Digital Payment: UPIରେ ଟଙ୍କା କଟିବ କି? ସରକାର ସ୍ପଷ୍ଟ କଲେ ନିୟମ

Sep 16, 2026 - 08:43
Digital Payment: UPIରେ ଟଙ୍କା କଟିବ କି? ସରକାର ସ୍ପଷ୍ଟ କଲେ ନିୟମ

"ନୂଆଦିଲ୍ଲୀ: ଚା" ଦୋକାନରୁ ଆରମ୍ଭ କରି ମଲ୍ ପର୍ଯ୍ୟନ୍ତ, ସବୁଠି ଏବେ UPIର ରାଜ୍।

ହେଲେ ଗତ କିଛି ଦିନ ଧରି ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ଥିଲା...

UPIରେ ଟଙ୍କା ପଠାଇଲେ ଚାର୍ଜ କଟିବ କି?

ଏହି ଦ୍ୱନ୍ଦ୍ୱ ଭିତରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା।

୨ ହଜାର ଟଙ୍କା ପର୍ଯ୍ୟନ୍ତ ଡିଜିଟାଲ୍ ପେମେଣ୍ଟ ସମ୍ପୂର୍ଣ୍ଣ ମାଗଣା।

UPI ଏବଂ RuPay ଡେବିଟ୍ କାର୍ଡ ଜରିଆରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ହେଉଥିବା ପେମେଣ୍ଟ ଉପରେ କୌଣସି ଚାର୍ଜ ଆଦାୟ କରାଯିବ ନାହିଁ।

ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଛି।

ନୋଟିଫିକେସନ୍ ଅନୁସାରେ, ବ୍ୟାଙ୍କ କିମ୍ବା ପେମେଣ୍ଟ ସିଷ୍ଟମ୍ ପ୍ରୋଭାଇଡର୍ ଗ୍ରାହକଙ୍କ ଠାରୁ ସିଧାସଳଖ କିମ୍ବା ପରୋକ୍ଷ ଭାବେ କୌଣସି ଚାର୍ଜ ନେଇପାରିବେ ନାହିଁ।

କେବଳ ପେମେଣ୍ଟ କରୁଥିବା ବ୍ୟକ୍ତି ନୁହେଁ, ଟଙ୍କା ପାଉଥିବା ଦୋକାନୀ କିମ୍ବା ବ୍ୟବସାୟୀଙ୍କ ଠାରୁ ମଧ୍ୟ କୌଣସି ଫି" ଆଦାୟ କରାଯିବ ନାହିଁ।

ଅର୍ଥାତ୍ ଛୋଟ ଡିଜିଟାଲ୍ କାରବାର ସମ୍ପୂର୍ଣ୍ଣ ମାଗଣା ରହିବ ।Advertisment UPI transactions: ୟୁପିଆଇ କାରବାରରେ ଲାଗିବ ୦.୪% ଶୁଳ୍କ: ~୨ ହଜାରରୁ ଅଧିକ ପୈଠରେ ଆଦାୟ ହେବ-ଅକ୍ଟୋବର ୧୫ରୁ ଲାଗୁ  ସରକାରଙ୍କ ଏହି ନିଷ୍ପତ୍ତିର ସବୁଠାରୁ ଅଧିକ ଲାଭ ପାଇବେ ଛୋଟ ବ୍ୟବସାୟୀ,  ଛୋଟ ଦୋକାନ, ଠେଲା ବ୍ୟବସାୟୀ ଏବଂ ସାଧାରଣ ଗ୍ରାହକ।

ଧରନ୍ତୁ ଜଣେ ଗ୍ରାହକ UPI ଜରିଆରେ ୮୦୦ କିମ୍ବା ୧୫୦୦ ଟଙ୍କାର ପେମେଣ୍ଟ କଲେ, ସେଥିରେ କୌଣସି ଅତିରିକ୍ତ ଚାର୍ଜ କଟିବ ନାହିଁ।

ସେହିପରି RuPay ଡେବିଟ୍ କାର୍ଡରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ କିଣାକାଟା କଲେ ମଧ୍ୟ କୌଣସି ଫି" ଲାଗିବ ନାହିଁ।

ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ୨ ହଜାର ଟଙ୍କାରୁ ଅଧିକ ପେମେଣ୍ଟ ଉପରେ କଣ ହେବ?

ସରକାରଙ୍କ ନୂଆ ନୋଟିଫିକେସନ୍‌ରେ ଏନେଇ ସ୍ପଷ୍ଟ ଉଲ୍ଲେଖ ନାହିଁ।

ତେଣୁ ଭବିଷ୍ୟତରେ ବଡ଼ ଅଙ୍କର କିଛି ବ୍ୟବସାୟିକ କାରବାର ଉପରେ MDR ବା ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ ଲାଗୁ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି।

ହେଲେ ସରକାର ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ବୋଝ ପକାଯିବ ନାହିଁ।

ନଗଦରୁ ଡିଜିଟାଲ୍ ଆଡ଼କୁ ଦେଶ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ସରକାରଙ୍କ ଏହି ନିଷ୍ପତ୍ତି ଡିଜିଟାଲ୍ ପେମେଣ୍ଟକୁ ଆହୁରି ଲୋକପ୍ରିୟ କରିପାରେ।

ଏବେ ଛୋଟ ପେମେଣ୍ଟ ପାଇଁ UPI ସ୍କାନ୍ କରିବା ବେଳେ ଚାର୍ଜ କଟିବାର ଚିନ୍ତା ରହିବ ନାହିଁ।

ତେବେ ୨ ହଜାର ଟଙ୍କାରୁ ଅଧିକ ପେମେଣ୍ଟକୁ ନେଇ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।