Rushikulya River Flood: ବାତ୍ୟା ପରେ ଓଡ଼ିଶାକୁ ବନ୍ୟା ଭୟ! ବିପଦ ସଙ୍କେତ ଟପିଲା ୩ ନଦୀର ଜଳସ୍ତର
ବାତ୍ୟା ପରେ ଏବେ ଓଡ଼ିଶାର ୩ ନଦୀରେ ଜଳସ୍ତର ଉପରମୁହାଁ।
ରାଜ୍ୟର ତିନୋଟି ପ୍ରମୁଖ ନଦୀରେ ବଢ଼ିଛି ବନ୍ୟାଜଳ।
ଋଷିକୁଲ୍ୟା, ଘୋଡ଼ାହାଡ଼ ଓ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଅତିକ୍ରମ କରିଛି।
ଫଳରେ ନଦୀକୂଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି।
Advertisment ଗଞ୍ଜାମ ପୁରୁଷୋତ୍ତମପୁର ନିକଟରେ ନଦୀର ଜଳସ୍ତର ବିପଦ ସଂକେତ ଟପିଛି।
ଏଠାରେ ବିପଦ ସଂକେତ ୧୬.୮୩୫ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୮.୨୮୦ ମିଟରରେ ପହଞ୍ଚିଛି।
ସେହିପରି କୁରୁଲା ନିକଟରେ ବିପଦ ସଂକେତ ଉପରେ ଘୋଡ଼ାହାଡ଼ ନଦୀର ବନ୍ୟା ଜଳ ।
ବିପଦ ସଂକେତ ୩୨.୮୪ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୩୪.୦୮ ମିଟର ରହିଛି।
ଉତ୍ତର ଓଡ଼ିଶାର ବାଲେଶ୍ୱର ବସ୍ତା ବ୍ଲକ ମଥାନିଠାରେ ମଧ୍ୟ ବିପଦ ସଂକେତ ଅତିକ୍ରମ କରିଛି ବନ୍ୟାଜଳ।
ଏଠାରେ ବିପଦ ସଂକେତ ୬.୫୦ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୬.୫୮ ମିଟର ରହିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।