Dog Grabs Meat: ଦୋକାନୀ ହାତରୁ ମାଂସ ଛଡ଼ାଇନେଲା କୁକୁର !

Oct 07, 2026 - 16:55
Dog Grabs Meat: ଦୋକାନୀ ହାତରୁ ମାଂସ ଛଡ଼ାଇନେଲା କୁକୁର !

"ଗ୍ରାହକଙ୍କ ସୁସ୍ୱାଦୁ ଶ୍ୱରମା ରୋଲ୍‌ ରନ୍ଧା ହେବା ପାଇଁ ଟଙ୍ଗା ହୋଇଥିଲା ମାଂସ ।

ହେଲେ ମଣିଷ ଖାଇବ କଣ ଏଠି ଆଖି ପିଛୁଳାକେ ମାଂସ ଝାମ୍ପିନେଲା ବୁଲା କୁକୁର ।

ଦୋକାନୀ ଆସିବା ପୂର୍ବରୁ ମାଂସ ଧରି ଚମ୍ପଟ ମାରିଲା କୁକୁର ।

ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଷ୍ଟ୍ରିଟ୍ ଫୁଡ୍‌ର ଚାହିଦା ଆଜିକାଲି ବେଶ୍ ବଢ଼ିଛି ।

ସନ୍ଧ୍ୟା ହେଲେ ସାଙ୍ଗସାଥୀଙ୍କ ସହ ବାହାରକୁ ଯାଇ ମନପସନ୍ଦର ଖାଦ୍ୟ ଖାଇବାକୁ ଅନେକ ପସନ୍ଦ କରନ୍ତି।

ବିଶେଷ କରି ଆମିଷ ଉପରେ ସମସ୍ତଙ୍କର ଟାର୍ଗେଟ ।

ଚିକେନ୍‌, ମଟନ ଉପରେ ନାନାଦି ଆଇଟମ୍‌ ଖାଇବାକୁ ଲୋକେ ବେଶ୍‌ ପସନ୍ଦ କରୁଛନ୍ତି ।

ଆଉ ଚିକେନ ରୋଲ୍‌ ତ ସମସ୍ତଙ୍କ ପସନ୍ଦ ।

ମନେ କରନ୍ତୁ ଆପଣ ଗୋଟିଏ ରୋଲ୍‌ ଅର୍ଡର କରିଥିବେ, କିନ୍ତୁ ହଠାତ ଆପଣଙ୍କ ଆଖି ସାମ୍ନାରୁ କୁକୁର ଚିକେନ୍‌ ଭିଡ଼ି କରି ନେଇଯିବ ।

ସେତେ ବେଳେ ଆପଣ କଣ କରିବେ ।

କିଛି ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।