Flood Alert: ବନ୍ୟା ବିଭୀଷିକା; ଭାଙ୍ଗିଲା ନାଳ ଓ କେନାଲ, ଜଳବନ୍ଦୀ ଅନେକ ଗାଁ

Oct 30, 2026 - 11:04
Flood Alert: ବନ୍ୟା ବିଭୀଷିକା; ଭାଙ୍ଗିଲା ନାଳ ଓ କେନାଲ, ଜଳବନ୍ଦୀ ଅନେକ ଗାଁ

ବର୍ଷା ଛାଡ଼ିଛି, ହେଲେ ଦୁର୍ଦ୍ଦଶା କମିନି।

ଏବେବି ଋଷିକୂଲ୍ୟା ବନ୍ୟାଜଳରେ ଜଳବନ୍ଦୀ ଅନେକ ଗାଁ।

ଆସିକା ଓ ଧରାକୋଟ ବ୍ଲକରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି।

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଅଗ୍ନିଶମ ବାହିନୀ ଓ ଅନ୍ୟ ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି।

ଆସିକା ବସଷ୍ଟାଣ୍ଡରେ , ବିନୋବା ମାର୍ଗ ଓ ଲକ୍ଷ୍ମୀ ବଜାରରେ ପାଣି ଜମିଥିବା ବେଳେ ଏବେ ଧୀରେ ଧୀରେ ଜଳସ୍ତର ହ୍ରାସ ପାଉଛି।

Advertisment ଆସିକାରେ ଋଷିକୂଲ୍ୟାର ବିପଦ ସଙ୍କେତ ୭ ଫୁଟ ୬ ଇଞ୍ଚ ଥିବା ବେଳେ ଜଳସ୍ତର ୧୧ ଫୁଟରେ ପହଞ୍ଚିଛି।

ଅନ୍ୟପଟେ ଧରାକୋଟର ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ ଓ ଗାଁ ଜଳମଗ୍ନ ହୋଇପଡ଼ିଛି।

ଭାଙ୍ଗିଯାଇଛି ଏକାଧିକ ନାଳ ଓ କେନାଲ।

ଫଳରେ ଅନେକ ଗାଁରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।