Dowry Harassment Turns Fatal: ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା ଅଭିଯୋଗ, ମାରି ପୋଖରୀରେ ଫିଙ୍ଗିଦେଲା

Aug 14, 2026 - 16:05
Dowry Harassment Turns Fatal: ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା ଅଭିଯୋଗ, ମାରି ପୋଖରୀରେ ଫିଙ୍ଗିଦେଲା

ନୟାଗଡ଼ରେ ଚାଞ୍ଚଲ୍ୟ। ସ୍ତ୍ରୀଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ। ପୋଖରୀରେ ବୁଡ଼ି ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା କହି ପୋଲିସ ଓ ପରିବାର ଲୋକଙ୍କୁ ଫୋନ୍ କରିଥିଲା ସ୍ୱାମୀ । କିନ୍ତୁ ପୋଖରୀରେ ବୁଡ଼ି ନୁହେଁ, ସ୍ତ୍ରୀଙ୍କୁ ହତ୍ୟା ପରେ ମୃତଦେହ ଫିଙ୍ଗିଥିବା ଅଭିଯୋଗ ହୋଇଛି।

ଘଟଣାରେ ସ୍ୱାମୀ ଫେରାର ଥିବା ଜଣାପଡିଛି। ନୟାଗଡ଼ ଓଡ଼ଗାଁ ଥାନା ବେଲଦ୍ୱାର ଗାଁରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଅଭିଯୋଗ। ମୃତକ ହେଉଛନ୍ତି ଶରଣକୂଳ ଅଞ୍ଚଳର ତପସ୍ୱିନୀ ସାହୁ। ୨୦୨୦ରେ ଢେଙ୍କେଣା ଗାଁର ବକ୍ସିଧର ପ୍ରଧାନଙ୍କୁ ବିବାହ କରିଥିଲେ ତପସ୍ୱିନୀ। ଉଭୟେ ବେଲଦ୍ୱାରସ୍ଥିତ ଏକ ଫାର୍ମ ହାଉସରେ ରହୁଥିଲେ।

ବିଳମ୍ବିତ ରାତିରେ ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ପରେ ତପସ୍ୱିନୀଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗିଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ତେବେ ପୋଖରୀରେ ବୁଡ଼ି ଯାଇଥିବା କହି ସ୍ୱାମୀ ପୁଲିସ ଓ ପରିବାରକୁ ଫୋନ୍ କରିଥିବା ଅଭିଯୋଗ ହୋଇଛି। ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛି। ଯୌତୁକ ଓ ପାରିବାରିକ କଳହକୁ ନେଇ ଅଭିଯୋଗ ଥିବା ବେଳେ ଘଟଣା ପରେ ସ୍ୱାମୀ ଫେରାର ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।...

ହତ୍ୟା ପରେ ଫିଙ୍ଗିଦେଲା!
ସ୍ତ୍ରୀଙ୍କୁ ହତ୍ୟା ପରେ ପୋଖରୀରେ ଫିଙ୍ଗିଦେଲା ସ୍ୱାମୀ!
ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା ଅଭିଯୋଗ
ଫାର୍ମ ହାଉସ ପୋଖରୀରୁ ମୃତଦେହ ଉଦ୍ଧାର
ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ସ୍ୱାମୀ ଫେରାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।