VVS Laxman Set For Bigger BCCI Role: ଲକ୍ଷ୍ମଣଙ୍କୁ ମିଳିଲା ବଡ଼ ପାୱାର! ଗମ୍ଭୀର-ଅଗରକରଙ୍କ ଉପରେ ପଡ଼ିବ କି ପ୍ରଭାବ ?
ଭାରତୀୟ କ୍ରିକେଟ୍ରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ। BCCIର ସେଣ୍ଟର ଅଫ୍ ଏକ୍ସିଲେନ୍ସ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣଙ୍କୁ ‘ଡାଇରେକ୍ଟର ଅଫ୍ କ୍ରିକେଟ୍’ ଦାୟିତ୍ୱ ଦେବାକୁ ବୋର୍ଡ ପ୍ରସ୍ତୁତ। ତାଙ୍କ ଚୁକ୍ତି ଆଉ ଦୁଇ ବର୍ଷ ବଢ଼ିବା ସହ ନୂଆ ପଦବୀ ମିଳିବ।
ଲକ୍ଷ୍ମଣ ଜୁନିୟର ଟିମ୍, ଖେଳାଳିଙ୍କ ରିହାବ୍ ଏବଂ ଯୁବ ପ୍ରତିଭା ବିକାଶ ସହ ଷ୍ଟାଫ୍ ନିଯୁକ୍ତିର ମଧ୍ୟ ଦାୟିତ୍ୱ ନେବେ। ଏହା ଦ୍ୱାରା ଯୁବ କ୍ରିକେଟ୍ରୁ ଆରମ୍ଭ କରି ସିନିୟର ଟିମ୍ ପର୍ଯ୍ୟନ୍ତ ଏକ ସମନ୍ୱିତ ବ୍ୟବସ୍ଥା ଗଢ଼ିବା ଲକ୍ଷ୍ୟ ରହିବ।
ଏହି ନୂଆ ଭୂମିକାରେ ଲକ୍ଷ୍ମଣଙ୍କ ପଦ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ଚୟନ କମିଟି ମୁଖ୍ୟ ଅଜିତ ଅଗରକରଙ୍କଠାରୁ ଉପରେ ରହିବ ବୋଲି ସୂତ୍ରରୁ ଜଣାପଡ଼ିଛି।
ତେବେ ଗମ୍ଭୀର କିମ୍ବା ଅଗରକରଙ୍କୁ ତୁରନ୍ତ ହଟାଯିବ ନାହିଁ। ସୂତ୍ର ଅନୁସାରେ, ଉଭୟେ ୨୦୨୭ ୱାର୍ଲ୍ଡ କପ୍ ପର୍ଯ୍ୟନ୍ତ ନିଜ ଦାୟିତ୍ୱରେ ରହିବେ। ଅଗରକରଙ୍କ ବର୍ତ୍ତମାନର କାର୍ଯ୍ୟକାଳ ସେପ୍ଟେମ୍ବରରେ ଶେଷ ହେବାକୁ ଥିବାରୁ ଆଗାମୀ ଦିନରେ ଚୟନ କମିଟିକୁ ନେଇ ମଧ୍ୟ ନଜର ରହିବ।
ଏବେ ଭାରତୀୟ କ୍ରିକେଟ୍ରେ ଲକ୍ଷ୍ମଣଙ୍କ ଅନୁଭବକୁ ଆହୁରି ବଡ଼ ଦାୟିତ୍ୱ ଦେବାକୁ ଯାଉଛି BCCI। ନୂଆ ଭୂମିକା ଭବିଷ୍ୟତର ଟିମ୍ ଇଣ୍ଡିଆ ଗଢ଼ିବାରେ କେତେ ପ୍ରଭାବ ପକାଇବ, ଏବେ ରହିଲା ସେହି ଅପେକ୍ଷା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।