DMRC: ପ୍ରତିବାଦ ବେଳେ କୌଣସି ମେଟ୍ରୋ ସେବା ବାତିଲ ହୋଇନଥିଲା: ସୁପ୍ରିମକୋର୍ଟରେ ଜବାବ ରଖିଲା ଡିଏମ୍‌ଆର୍‌ସି

Oct 14, 2026 - 18:48
DMRC: ପ୍ରତିବାଦ ବେଳେ କୌଣସି ମେଟ୍ରୋ ସେବା ବାତିଲ ହୋଇନଥିଲା: ସୁପ୍ରିମକୋର୍ଟରେ ଜବାବ ରଖିଲା ଡିଏମ୍‌ଆର୍‌ସି

"ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ହୋଇଥିବା ପ୍ରତିବାଦ ସମୟରେ ଦିଲ୍ଲୀ ମେଟ୍ରୋ ସେବା ହ୍ରାସ କିମ୍ବା ବାତିଲ କରାଯାଇ ନଥିଲା ବୋଲି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମ୍‌ଆର୍‌ସି) ବୁଧବାର ସୁପ୍ରିମକୋର୍ଟଙ୍କ ଆଗରେ ଏହା  କହିଛି।

ଡିଏମ୍‌ଆର୍‌ସି କହିଛି ଯେ, ଜାତୀୟ ରାଜଧାନୀର ୩୦୩ ମେଟ୍ରୋ ଷ୍ଟେସନ ମଧ୍ୟରୁ କେବଳ ୪୫ଟି ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ରହିିଥିଲା, ବାକି ୨୫୮ ଟି ଷ୍ଟେସନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିଲା।Advertisment ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ସତ୍ୟପାଠରେ, ଡିଏମ୍‌ଆର୍‌ସି କହିଛି ଯେ, ଏହାର ୨୫୮ଟି ଷ୍ଟେସନ , ଯାହାକି ୮୫ ପ୍ରତିଶତରୁ ଅଧିକ ନେଟୱର୍କ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ଓ ଯାତ୍ରୀମାନଙ୍କ ପାଇଁ ଖୋଲା ରହିଥିଲା।

ନିଗମ କହିଛି ଯେ, ୪୫ ଟି ଷ୍ଟେସନରେ କଟକଣା ରହିଥିଲା, ଯାହା ନେଟୱର୍କର ପ୍ରାୟ ୧୫ ପ୍ରତିଶତ ବୋଲି କୁହାଯାଇଛି।

ସିଇସିଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଅକ୍ଟୋବର ୧୦ ତାରିଖରେ ମେଟ୍ରୋରେ ୩୨ ଲକ୍ଷ ଯାତ୍ରୀ ଯାତାୟାତ କରିଥିଲେ, ଯାହାକି ଅନ୍ୟ ଦ୍ବିତୀୟ ଶନିବାରରେ ପ୍ରାୟ ୫୮ ଲକ୍ଷ ରହିଥାଏ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି।

୧୦ ଅକ୍ଟୋବରର ପ୍ରତିବାଦ ପୂର୍ବରୁ ମେଟ୍ରୋ ଷ୍ଟେସନ ବନ୍ଦ କରିବା ଓ ଦିଲ୍ଲୀକୁ ଟ୍ରେନ ବାତିଲ କରିବା ବିରୋଧରେ ଏକ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କ ୯ ଅକ୍ଟୋବରର ନିର୍ଦ୍ଦେଶ ପାଳନ କରି ଏହି ସତ୍ୟପାଠ ଦାଖଲ କରାଯାଇଛି।

କକ୍ରୋଚ ଜନତା ପାର୍ଟି (ସିଜେପି) ଦ୍ବାରା ମୁଖ୍ୟ ନିର୍ବାଚନ କମିସନର (ସିଇସି)ଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ କରିଥିଲା।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଡିଏମ୍‌ଆର୍‌ସି ଓ ଅନ୍ୟମାନଙ୍କୁ ଅନୁପାଳନ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

Strait of Hormuz: ଲ୍ୟାଣ୍ଡମାଇନ ସହିତ ଧକ୍କା ପରେ ବୁଡ଼ିଗଲା ୨୫୦୦ କଣ୍ଟେନର୍‌ ଥିବା ଜାହାଜ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।