ ସୂଚନା ଦେବାକୁ କେନ୍ଦୁଝର ବନଖଣ୍ଡରେ ଲାଗିଛି ଏଭଳି ୧୫୩ଟି ଟାୱାର।

ଏଥିରେ ଲାଗିଥିବା ସୌର ପ୍ୟାନେଲରୁ ଶକ୍ତି ସଂଗ୍ରହ ହୋଇ ରାତିରେ ଲାଇଟ୍ ଜଳୁଛି।

ଆଉ ଆଲାର୍ମ ପାଇଁ ଦାୟିତ୍ବରେ ଥିବା କର୍ମଚାରୀମାନେ ମୋବାଇଲ ଫୋନରୁ ଏକ ମିସ୍ କଲ ମାରିବା ମାତ୍ରେ ଆଲାର୍ମ ଆକ୍ଟିଭ୍ ହୋଇ ବାଜି ଉଠୁଛି।

ସରକାରଙ୍କ ଏ ନୂଆ ବ୍ୟବସ୍ଥା ଫଳରେ ହାତୀ ପ୍ରବଣ ଅଞ୍ଚଳରେ ଆଗକୁ ହାତୀ ମଣିଷ ସଂଘର୍ଷ ଓ ଧନ ଜୀବନ ନଷ୍ଟକୁ ବହୁଳ ଭାବେ ଏଡାଇ ଦିଆଯାଇ ପାରିବ ବୋଲି ଆଶା କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।